ETV Bharat / state

ସାରୁଅ ପାଚେରୀ ଭଙ୍ଗା ଘଟଣା, ସଦସ୍ୟାଙ୍କ ସହ ପ୍ରଶାସନର ଆଲୋଚନା - women welfare committee

ଗତକାଲି ଜିଲ୍ଲାପାଳଙ୍କ ନିକଟରେ ମହିଳା ବିକାଶ ସମିତିର ସଭ୍ୟାମାନେ ଫେରାଦ ହୋଇଥିଲେ । ଅଧିକ ପଢନ୍ତୁ...

district administration talks with women welfare committee members
ପାଚେରୀ ଭଙ୍ଗା ଘଟଣା, ସମିତି ସଦସ୍ୟାଙ୍କ ସହ ପ୍ରଶାସନର ଆଲୋଚନା
author img

By

Published : Oct 17, 2020, 7:13 PM IST

Updated : Oct 17, 2020, 7:57 PM IST

ଖୋର୍ଦ୍ଧା: ଘରୋଇ ଗଣମାଧ୍ୟମ ସଂସ୍ଥା ସାରୁଅରେ ନିର୍ମାଣ ମହିଳା ବିକାଶ ସମିତି ଘର ପାଚେରୀକୁ ଜିଲ୍ଲା ପ୍ରଶାସନ ଭାଙ୍ଗିଦେଇଛି । ଏହି ଘଟଣାରେ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ମହିଳା ବିକାଶ ସମିତିର ସଭ୍ୟାମାନେ ଫେରାଦ ହୋଇଥିଲେ ।

ତେବେ ଆଜି ସେମାନଙ୍କ ସହିତ ଜିଲ୍ଲା ପ୍ରଶାସନ ଆଲୋଚନା କରିବା ସହ ସେମାନଙ୍କ ଅଭିଯୋଗ ଶୁଣିଛି । ବିନା ନୋଟିସରେ କିପରି ପାଚେରୀ ଭଙ୍ଗା ଯାଇଛି, ସେନେଇ ସଦସ୍ୟା ମାନେ ପ୍ରଶ୍ନ କରିଛନ୍ତି ।

ସାରୁଅ ପାଚେରୀ ଭଙ୍ଗା ଘଟଣା, ସଦସ୍ୟାଙ୍କ ସହ ପ୍ରଶାସନର ଆଲୋଚନା

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଖୋର୍ଦ୍ଧା ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ମହିଳା ସମିତି ସଭ୍ୟା କହିଛନ୍ତି ଜିଲ୍ଲା ପ୍ରଶାସନ ପୁଣି ଥରେ ଜମି ମାପଚୁପ କରିବ ଓ ପରେ ଜମି ସଠିକ ଥିଲେ ପୁନଃପାଚେରୀ ନିର୍ମାଣ କରିବାକୁ ନିର୍ଦ୍ଦେଶ ମିଳିବ ।

ଅନ୍ୟପଟେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ମହିଳା ଗୋଷ୍ଠୀ ସମସ୍ୟା ବିଷୟରେ ଆଲୋଚନା ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 17, 2020, 7:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.