ETV Bharat / state

Cricket World Cup 2023: ‘ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିଲେ ସେମିଫାଇନାଲ ଖେଳିବା ନିଶ୍ଚିତ’

author img

By ETV Bharat Odisha Team

Published : Oct 13, 2023, 6:27 PM IST

ବିଶ୍ବକପ୍‌ ୨୦୨୩ର ବହୁ ପ୍ରତିକ୍ଷୀତ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ସମସ୍ତେ ବେଶ ଉତ୍ସାହିତ । ତେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିପକ୍ଷରେ କଣ ରହିବ ଭାରତର ରଣନୀତି । ୮-୦ ଲକ୍ଷ୍ୟ ସଫଳ କରିବ ଭାରତ ନା ବିଜୟରଥ ଅଟକାଇବ ପ୍ରତିପକ୍ଷ ପାକିସ୍ତାନ । ଶୁଣନ୍ତୁ କଣ କହୁଛନ୍ତି କ୍ରୀଡ଼ା ସମୀକ୍ଷକ

'ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିଲେ ସେମିଫାଇନାଲ ଖେଳିବା ନିଶ୍ଚିତ'

ଭୁବନେଶ୍ବର: ଜାରି ରହିଛି ବିଶ୍ବକପ୍‌ ବିଶ୍ବଯୁଦ୍ଧ । ଏଥର ଘରୋଇ ମାଟିରେ ଭାରତ ବିଶ୍ବକପ୍‌ ୨୦୨୩ ଆୟୋଜନ କରୁଥିବାବେଳେ ୧୦ ଟିମ୍‌ ମଧ୍ୟରେ ଜାରି ରହିଛି ଫାଇଟ୍‌ । ତେବେ ବିଶ୍ବ କ୍ରିକେଟ୍‌ପ୍ରେମୀଙ୍କ ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ର ସମୟ ପାଖେଇ ଆସିଛି । ବିଶ୍ବକପ୍‌ କ୍ରିକେଟ୍‌ର ଏହି ମହାମୁକାବିଲା ଅକ୍ଟୋବର (୧୪) ଶନିବାର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ । ଯାହାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ସହ ଖେଳାଳିଙ୍କ ମଧ୍ୟରେ ଭରିଗଲାଣି ଉତ୍ସାହ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ପରେ ପାକିସ୍ତାନ ବିଜୟ ଲକ୍ଷ୍ୟରେ ଭାରତ । ତେବେ ଚିର ପ୍ରତିଦ୍ବନ୍ଦ୍ବୀ ବିପକ୍ଷରେ କଣ ରହିବ ରଣନୀତି ?

'ବୁମ୍‌ରା-କୋହଲିଙ୍କ ଉପରେ ରହିବ ନଜର': ବରିଷ୍ଠ କ୍ରୀଡ଼ା ସମୀକ୍ଷକ ସମ୍ବିତ ମହାପାତ୍ର କହିଛନ୍ତି, "ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷରେ ଭାରତର ବୋଲିଂ ବିଭାଗ ସମେତ ଟପ୍‌ ଅର୍ଡର ଓ ମିଡିଲ ଅର୍ଡର ପରୀକ୍ଷା ସରିଯାଇଛି । ଯେଉଁ ପରୀକ୍ଷାରେ ସେମାନେ ସଫଳ ହୋଇଛନ୍ତି । ପାକିସ୍ତାନ ବିପକ୍ଷରେ ପ୍ରଥମ ୧୦ ଓଭରରେ କୌଣସି ୱିକେଟ୍‌ ନହରାଇ ୪୦ରୁ ୪୫ ରନ୍‌ ସଂଗ୍ରହ କରିବା ଭଲ ହେବ । ବୁମ୍‌ରା ଯଦି ଘାତକ ସାବ୍ୟସ୍ତ ହେଲେ, ତେବେ ସ୍ପିନରମାନେ ସେମାନଙ୍କର ଦାୟିତ୍ବ ସମ୍ଭାଳି ନେବେ । ସବୁବେଳେ ପାକିସ୍ତାନ ବିପକ୍ଷରେ ତଥା ବଡ଼ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରୁଥିବା କୋହଲିଙ୍କ ଉପରେ ସମସ୍ତଙ୍କ ଆଶା ରହିବ । ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ଯେଉଁ ଟିମ୍‌ ଖେଳିଥିଲା ସେହି ଟିମ ପାକିସ୍ତାନ ବିପକ୍ଷରେ ଖେଳିବାର ଆବଶ୍ୟକତା ରହିଛି । ଶୁଭମନ ଗିଲ୍‌ ଦଳ ସହିତ ରୁହନ୍ତୁ, କିନ୍ତୁ ମ୍ୟାଚ୍‌ ନଖେଳି ପରବର୍ତ୍ତୀ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହୁଅନ୍ତୁ । ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ଦଳ ଯେଉଁ ରଣନୀତି ଆପଣାଇଥିଲା, ସେହି ରଣନୀତି ଆପଣାଉ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ସେମିଫାଇନାଲ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଯିବ ।" ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିବା ଦ୍ବାରା ଖେଳାଳିମାନେ ମାନସିକସ୍ତରରେ ମଧ୍ୟ ଦୁଇ ପାଦ ଆଗରେ ରହିବେ ବୋଲି କହିଛନ୍ତି ସମ୍ବିତ ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...World cup 2023: ରାତି ପାହିଲେ ଭାରତ-ପାକିସ୍ତାନ ଫାଇଟ୍‌, ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆ

'ସାଧାରଣ ମ୍ୟାଚ୍‌ ଭାବି ଖେଳିଲେ ଭଲ ହେବ': ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ବାଇଁ କହିଛନ୍ତି, "ଆମେ ଏଥର ବିଶ୍ବକପ୍‌ରେ ଏକ ଶ୍ରେଷ୍ଠ ଦଳ ପାଇଛୁ । ପୂର୍ବରୁ କେହି ଆହତ ରହୁଥିଲେ ବା ଅନ୍ୟ ସମସ୍ୟାରେ ରହୁଥିଲେ । ହେଲେ ଏଥର ଏହି ସମସ୍ୟା ଆମ ସହିତ ନାହିଁ । ଭାରତ ଓ ପାକିସ୍ତାନ ପରସ୍ପର ସହିତ ଅନେକ ମ୍ୟାଚ୍‌ ନିକଟରେ ଖେଳିଥିବାରୁ ପରସ୍ପରକୁ ଜାଣିସାରିଛନ୍ତି । ତେଣୁ ଉଭୟ ଦଳ ଉପରେ ଏତେଟା ଚାପ ରହିବ ନାହିଁ ।" ପାକିସ୍ତାନ ବିପକ୍ଷରେ ରୋହିତ ବାହିନୀର ରଣନୀତି ନେଇ ସେ କହିଛନ୍ତି, "ଭାରତର ଖେଳାଳିମାନେ ଏଥିରେ ସେମାନଙ୍କର ସାଧାରଣ ଗେମ୍‌ ଖେଳିବା ଦରକାର । ଅନ୍ୟ ମ୍ୟାଚ୍‌ ପରି ଏହି ମ୍ୟାଚ୍‌କୁ ନେବା ଦରକାର ।" ଏହାହେଲେ ଭାରତ ଭଲ ପ୍ରଦର୍ଶନ କରିପାରିବ ବୋଲି ବିଶ୍ବସ ରଖିଛନ୍ତି ସୁରେଶ ସ୍ବାଇଁ ।

ପାକ୍‌ର ଶ୍ରୀଲଙ୍କା ବିଜୟ ଭାରତକୁ କଡ଼ା ଚେତାବନୀ: ନେଦରଲାଣ୍ଡ୍ସ ବିପକ୍ଷରେ ବଡ଼ ବିଜୟରୁ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଥିବା ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ବିଶ୍ବକପ୍‌ରେ ଏକ ଐତିହାସିକ ବିଜୟ ଲାଭ କରିଛି । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମ ବିଜୟ ସନ୍ଧାନରେ ରହିଥିବା ଶ୍ରୀଲଙ୍କା ବ୍ୟାଟର୍‌ ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ଶ୍ରୀଲଙ୍କାର କୁସଲ ମେଣ୍ଡିସ ଓ ସଦୀରା ସମରବିକ୍ରମ ଯଥାକ୍ରମେ ୧୨୨ ଓ ୧୦୮ ରନର ବିସ୍ଫୋରକ ପାଳି ଖେଳି ପାକିସ୍ତାନ ଆଗରେ ୩୪୫ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରାଇଥିଲେ । ହେଲେ ଉଭୟଙ୍କ ପାଳିକୁ ଫିକା କରିଦେଇଥିଲେ ପାକିସ୍ତାନର ଅବଦୁଲ୍ଲା ସଫିକ୍‌ ଓ ମହମ୍ମଦ ରିଜ୍‌ୱାନ । ଯାହା ଭାରତକୁ ଏକ କଡ଼ା ଚେତାବନୀ ବୋଲି ଧରିନେବାକୁ ହେବ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଅହମ୍ମଦାବାଦରେ ପ୍ରଥମ ଟ୍ରେନିଂ ସେସନ ସାରିଲା ପାକିସ୍ତାନ

ଟପ୍‌ ଫର୍ମରେ ଟିମ୍‌ ଇଣ୍ଡିିଆ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତର ଟପ୍‌ ଅର୍ଡର ବିଫଳ ହୋଇଥିଲା । ପ୍ରଥମ ଥର ପାଇଁ ଶୀର୍ଷକ୍ରମର ୩ ଜଣ ବ୍ୟାଟର ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ଅଧିନାୟକ ରୋହିତ ଶର୍ମା, ଈଶାନ କିଷାନ ଓ ଶ୍ରେୟସ ଆୟର କୌଣସି ରନ ନକରି ଆଉଟ୍‌ ହେବାପରେ ହିରୋ ସାଜିଥିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । ଉଭୟ ପରିସ୍ଥିତିକୁ ବୁଝି ବିଚାରି ବ୍ୟାଟିଂ କରିଥିଲେ ଓ ଦଳକୁ ବିଜୟୀ କରାଇଥିଲେ । ଏହାପରେ ଆଫଗାନିସ୍ତାନ ମ୍ୟାଚ୍‌ରେ କିନ୍ତୁ ରୋହିତ ଶର୍ମା ନିଜର ଶ୍ରେଷ୍ଠ ଲୟକୁ ଫେରିଛନ୍ତି । ଈଶାନ କିଷାନ ମଧ୍ୟ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଉଭୟ ମ୍ୟାଚ୍‌ରେ ଦଳର ବୋଲିଂ ବିଭାଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

୮-୦ ଲକ୍ଷ୍ୟରେ ରୋହିତ୍‌ବାହିନୀ: ଏବେ ସମସ୍ତଙ୍କ ନଜର ଅଟକିଛି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଉପରେ । ଯଦିଓ ଏହି ମ୍ୟାଚ୍‌ରେ ଶୁଭମନ୍‌ ଗିଲ୍‌ ଖେଳିବାର ସମ୍ଭାବନା କମ ରହିଛି, ତାଙ୍କ ସ୍ଥାନରେ ଈଶାନ କିଷାନଙ୍କୁ ପୁଣି ସୁଯୋଗ ମିଳିବ ଓ ସେ ଭଲ ଭାବେ ତାଙ୍କର ଦାୟିତ୍ବ ତୁଲାଇବେ ବୋଲି କ୍ରୀଡା ସମୀକ୍ଷକ ଆଶା ରଖିଛନ୍ତି । ଦିନିକିଆ ବିଶ୍ବକପ ଇତିହାସରେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଛି, ଯେଉଁଥିରେ ଭାରତ ୭ଟି ଯାକ ମ୍ୟାଚ୍‌ ଜିତି ପାକିସ୍ତାନ ଆଗରେ ଅପରାଜିତ ରହିଛି । ଏହି ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରୋହିତ ବାହିନୀ ମୈଦାନକୁ ଓହ୍ଲାଇବ । ସେପଟେ ଭାରତର ବିଜୟ ରଥକୁ ଅଟକାଇବାକୁ ଜୋରଦାର ଟକ୍କର ଦେବେ ବାବର ଆଣ୍ଡ୍‌ କୋ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.