ETV Bharat / state

ମଣିପୁର ଘଟଣାରେ ଅନାସ୍ଥା ନେଇ ବିଜେଡି ଦେଵ କି ସମର୍ଥନ ? ପ୍ରତିକ୍ରିୟା ରଖିଲା କଂଗ୍ରେସ - କଂଗ୍ରେସ

ମଣିପୁର ଘଟଣାରେ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ତେବେ ଏହାକୁ ବିଜେଡି ସମର୍ଥନ ଦେବି କି ନାହିଁ ସେ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଅଧିକ ପଢନ୍ତୁ

ମଣିପୁର ଘଟଣା
ମଣିପୁର ଘଟଣା
author img

By

Published : Jul 28, 2023, 7:21 AM IST

ମଣିପୁର ଘଟଣା

ଭୁବନେଶ୍ବର: ମଣିପୁର ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଛି ରାଜନୀତି । ଏହି ଘଟଣାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ମେଣ୍ଟ । ଏହି ଘଟଣାରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ନେଇ କଂଗ୍ରେସ ସମେତ 26ଟି ବିରୋଧୀ ଦଳ ପକ୍ଷରୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ତେବେ ଏହାକୁ ବିଜେଡି ସମର୍ଥନ ଦେଵ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଏହା ଉପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ ।

ମଣିପୁର ଘଟଣାରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଯେଉଁଥି ପାଇଁ ପଞ୍ଚମ ଦିନରେ ମଧ୍ୟ ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ଗତକାଲି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ସକାଳୁ ଗୃହ ଆରମ୍ଭ ହେବା ସମୟରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ମଣିପୁର ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିବାରୁ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବିରୋଧୀଙ୍କ ପକ୍ଷରୁ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ସମଦୂରତ୍ବ ଅବଲମ୍ବନ କରୁଥିବା ବିଜେଡି ସମର୍ଥନ ଦେବ କି ନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏହା ବି ପଢନ୍ତୁ- Monsoon Session 2023: ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସମ୍ପର୍କ ଉପରେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ବିଜେଡି କେବଳ ସଂସଦକୁ ନୁହେଁ ସାରା ରାଜ୍ୟବାସୀଙ୍କୁ ଠକିବା ପାଇଁ ଯୋଜନା କରେ । କାହାକୁ ସମର୍ଥନ ନ ଦେବା ବିଜେଡିର ଚତୁରତାର କାର୍ଯ୍ୟ । ମୋର ବିଶ୍ବାସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ରାଜ୍ୟ ପ୍ରସଙ୍ଗ ଉଠାଇ ବିଜେଡି କାହାକୁ ସମର୍ଥନ ଦେବ ନାହିଁ ।" 22ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଯେହେତୁ ମଣିପୁର ଘଟଣାରେ କେନ୍ଦ୍ର ସରକାର ମୁହଁ ଖୋଲୁନାହାନ୍ତି ତାକୁ ନେଇ ଅନାସ୍ଥା ପ୍ରସ୍ତାଵ ଆଗତ କରାଯାଇଛି ।

ଏହା ବି ପଢନ୍ତୁ- ମଣିପୁର ପ୍ରସଙ୍ଗରେ NDA ଉପରେ ଭାରି ପଡୁଛି କି INDIA ?

୫ ଦିନ ଧରି ଅଚଳାବସ୍ଥା ଜାରି ରହିଥିବା ବେଳେ ବିରୋଧୀ ନଛୋଡ ବନ୍ଧା । ଯଦିଓ କେନ୍ଦ୍ର ସରକାର ଏ ଘଟଣା ଉପରେ ଉଭୟ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହୁଥିବା ବେଳେ ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଭାଙ୍ଗିବା ଲାଗି ଦାବି କରୁଛନ୍ତି । ତେବେ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଶାସକ ବିଜେଡି ଏହାକୁ ସମର୍ଥନ ଜଣାଉଛି ନାଁ ଦୂରରେ ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.