ETV Bharat / state

ମୁଁ ଆଉ ନିର୍ବାଚନ ଲଢିବେନି, ଏଥର ପୁଅ ଲଢିବ: ସୁର ରାଉତରାୟ

author img

By

Published : Feb 23, 2023, 11:35 AM IST

Updated : Feb 23, 2023, 12:45 PM IST

ନିର୍ବାଚନ ଲଢିବେନି କଂଗ୍ରେସ ନେତା ସୁର ରାଉତରାୟ । ସାନ ପୁଅ ମନ୍ମଥ ଜଟଣୀରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କଲେ ସୁର । ଅଧିକ ପଢନ୍ତୁ

ନିର୍ବାଚନ ଲଢିବେନି କଂଗ୍ରେସ ନେତା ସୁର ରାଉତରାୟ

ଭୁବନେଶ୍ବର: ଆଉ ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ନିର୍ବାଚନ ଲଢିବେ ନାହିଁ ବୋଲି କଂଗ୍ରେସ ବିଧାୟକ ସୁର ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେନି ହେଲେ ରାଜନୀତିରେ ରହିବେ । ଆଗକୁ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବେ । ସେ ୫୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସରେ ରହିଥିବାରୁ ତାଙ୍କ ପୁଅ ମଧ୍ୟ କଂଗ୍ରେସ ଟିକେଟରୁ ଲଢିବ ବୋଲି ସୁର ରାଉତରାୟ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସୁର ରାଉତରାୟ କହିଛନ୍ତି, ''ମୁଁ ରାଜନୀତିରେ ରହିବି ହେଲେ ଆଉ ନିର୍ବାଚନ ଲଢ଼ିବି ନାହିଁ । ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ କଂଗ୍ରେସ ଟିକେଟରୁ ଲଢିବ । ମୋତେ ୮୦ ହେଲାଣି ।'' ଏହାସହିତ ସୁର ଗତକାଲି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଥିବା ନେଇ ଜଣାଇଛନ୍ତି ।

ଏହି ସାକ୍ଷାତକାର ସମ୍ପର୍କରେ ସେ କହିଛନ୍ତି ଯେ, ମୋ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପର୍ବତ ଆରୋହଣ କରି ଯେଉଁ ରେକର୍ଡ କରିଛନ୍ତି ସେହି ସଫଳତା ବିଷୟରେ ଜଣାଇବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । ମୁଖ୍ୟମନ୍ତ୍ରୀଙ୍କ ସହ ଭଲ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ମୋ ପୁଅର ସଫଳତା ବିଷୟରେ ଜାଣି ଖୁସି ଓ ଆଶ୍ଚର୍ଯ୍ୟ ହେଲେ । କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା କହିଛନ୍ତି କଂଗ୍ରେସ ନେତା ।

ଏହାମଧ୍ୟ ପଢନ୍ତୁ: ଆଜି ସୁଆଣ୍ଡୋ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କଳମଣିଙ୍କ ଗାଁର ପୁନଃବିକଶିତ କାର୍ଯ୍ୟର କରିବେ ଲୋକାର୍ପଣ

ଆହୁରିମଧ୍ୟ ସେ କହିଛନ୍ତି ଯେ, ମୁଁ ୫୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସରେ ରହିଛି । ମୋ ସାନ ପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ । ତେବେ ବୟସାଧିକ କାରଣରୁ ସୁର ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଅନେକ ଥର କହିଥିଲେ । ସେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ ରାଜନୀତିରେ ସକ୍ରିୟ ରହିଛନ୍ତି । ଜଟଣୀରୁ ପ୍ରାୟ ୪ ଥର ବିଧାୟକ ହୋଇଛନ୍ତି । ପୂର୍ବରୁ ଜାନକୀ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ସୁର ଯୁବ ଏବଂ କ୍ରୀଡା ମନ୍ତ୍ରୀ ରହିଥିଲେ । ତାଙ୍କ ମନ୍ତ୍ରୀ କାଳ ସମୟରେ ସେ କ୍ରୀଡ଼ାର ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 23, 2023, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.