ETV Bharat / state

ଡ୍ରେନ ସମସ୍ୟାକୁ ନେଇ ହନ୍ତସନ୍ତ ରାଜଧାନୀ, ଫନିକୁ ଦୋଷ ଦେଲେ ଯନ୍ତ୍ରୀ

ଡ୍ରେନ ସମସ୍ୟାକୁ ନେଇ ଅସନ୍ତୋଷ ରାଜଧାନୀ ବାସୀ । ଫନିକୁ ଦୋଷ ଦେଉଛନ୍ତି ବିଏମସି ଯନ୍ତ୍ରୀ ।

author img

By

Published : Jul 8, 2019, 11:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କଥାରେ ଅଛି ବାହାଘର ବେଳେ ବାଇଗଣ ରୂଆ । ବର୍ଷା ଆସିଲେ ପ୍ରଶାସନର ଡ୍ରେନ ସଫା କଥା ମନେପଡେ । ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି । ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ପ୍ରଶାସନ କିନ୍ତୁ ସବୁ ଠିକ ଚାଲିଛି କହି ଚୁପ ବସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବର୍ଷା ଦିନ ଅଧା ହେବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ସରିଲା ନାହିଁ ଡ୍ରେନ ସଫେଇ । ବିଏମସି କର୍ମଚାରୀଙ୍କ କହିବା କଥା ଫନି ପୂର୍ବରୁ ସମସ୍ତ କାମ ସରିଥିଲା ,କିନ୍ତୁ ଫନି ଯୋଗୁଁ ଅନେକ ଭାସମାନ ପଦାର୍ଥ ଡ୍ରେନରେ ପଶିଥିବାରୁ ପୁଣି ଆରମ୍ଭ ହୋଇଛି କାମ । ମୋଟ 650କିମି ଡ୍ରେନ ଥିବାବେଳେ ମୁଖ୍ୟ ଡ୍ରେନର 65କିମିର କାମ ସରିଛି । ଏହାଛଡା 3ଟି ଇଣ୍ଟରନାଲ ଡ୍ରେନର ମଧ୍ୟ କାମ ସରିଛି ବୋଲି କହିଛନ୍ତି ବିଏମସି ସହକାରୀ ଯନ୍ତ୍ରୀ । ତେବେ କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଛି ଓ ବଳକା କାମ ପ୍ରାୟ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ସେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

byt pradip sagar duria executive engineer drainage , BMC

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.