ETV Bharat / state

ଠିକାଦାରର ନିର୍ଯାତନାରେ ଅତିଷ୍ଠ ଶ୍ରମିକ, ଘରକୁ ଫେରୁଛନ୍ତି ଚାଲିଚାଲି - ଶ୍ରମିିକ ଶୋଷଣ ଖବର

ଠିକାଦାରର ନିର୍ଯାତନାରେ ଅତିଷ୍ଠ ଶ୍ରମିକ । ପାରିଶ୍ରମିକ ନପାଇ ଘରକୁ ଚାଲିଚାଲି ଫେରୁଛନ୍ତି ଶ୍ରମିକ । ପଢନ୍ତୁ ଅଧିକ.....

ଠିକାଦାରର ନିର୍ଯାତନାରେ ଅତିଷ୍ଠ ଶ୍ରମିକ
ଠିକାଦାରର ନିର୍ଯାତନାରେ ଅତିଷ୍ଠ ଶ୍ରମିକ
author img

By

Published : Feb 24, 2021, 9:00 PM IST

ଖୋର୍ଦ୍ଧା: କେତେବେଳେ ଠିକାଦାର ଶ୍ରମିକ ମାନଙ୍କୁ ଖାଇବାକୁ ନଦେଇ ଦିନ ରାତି କାମରେ ଖଟାଉଛି ତ କେତେବେଳେ ନୀରୀହ ଶ୍ରମିକ ତାର ପ୍ରାପ୍ୟ ମାଗିଲେ ଠିକାଦାର ଶ୍ରମିକର ହାତ କାଟିଦେବା ଭଳି ସଂଗୀନ ଘଟଣା ଦେଖିବାକୁ ମିଳିଛି । ତେବେ ଏଭଳି କିଛି ଘଟଣା ବାହାର ରାଜ୍ୟରେ ନୁହେଁ ବଂର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟରେ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ସରକାରୀ କାମରେ ନିୟୋଜିତ କିଛି ଶ୍ରମିକ ମାନଙ୍କୁ ତାର ଠିକାଦାର ଖାଇବା ପିଇବାକୁ ନଦେଇ ବିନ‍ା ପାରିଶ୍ରମିକରେ କାମରେ ଖଟାଇବାରୁ ଶ୍ରମିକ ମାନେ କ‍ାମ ଛାଡି ଜାତୀୟ ରାଜପଥରେ ଘରକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି ।

ଠିକାଦାରର ନିର୍ଯାତନାରେ ଅତିଷ୍ଠ ଶ୍ରମିକ

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲାର କିଛି ଶ୍ରମିକ ମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ସରକାରୀ କାମରେ ଲଗାଇଥିଲା ଠିକାଦାର । ହେଲେ ଶ୍ରମିକ ମାନଙ୍କୁ ଜଣାନଥିଲା ସେମାନେ କେଉଁଠାରେ ଏବଂ କେଉଁ ସଂସ୍ଥାରେ କାମ କରୁଛନ୍ତି । ଠିକାଦାର ଶ୍ରମିକ ମାନଙ୍କୁ ଖାଇବା ପିଇବାକୁ ନଦେଇ ବାରମ୍ବାର ନିର୍ଯ୍ୟାତନ ଦେବାରୁ ଶ୍ରମିକ ମାନେ ଅନ୍ୟ ଉପାୟ ନପାଇ କାମଦାମ ଛାଡି ପାଦରେ ଚାଲିଚାଲି ଘରକୁ ପଳାଉଥିବା ଦେଖାଯାଇଛି । ତେବେ ନୀରିହ ଶ୍ରମିକମାନେ କିଭଳି ତାଙ୍କ ଘରେ ପହଞ୍ଚିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.