ETV Bharat / state

ପରିବାର ନିର୍ଦ୍ଦେଶାଳୟ ଗଠନକୁ ନାଟକବାଜି କହିଲେ ବିରୋଧୀ, ଜବାବ ରଖିଲେ ମନ୍ତ୍ରୀ

author img

By

Published : Apr 10, 2023, 7:53 PM IST

ପ୍ରବାସୀ ଓଡିଆଙ୍କ ସହ ଜଡ଼ିତ ରହିବା ଲାଗି ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ନେଇ ନିଷ୍ପତ୍ତି ନେଇଛନ୍ତି । ଯାହା ପ୍ରବାସୀ ଓଡ଼ିଆ ଓ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ । ଦେଶ ତଥା ସାରା ବିଶ୍ୱରେ ପ୍ରବାସୀ ଓଡ଼ିଶାବାସୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ରାଜ୍ୟ ସରକାର ଓଡ଼଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢନ୍ତୁ

‘‘ପରିବାର ନିର୍ଦ୍ଦେଶାଳୟ ଗଠନ ରାଜନୈତିକ ପ୍ରଣୋଦିତ’’ ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି । ଯାହା ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି କାର୍ଯ୍ୟ କରିବ । ରାଜ୍ୟ କ୍ୟାବିନେଟ ଏହାକୁ ମୋହର ମାରିଛି । ତେବେ ଏହି ନିଷ୍ପତ୍ତିରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । ପରିବାର ନିର୍ଦ୍ଦେଶାଳୟ ଗଠନ ରାଜନୈତିକ ପ୍ରଣୋଦିତ ଏବଂ ନାଟକବାଜି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ପ୍ରବାସୀ ଓଡିଆଙ୍କ ସହ ଜଡ଼ିତ ରହିବା ଲାଗି ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ନେଇ ନିଷ୍ପତ୍ତି ନେଇଛନ୍ତି । ଯାହା ପ୍ରବାସୀ ଓଡ଼ିଆ ଓ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ । ଦେଶ ତଥା ସାରା ବିଶ୍ୱରେ ପ୍ରବାସୀ ଓଡ଼ିଶାବାସୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ରାଜ୍ୟ ସରକାର ଓଡ଼଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ନିର୍ଦ୍ଦେଶାଳୟ ପ୍ରବାସୀ ଓଡ଼ିଶାବାସୀଙ୍କ ଜ୍ଞାନ, କୌଶଳ ତଥା ବିଶ୍ୱସ୍ତରୀୟ ଉପସ୍ଥିତିକୁ ଓଡ଼ିଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ ଉଦ୍ୟମ କରିବ । ଏହାଛଡ଼ା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପ୍ରଚାର, କର୍ମଜୀବୀ, ଛାତ୍ର, କ୍ଲିୟରାନ୍ସ ଇତ୍ୟାଦି ସମସ୍ୟାର ସମାଧାନ ପାଇଁ ସରକାରୀ ବିଭାଗଗୁଡ଼ିକ ସହ ଇଣ୍ଟରଫେସର ଏକକ ପଏଣ୍ଟ ଭାବେ କାର୍ଯ୍ୟ କରିବ । ବିଦେଶରେ ଥିବା ଓଡ଼ିଆ ସଂଗଠନମାନଙ୍କୁ ତାଲିକାଭୁକ୍ତ କରାଯିବ ।

ଏହାବି ପଢନ୍ତୁ- ଅଣଓଡ଼ିଆ ଭଜନ ଗାୟକ ଅନିଲ ବାୱରା, ୭୦୦ରୁ ଊର୍ଦ୍ଧ୍ବ ଗୀତ ଗାଇ ସାଉଁଟିଛନ୍ତି ପ୍ରଶଂସା

କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ବିଜେଡିର ଓଡିଶା ମୋ ପରିବାର ବୋଲି ଏକ ସାମାଜିକ ସଂଗଠନ ଥିଲା । ଯାହା ଦ୍ୱାରା ବିଜେଡିର ଦଳୀୟ କାର୍ଯ୍ୟକ୍ରମ ହେଉଥିଲା । ଆଜି ତାହାକୁ ସରକାରୀ ସ୍ୱୀକୃତି ଦିଆଯାଇଛି । ସରକାର ଏନେଇ ବିଧିବଦ୍ଧ ଯୋଜନା କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମ ଭାବେ ରୂପାନ୍ତରିତ କରିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସମସ୍ୟାର ସମାଧାନ ଲାଗି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । କେବଳ ଏହା 2024 ନିର୍ବାଚନକୁ ଆଖି ଆଗରେ ରଖି ଶାସକ ଦଳ ଏହି ପ୍ଲାନ କରିଛି । ଓଡ଼ିଆଙ୍କୁ ଭୁଆଁ ବୁଲାଇବା ଲାଗି ଯୋଜନା । ପୂର୍ବରୁ ଯେମିତି ଏବେ ସେମିତି ଲୋକଙ୍କୁ ଭକୁଆ ବନେଇବାକୁ ପ୍ରୟାସ କରାଯାଉଛି । ବିଜେଡି ଓଡିଶା ମୋ ପରିବାର ଜରିଆରେ ପ୍ରବାସୀ ମାନଙ୍କ ଲାଗି କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ? କୋଭିଡ଼ ସମୟରେ ପ୍ରବାସୀ ଯେଉଁ ସମସ୍ୟାରେ ପଡିଥିଲେ, ତାହାର ସମାଧାନ କରିଥିଲେ କି ? ପ୍ରବାସୀଙ୍କ ଭୋଟ ହାତେଇବା ଲାଗି ବିଜେଡି ସରକାର ପ୍ରୟାସ କରୁଛନ୍ତି । ଏଥିରେ ସେମାନେ ଫେଲ ମାରିବେ ବୋଲି ସେ କହିଛନ୍ତି ।

ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ, ନିର୍ବାଚନ ଆସିଲେ ନବୀନ ସରକାର କାଳିଆ, ବଳିଆ, ପିଠା, ମିଠା, ବିଜୁ ବାହିନୀ କେତେ କଣ ଯୋଜନା କରନ୍ତି । ସେହିପରି ଓଡିଶା ମୋ ପରିବାର ବିଜେଡିର ଦଳୀୟ କାର୍ଯ୍ୟକ୍ରମ । ବର୍ତ୍ତମାନ ତାହାକୁ ନିର୍ଦ୍ଦେଶାଳୟ କରିଦେଇଛନ୍ତି । ଯାହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସରକାରୀ ଟଙ୍କାକୁ ସେଠାରେ ଖର୍ଚ୍ଚ କରିବା ଲାଗି କ୍ୟାବିନେଟରେ ଅନୁମୋଦନ କରାଯାଇଛି । ନିର୍ବାଚନ ଆସିଲେ ବିଜେଡିର ନାଟକବାଜି ଚାଲେ ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କ୍ୟାବିନେଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ସମାଧାନ ଲାଗି ଗୋଟେ ସ୍ୱତନ୍ତ୍ର ଦପ୍ତର ରହିବ । ଏହାର ଆବଶ୍ୟକତା ମଧ୍ୟ ଥିଲା । ଏହା ଦ୍ୱାରା ଓଡ଼ିଆ ମାନଙ୍କର ଜାତୀୟତାର ପରି ପ୍ରକାଶ ହେବ । ସମଗ୍ର ଓଡ଼ିଆ ଜାତିଙ୍କୁ ଏକତ୍ରିତ କରିବା ପାଇଁ ଏବଂ ଜାତୀୟତା ବୋଧ ଭିତ୍ତିରେ ବିଶ୍ଵ ଓଡ଼ିଆକୁ ଏକଜୁଟ କରିବାର ନୂଆ ପ୍ରେରଣା ନେଇ ଏହି ନିର୍ଦେଶାଳୟ ଖୋଲା ଯାଉଛି । ବିଶ୍ୱରେ ଓଡ଼ିଆ ଜାତିର ନୂଆ ଉନ୍ମେଷ ସୃଷ୍ଟି କରିବା ପାଇଁ ଏକ ଚରମ ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ରଖିଛନ୍ତି । ସବୁ ପ୍ରବାସୀ ମାନଙ୍କ ସହିତ ଆମର କନେକ୍ସନ ନଥିଲା । ଭାବନାର ନୂତନତ୍ୱ ସୃଷ୍ଟି ହେବାକୁ ଯାଉଛି । ତେଣୁ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଏହି ଦପ୍ତର ଖୋଲା ଯାଉଛି । ବିଭିନ୍ନ ରାଜ୍ୟ ଓ ଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନଜରକୁ ଆସିବ । ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ ସବୁ କ୍ଷେତ୍ରରେ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କୌଣସି ଦଳୀୟ କଥା କିମ୍ବା କାର୍ଯ୍ୟକ୍ରମ ନୁହେଁ । ଓଡିଶା ମୋ ପରିବାର ଭିନ୍ନ ଦିଗ ଓ ଭିନ୍ନ ଭାବନା । ଭବିଷ୍ୟତରେ କଣ ହେଉଛି ସମସ୍ତେ ଦେଖିବେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନ୍ୟ ମାନଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । କାରଣ ସେ ଚାହାଁନ୍ତି ଏ ଜାତିର ନୂଆ ଉନ୍ମେଷ ସୃଷ୍ଟି ହେଉ । ଏ ଜାତିର ଏକତ୍ୱ ବୋଧ ସୃଷ୍ଟି ହେଉ । କି ଦଳୀୟ କାର୍ଯ୍ୟକ୍ରମକୁ କୌଣସି ସରକାରୀ ସ୍ୱୀକୃତି ଦିଆ ଯାଇନି । ଓଡିଶା ମୋ ପରିବାର ଅଲଗା ଓଡିଶା ପରିବାର ନିର୍ଦେଶାଳୟ ଅଲଗା । ବିରୋଧୀ କଣ କହିଲେ ତାର ଉତ୍ତର ଦେବା ପାଇଁ ମୁଁ ବାଧ୍ୟ ନୁହେଁ । କିଏ ଭୋଟ ବ୍ୟାଙ୍କ କରିବ କି ନ କରିବ ତାହା ସମୟ କହିବ । ଓଡିଶା ମୋ ପରିବାର ବିଜେଡିର କାର୍ଯ୍ୟକ୍ରମ ଥିଲେ ବି ତାର ଦୃଷ୍ଟି ଭଙ୍ଗୀ ଅଲଗା ତାର କାର୍ଯ୍ୟକ୍ରମ ଅଲଗା । ଭୋଟ କି ଦଳ ସହିତ ଏହାର କୌଣସି ସମ୍ପର୍କ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.