ETV Bharat / state

ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

author img

By ETV Bharat Odisha Team

Published : Oct 10, 2023, 10:36 PM IST

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନର ବ୍ୟବହାରକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷପ ଲୋଡିଲା କଂଗ୍ରେସ । ଅଧିକ ପଢନ୍ତୁ

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନର ବ୍ୟବହାରକୁ ରାଜନୀତି ସରଗରମ

ଭୁବନେଶ୍ବର: ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନର ବ୍ୟବହାରକୁ ରାଜନୀତି ସରଗରମ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଜ୍ଞାପନରେ ଦଳୀୟ ଚିହ୍ନ ‘ଶଙ୍ଖ’ର ବ୍ୟବହାରକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ୱରେ ଜୟଦେବ ଜେନା, ସୁରେଶ୍ ରାଉତରାୟ, ଶିବାନନ୍ଦ ରାୟ , ରଶ୍ମି ମହାପାତ୍ର ଆଦି ରାଜ୍ୟପାଳଙ୍କୁ ଭେଟିଥିଲେ । ରାଜ୍ୟ ରାଜକୋଷକୁ ଅପବ୍ୟବହାର କରିବା ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏହା ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା । ଏଥିରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଦିଆଯାଇଛି । ସରକାରୀ ଯୋଜନାରେ ଦଳୀୟ ଚିହ୍ନ ଓ 5T ଚିହ୍ନ କାହିଁକି ବ୍ୟବହାର ହେବ । ଏହା ବେଇଆନ୍, ଏହା ଅଗଣତାନ୍ତ୍ରିକ । ଏହି ଯୋଜନାକୁ ନେଇ ପୂର୍ବରୁ ମାମଲା ହୋଇଛି । ତାହା ହାଇକୋର୍ଟରେ ବିଚାରାଧୀନ । 12 ତାରିଖରେ ତାହାର ଶୁଣାଣି ରହିଛି । କିନ୍ତୁ ସରକାର ଏହାକୁ ଖାତିର ନକରି ଲୋକଙ୍କ ଅର୍ଥରେ ଦଳର ପ୍ରଚାର ପ୍ରସାର କରୁଛି ।"

ଏହା ସେ ଆହୁରି ମଧ୍ୟ କହିଛନ୍ତି,"ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛୁ । ଇଂରାଜୀ ଓ ଓଡ଼ିଆ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନ ଓଡ଼ିଶା ସରକାରୀ ଲୋଗ ଏବଂ 5T ଲୋଗ ସହିତ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ଲାଗିବା ସମସ୍ତ ନିୟମାବଳୀକୁ ଉଲଘଂନ ଓ ଅବମାନନା କରାଯାଉଛି । ସରକାରୀ ଦଳର ସ୍ୱାର୍ଥ ପାଇଁ ସରକାର କିପରି ରାଜ୍ୟ ରାଜକୋଷରୁ ଜନସାଧାରଣଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏହା ତାହାର ଜ୍ୱଳନ୍ତ ଉଦାହରଣ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଓଡ଼ିଶାରେ ଜଙ୍ଗଲରାଜ ଶାସନ ଚାଲିଛି । ଏ ଘଟଣାର ଅନୁସନ୍ଧାନ କରି ଘଟଣାରେ ସଂପୃକ୍ତ ବିଭାଗ ଏବଂ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏହା ମଧ୍ୟ ପଢନ୍ତୁ...ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ! ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଆଜିର ପ୍ରତିନିଧି ଦଳରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ବିଭୂତି ମିଶ୍ର, ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର, ସମ୍ପାଦକ ନରୋତ୍ତମ ନାୟକ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.