ETV Bharat / state

କଂଗ୍ରେସର ଗଣତନ୍ତ୍ର ବଞ୍ଚାଅ ରାଲିରେ ଏକାଠି ହେଲେ ୧୨ ଦଳ, ରାଜ୍ୟପାଳଙ୍କୁ ଭେଟିଲା ସର୍ବଦଳୀୟ କମିଟି

author img

By

Published : Mar 27, 2023, 8:14 PM IST

କଂଗ୍ରେସର ଗଣତନ୍ତ୍ର ବଞ୍ଚାଅ ରାଲିରେ ସାମିଲ ହେଲେ ୧୨ଟି ରାଜନୈତିକ ଦଳ । ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲେ ସର୍ବଦଳୀୟ ପ୍ରତିନିଧି ଦଳ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

କଂଗ୍ରେସର ଗଣତନ୍ତ୍ର ବଞ୍ଚାଅ ରାଲିରେ ଏକାଠି ହେଲେ ୧୨ ଦଳ

ଭୁବନେଶ୍ବର: ତୀବ୍ର ହେଲା ପ୍ରତିବାଦ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ତେଜିଲା ବିଜେପି ବିରୋଧୀ ମେଳି । ଦେଶରେ ଗଣତନ୍ତ୍ର ଉପରେ ବିପଦ ସୃଷ୍ଟି ହୋଇଥିବହା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଲେ ସର୍ବଦଳୀୟ ପ୍ରତିନିଧି ଦଳ । କଂଗ୍ରେସ ନେତୃତ୍ୱରେ ରାଜ୍ୟର ୧୨ଟି ଦଳ ଏବେ ଏକାଠି ହୋଇ ଲଢେଇ କରିବେ ବୋଲି ସୂଚନା ଦେଇଛି କଂଗ୍ରେସ । ତେବେ ଆଜି କଂଗ୍ରେସ ସମେତ ସିପିଆଇ, ସିପିଆଇ(ଏମ୍‌), ସମାଜବାଦୀ ପାର୍ଟି ଭଳି ୧୨ଟି ଦଳର ପ୍ରତିନିଧି ମାନେ ଗଣତନ୍ତ୍ର ରାଲିରେ ସାମିଲ ହୋଇ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟରେ ବିଧାନ ସଭା ବଜେଟ ଅଧିବେଶନ ଜାରି ରହିଥିବା ବେଳେ ଆଜି କଂଗ୍ରେସ ବିଧାୟକମାନେ ଗୃହରେ କଳା ଡ୍ରେସ ପରିଧାନ କରି ହୋ ହାଲ୍ଲା କରିଥିଲେ । ଫଳରେ ଗୃହ ଅଚଳ ହୋଇଥିଲା । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ କଳା ଡ୍ରେସ ପିନ୍ଧି ନିଜର କ୍ଷୋଭ ପ୍ରକାଶ କରିଥିଲେ । କଂଗ୍ରେସ ନେତୃତ୍ବରେ ଆୟୋଜିତ ଗଣତନ୍ତ୍ର ବଞ୍ଚାଅ ରାଲିରେ ୧୨ଟି ରାଜନୈତିକ ଦଳ ଯୋଗ ଦେଇଥିଲେ । କିନ୍ତୁ ବିଜେଡି ଏହି ରାଲିରୁ ନିଜକୁ ଦୂରେଇ ରଖିଥିଲା । ଏନେଇ ପିସିସି ସଭାପତି କହିଛନ୍ତି, "ବିଜେଡି ଓ ବିଜେପି ଦୁଇ ଦଳ ମିଶିକରି ଅଛନ୍ତି । ଆମକୁ ସବୁ ବିରୋଧି ଦଳକୁ ନେଇ ଆଗକୁ ବଢିବାକୁ ହେବ । ଆଗକୁ ଏ ପ୍ରତିବାଦ ଗାଁ ଗାଁକୁ ଯିବ । ଯେଉଁ ପର୍ଯ୍ୟନ୍ତ ଗଣତନ୍ତ୍ର ସୁରକ୍ଷିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ।"

ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ଏକ ସୁଚିନ୍ତିତ ଷଡଯନ୍ତ୍ର । ସାରା ଭାରତବର୍ଷରେ ଆଜି ଏହାର ପ୍ରତିବାଦ ହେଉଛି । ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଏହି ପ୍ରତିବାଦ ଜାରି ରହିବ । ଆଦାନୀ ପାଖରେ ୨୦ ହଜାର କୋଟି ଟଙ୍କା କେଉଁଠାରୁ ଆସିଲା ? ସେ ଟଙ୍କା କାହାର ? ଏସବୁ ପ୍ରଶ୍ନ ପଚାରିବାର ଅଧିକାର ଆମର ଅଛି । ଏହାର ଉତ୍ତର ଦେବାର କାମ ସରକାରଙ୍କର । ସେ ଘଟଣା ଉପରେ ନଜର ହଟେଇବାକୁ ଯାଇ ରାହୁଲ ଗାନ୍ଧୀଙ୍କ ଉପରେ ଏଭଳି କରିଛି ବିଜେପି ସରକାର । ବିଧାନସଭାରେ କଳା ଡ୍ରେସ ପିନ୍ଧି ପ୍ରତିବାଦ କରିଛୁ । ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ଅବଗତ କରାଇଛୁ । ସମ୍ବିଧାନର ନିୟମ ସରକାର ପାଳନ କରୁନାହାନ୍ତି । ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ଅଗଣତାନ୍ତ୍ରିକ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଆନ୍ଦୋଳନ ଦେଶରେ ଏକ ଆଲୋଡନ ସୃଷ୍ଟି କରିଛି । ଆବାଳ ବୃଦ୍ଧ ବନିତା ତାଙ୍କ ସହ ଯୋଡି ହୋଇଥିଲେ । ତେଣୁ କେନ୍ଦ୍ର ବିଜେପି ସରକାର ଏହାକୁ ସହି ପାରିଲା ନାହିଁ । ତେଣୁ ତରବରିଆ ଭାବେ ରାହୁଲଙ୍କ ସାଂସଦ ପଦ ରଦ୍ଦ କଲେ ।"

ସେହିଭଳି କଂଗ୍ରେସ ନେତୃତ୍ବରେ ଗଣତନ୍ତ୍ର ବଞ୍ଚାଅ ରାଲିକୁ ସମର୍ଥନ କରି ସେଥିରେ ଯୋଗ ଦେଇଥିବା ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ରାହୁଲ ଗାନ୍ଧୀଙ୍କର ସଦସ୍ୟତା ପଦ ରଦ୍ଦ ନେଇ ଲୋକସଭା ବାଚସ୍ପତିଙ୍କ ପଦକ୍ଷେପକୁ ନିନ୍ଦା କରିଛନ୍ତି । ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ହେଉଛି । ତେଣୁ ଆମେ ଏହାର ତୀବ୍ର ପ୍ରତିବାଦ କରୁଛୁ ବୋଲି କହିଛନ୍ତି ସମାଜବାଦି ପାର୍ଟିର ରାଜ୍ୟ ସଭାପତି ରବି ବେହେରା । ସେହିଭଳି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଅଭୟ ସାହୁ କହିଛନ୍ତି, "ବିଜେପି ଓ ଆର୍‌ଏସ୍‌ଏସ୍‌ର ଏହା ଏକ ରାଜନୈତିକ ଷଡଯନ୍ତ୍ର । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ଅଗଣତାନ୍ତ୍ରିକ । ସଂଘୀୟ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଆମେ ଆଜି ବହାରିଛୁ । ଏ ଲଢେଇ ଜାରି ରହିବ । ଏହାର ତୀବ୍ର ପ୍ରତିବାଦ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.