ETV Bharat / state

ମେଣ୍ଟାଲ ଓ ଗୋଡି ବିକି ଫାଙ୍କୁଥିଲେ GST, ୧୦ କ୍ରସର ବ୍ୟବସାୟୀଙ୍କ ଘରେ DGGI ଟିମ୍

author img

By

Published : Apr 28, 2023, 9:28 PM IST

ବାରମ୍ବାର ଜିଏସଟି ଫାଙ୍କୁଥିବା ଖବର ପାଇ ୧୦ କ୍ରସର ବ୍ୟବସାୟୀଙ୍କ ଘର ସମେତ ଅଫିସ ଓ ବିଭିନ୍ନ କ୍ରସର ୟୁନିଟ ଉପରେ ଚଢ଼ାଉ କରିଛି DGGI ଟିମ୍‌ । ଏକାଧିକ କାଗଜପତ୍ର ଜବତ ସହ ମିଳିଲା ଟାକ୍ସ ଫାଙ୍କିବାର ପ୍ରମାଣ । ଅଧିକ ପଢ଼ନ୍ତୁ

୧୦ କ୍ରସର ବ୍ୟବସାୟୀଙ୍କ ଘରେ DGGI ଟିମ୍ ଚଢ଼ାଉ

ଭୁବନେଶ୍ବର: କ୍ରସର ବ୍ୟବସାୟୀଙ୍କୁ ଜିଏସଟି ଫାଙ୍କିବା ପଡିଲା ମହଙ୍ଗା । ବାରମ୍ବାର ଜିଏସଟି ଫାଙ୍କୁଥିବା ଖବର ପାଇ DGGI (Directorate General of GST Intelligence) ମାରିଲା ରେଡ୍ । ଜବତ କଲା ଚୋରା କାରବାର ଗଳା ବାଟର ଫାଇଲ । ଏକାଧିକ କାଗଜପତ୍ର ଜବତ ସହ ମିଳିଲା ଟାକ୍ସ ଫାଙ୍କିବାର ପ୍ରମାଣ । ଏନେଇ ଆଜି ଏକକାଳୀନ ୧୦ଟି ସ୍ଥାନରେ ହୋଇଛି ଚଢାଉ । କଳା ପଥର ଖଣି ଲିଜ ନେଇ କ୍ରସର ପକାଇ ଗୁଣ୍ଡ କରୁଥିବା ବ୍ୟବସାୟୀଙ୍କର ଘର ସମେତ ତାଙ୍କ ଅଫିସ ଓ ବିଭିନ୍ନ କ୍ରସର ୟୁନିଟ ଉପରେ ଚଢ଼ାଉ କରାଯାଇଛି ।

ମେଣ୍ଟାଲ ଓ ଗୋଡି ବିକି ଫାଙ୍କୁଥିଲେ GST

ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସର ଅଧିକାରୀ ପୂର୍ବରୁ ପାଇଥିବା ଖବର ଅନୁସାରେ ରେଡ୍‌ କରି ସେମାନଙ୍କର ଜିଏସଟି ଫାଙ୍କୁଥିବା ବାଟକୁ ଠାବ କରିଛନ୍ତି । ଏନେଇ DGGIର ଅଧିକାରୀ ଭୁବନେଶ୍ବର ସମେତ ଯାଜପୁର ରୋଡ, ଚଣ୍ଡିଖୋଲ, ଜେନାମଣିପୁର, ଧର୍ମଶାଳା ଆଦି ୧୦ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଥିଲେ । ଭୁବନେଶ୍ବର ବରମୁଣ୍ଡାସ୍ଥିତ ହାଉସିଂ ବୋର୍ଡ କଲୋନୀରେ ସି5ରେ ଚାଲିଥିବା ଜଣେ ବ୍ୟବସାୟୀଙ୍କ ଅଫିସରେ ମଧ୍ୟ ଦିନ ତମାମ ଜିଏସଟି ଅଧିକାରୀ ଫାଇଲ ଖେଳାଇଛନ୍ତି । କୁହାଯାଉଛି ପୂର୍ବରୁ ମଧ୍ୟ ଅନେକ ଥର ସିଟି ଜିଏସଟି ଏଠାରେ ରେଡ୍‌ କରିଥିଲେ ।

ମେଣ୍ଟାଲ ଓ ଗୋଡି ବିକି ଫାଙ୍କୁଥିଲେ GST

ତେବେ ରେଡ ସମୟରେ ଜାଣିବାକୁ ମିଳିଛି, ବିଭିନ୍ନ ବିଲଡର, ବିଲ୍ଡିଂ କଣ୍ଟ୍ରାକ୍ଟର ଓ ରୋଡ କଣ୍ଟ୍ରାକ୍ଟରଙ୍କର କିଛି ଖୁଚୁରା ବ୍ୟବସାୟୀଙ୍କ ସହ ବ୍ୟବସାୟିକ କାରବାର କରୁଥିଲେ ଏହି ସବୁ କ୍ରସର ବ୍ୟବସାୟୀ । ନଦୀବନ୍ଧ ପାଇଁ ଆବଶ୍ୟକୀୟ ମେଣ୍ଟାଲଠାରୁ ଆରମ୍ଭ କରି ରାସ୍ତା ତିଆରି ପାଇଁ ମେଣ୍ଟାଲ ଓ ଘର କାମ ପାଇଁ ଗୋଡି ଆଦି ଏହିସବୁ କ୍ରସର ୟୁନିଟ ଗୁଡିକରୁ ସପ୍ଲାଇ ହେଉଥିଲା । ଏକାଧିକ ବଡ଼ବଡ଼ କଣ୍ଟ୍ରାକ୍ଟରଙ୍କ ସହ ସରକାରୀ ପ୍ରୋଜେକ୍ଟରୁ ଆରମ୍ଭ କରି ବେସରକାରୀ ଓ କନ୍‌ଷ୍ଟ୍ରକ୍ସନ ପର୍ଯ୍ୟନ୍ତ ଚାରିଆଡ଼େ କାରବାର‌ ହେଉଥିଲା । ହେଲେ ‌ଯେପରି କାରବାର କରୁଥିଲେ ୪ ଭାଗରୁ ମାତ୍ର ୧ ଭାଗ ଦର୍ଶାଉଥିଲେ । ଫଳରେ ସହଜରେ କାଗଜପତ୍ର କରି ଜିଏସଟି ଫାଙ୍କୁଥିଲେ । ଅଥଚ ନିଜେ ମାଲାମାଲ୍‌ ହେଉଥିଲେ । ବିଭିନ୍ନ କଣ୍ଟ୍ରାକ୍ଟର ଓ ବ୍ୟବସାୟୀଙ୍କ ସହ କାରବାର କରି ମୁନାଫା ନେଉଥିଲେ । ହେଲେ ସରକାରୀ ଭାବେ ଜିଏସଟି ସଠିକ ଭାବେ ଦର୍ଶାଉନଥିଲେ । ଏନେଇ ସେସବୁ ଆଧାରରେ ଯାଞ୍ଚ କରିଛନ୍ତି । ବହୁ କାଗଜପତ୍ର ଜବତ କରାଯାଇଛି । କର୍ମଚାରୀ ବିଲ୍‌ ପେମେଣ୍ଟଠାରୁ ମାଲ ଅର୍ଡର ଓ ଡେଲିଭରି ସହ କେତେ ଟ୍ରକ୍‌ ସପ୍ଲାଏ ହୋଇଛି, ଟ୍ରକ ଟୋକନ ରିପୋର୍ଟ ଫାଇଲ ସହ ସବୁ କାଗଜପତ୍ର ଯାଞ୍ଚ କରିଛନ୍ତି । ଏପରିକି ଆକାଉଣ୍ଟ ଥିବା ବିଭିନ୍ନ ବ୍ୟାଙ୍କ୍‌ରେ ଟ୍ରାନ୍‌ଜାକ୍ସନ ରିପୋର୍ଟ ଓ ଯେଉଁ ସବୁ କଣ୍ଟ୍ରାକ୍ଟର ରେଗୁଲାର ସପ୍ଲାୟ ନେଉଥିଲେ, ସେମାନଙ୍କ ଲିଷ୍ଟ ସହ ପେମେଣ୍ଟ ଭାଉଚର ସବୁ ଗୋଟିଗୋଟି କରି ଖେଳାଇ ଯାଞ୍ଚ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.