ETV Bharat / state

ରାଜଧାନୀରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଭୁବନେଶ୍ହରରେ କମୁଛି କୋରୋନା ସଂକ୍ରମଣ

ରାଜଧାନୀରେ ଦ୍ରୁତ ଗତିରେ ବଢିଥିବା କୋରୋନା ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣକୁ ଆସିଛି । ଶନିବାର ରାଜଧାନୀରେ ମୋଟ୍‌ 216ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 26ହଜାର ପାର ହୋଇଛି । ଅଧିକ ପଢନ୍ତୁ...

ରାଜଧାନୀରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Oct 17, 2020, 6:57 PM IST

ଭୁବନେଶ୍ବର: ଧୀରେ ଧୀରେ ରାଜଧାନୀରେ କୋରୋନା ସଂକ୍ରମଣ କମିବାରେ ଲାଗିଛି । ଶନିବାର ରାଜଧାନୀରେ ମୋଟ୍‌ 216ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 26ହଜାର ପାର ହୋଇଛି ।

ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 55ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 161ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳିଛି । ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 133 ଛୁଇଁଛି । ହୋମ କ୍ଵାରେଣ୍ଟାଇନରେ 55ଜଣଙ୍କ ମଧ୍ୟରୁ 2 ଜଣ ଚିନ୍ତାମଣିଶ୍ବେର ଅଞ୍ଚଳରୁ ହୋଇଥିବାବେଳେ 2ଜଣ ନୀଳାଦ୍ରି ବିହାର, 5 ଜଣ ନୟାପଲ୍ଲୀ, 2 ଜଣ ଝାରପଡ଼ା, 2 ଜଣ ପଳାଶୁଣି, 5 ଜଣ ସତ୍ୟନଗର, 2 ଜଣ ପୋଖରୀପୁଟ, 9 ଜଣ ପଟିଆ ଆଦି ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣରେ 161 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 11 ଜଣ ଚନ୍ଦ୍ରଶେଖରପୁର, 11 ଜଣ ନୟାପଲ୍ଲୀ, 10 ଜଣ ପଟିଆ, 6 ଜଣ ବମିଖାଲ, 7 ଜଣ ବରଗଡ, 3 ଜଣ ହଂସପାଳ, 5 ଜଣ ଝାରପଡ଼ା, 7 ଜଣ ଖଣ୍ଡଗିରି, 7 ଜଣ ଲକ୍ଷ୍ମୀ ସାଗର, 4 ଜଣ ଶୈଳେଶ୍ରୀ ବିହାର, 3 ଜଣ ରସୁଲଗଡ଼, 6 ଜଣ ପୋଖରିପୁଟ, 5 ଜଣ ଓଲଡ଼ ଟାଉନ, 3 ଜଣ ଶାସ୍ତ୍ରୀ ନଗର, 4 ଜଣ ୟୁନିଟ-6, 4 ଜଣ ଭିଏସଏସ ନଗର ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ବରରେ 23 ହଜାର 830ଜଣ ସୁସ୍ଥ ଥିବାବେଳେ 3011ଜଣ ସକ୍ରିୟ ଓ ମୃତ୍ୟୁ ସଂଖ୍ୟା 133 ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାର 995ଜଣ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.