ETV Bharat / state

ବିଜୁଳି ବିଭ୍ରାଟର ଉତ୍ତର ଦାୟିତ୍ୱ ନିଅନ୍ତୁ ସରକାର: କଂଗ୍ରେସ

author img

By

Published : Jun 13, 2023, 9:52 PM IST

ରାଜ୍ୟରେ ପାୱାର୍‌ କଟ୍‌ ନେଇ ରାଜନୀତି ତେଜୁଥିବା ବେଳେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ବିଜୁଳି ବିଭ୍ରାଟର ଉତ୍ତର ଦାୟିତ୍ୱ ସରକାର ନିଅନ୍ତୁ ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଜୁଳି ବିଭ୍ରାଟ ନେଇ କଂଗ୍ରେସର ପ୍ରତିକ୍ରିୟା
ବିଜୁଳି ବିଭ୍ରାଟ ନେଇ କଂଗ୍ରେସର ପ୍ରତିକ୍ରିୟା
ବିଜୁଳି ବିଭ୍ରାଟ ନେଇ କଂଗ୍ରେସର ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ବିଜୁଳି ବିଭ୍ରାଟ ଏବେ ବଡ଼ ପ୍ରସଙ୍ଗ ହୋଇଛି । ଦିନକୁ ଦିନ ତାତି ଅସହ୍ୟ ହେଉଥିବା ବେଳେ ଘନ ଘନ ପାୱାର୍‌ କଟ୍‌ ଏବେ ଜନସାଧାରଣଙ୍କ ନିଦ ହଯାଇଛି । ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଦ୍ୟୁତ ବିତରକ କମ୍ପାନୀ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଜନସାଧାରଣ ଯେଉଁ ବିଜୁଳି କାଟ୍‌ ସମସ୍ୟା ଅନୁଭବ କରୁଛନ୍ତି, ଏହାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଏବଂ କଂଗ୍ରେସ ବାରମ୍ବାର ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଆସନ୍ତାକାଲିଠାରୁ ବିଜୁଳି କାଟ୍‌ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବିଜେପି । କଂଗ୍ରେସ ମଧ୍ୟ ଶକ୍ତିମନ୍ତ୍ରୀ ଏବଂ ସରକାରଙ୍କ ବିଜୁଳି ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି ।

କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଏହାକୁ ନେଇ ସରକାରଙ୍କ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଛନ୍ତି । ସେ କହିଛନ୍ତି, "ଏକ ସଂଘୀୟ ବ୍ୟବସ୍ଥାରେ ମନ୍ତ୍ରୀ ହେଉଛନ୍ତି ଲୋକଙ୍କ ପାଖରେ ଉତ୍ତରଦାୟୀ । ଲୋକଙ୍କୁ ବିଜୁଳି ଦେବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ । ଭିତ୍ତିଭୂମି ଯୋଗାଇବା ସରକାରଙ୍କ ଦାୟିତ୍ବ । ସେମାନେ ଜନସାଧାରଣଙ୍କ କାର୍ଯ୍ୟ କରିବା ପାଇଁ ସରକାରରେ ଅଛନ୍ତି । ସରକାର ବିଧିବଦ୍ଧ ଭାବରେ ବିଜୁଳି ବିଭ୍ରାଟକୁ ସମାଧାନ କରିବାର ଆବଶ୍ୟକତା ରହିଛି ।" ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ପାୱାର୍‌ କଟ୍‌ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀ ମୁଣ୍ଡ ଖେଳାନ୍ତୁ । ଭୁବନେଶ୍ବର ଭଳି ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଲାଇନ କଟୁଛି । ମୁଖ୍ୟ ଶାସନ ସଚିବଙ୍କ ବୈଠକ ଫେଲ ମାରିଛି । ଶକ୍ତିମନ୍ତ୍ରୀ କୌଣସି କାମକୁ ନୁହଁନ୍ତି । ସରକାର ତୁରନ୍ତ ଏହାକୁ ଗୁରୁତର ସହ ନିଅନ୍ତୁ । ମୁଖ୍ୟମନ୍ତ୍ରୀ ବୈଠକ ଡାକି ଏହାର ସମାଧାନ କରନ୍ତୁ ।"

ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଥିଲେ । ସେ କହିଥିଲେ, "ପାୱାର୍‌ କଟ୍‌କୁ ନେଇ ମୁଖ୍ୟ ଶାସନ ସଚିବ ଗୋଟେ କଥା କହୁଛନ୍ତି, ଶକ୍ତିମନ୍ତ୍ରୀ ଗୋଟେ କଥା କହୁଛନ୍ତି, ଶାସକ ଦଳର ନେତାଙ୍କର ଆଉ ଗୋଟିଏ କଥା, କାହା ସହ କାହାର ତାଳମେଳ ନାହିଁ । ମୁଁ ୩- ୪ ଦିନ ହେଲା ଓଡ଼ିଶାରେ ଅଛି । ୟାକୁ ସମୀକ୍ଷା କରି କହୁଛି, ଏହା ଶାସନ ଗତ ବିଫଳତା । ମୁଖ୍ୟ ଶାସନ ସଚିବଙ୍କ ଟ୍ବିଟ୍‌ କରିବା ମନ୍ତବ୍ୟକୁ ଆମେ ନାପସନ୍ଦ କରୁଛୁ । କେବଳ କମ୍ପାନୀକୁ ଦୋଷ ଦେଲେ ହେବନି । କମ୍ପାନୀ ବାଛିଥିଲା କିଏ ? ସର୍ତ୍ତ କଣ ଅଛି ? ରାଜ୍ୟରେ ଶାସନ ଠିକ ନାହିଁ । ଯିଏ ଶାସନ ବ୍ୟବସ୍ଥା ଦେଖିବା କଥା ସେ ପ୍ରଚରରେ ଲାଗିଛନ୍ତି ।" ଓଡିଶା ଲୋକ ବୋକା ନୁହନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ସେପଟେ ଆସନ୍ତାକାଲିଠାରୁ ବିଜେପି ୨ ଦିନ ଧରି ରାଜ୍ୟର ସମସ୍ତ ଟାଟା ପାୱାର ଅଫିସ୍‌ ସମ୍ମୁଖରେ ଧାରଣା ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.