ETV Bharat / state

ସଡ଼କ ଦୁର୍ଘଟଣାରେ ହରାଇଛନ୍ତି କି ପରିଜନ, ୨ ଲକ୍ଷ ଯାଏଁ ମିଳିବ କ୍ଷତିପୂରଣ

ରାଜ୍ୟରେ ବଢିବାରେ ଲାଗିଛି ସଡକ ଦୁର୍ଘଟଣା ମାମଲା । ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଆରମ୍ଭ ହୋଇଥିବା ବେଳେ ମୃତକଙ୍କ ପରିବାର ଓ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ସାହାଯ୍ୟ କରିବା ଲାଗି ରହିଛି ସ୍ବତନ୍ତ୍ର କ୍ଷତିପୂରଣ ବ୍ୟବସ୍ଥା । ଜାଣନ୍ତୁ କଣ ରହିଛି ନିୟମ

author img

By

Published : Jan 15, 2023, 10:45 PM IST

Road Safety Week
Road Safety Week
ଆରମ୍ଭ ହେଲା ସଡ଼କ ସୁରକ୍ଷା ସଚେତନତା ସପ୍ତାହ

ଭୁବନେଶ୍ବର: ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ସଚେତନତା ସପ୍ତାହ । ଏ ନେଇ ଚାରିଆଡ଼େ ସଚେତନା ବାର୍ତ୍ତା ବାଣ୍ଟୁଛି କମିଶନରେଟ ପୋଲିସ । ରାସ୍ତାରେ ଯିବା ବେଳେ ହେଲମେଟ ପିନ୍ଧିବାଠୁ ଆରମ୍ଭ କରି ସିଟ୍‌ ବେଲ୍ଟ ପିନ୍ଧିବା, ମଦ୍ୟପାନ କରି ଗାଡି ନ ଚଳାଇବା ସହ ଟ୍ରାଫିକ ନିୟମ ମାନିବାକୁ କୁହାଯାଇଛି । ଏହାସହ ରାସ୍ତାରେ ଦୁର୍ଘଟଣାରେ ଜୀବନ ଗଲେ ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ । ସମ୍ପର୍କୀୟଙ୍କୁ ୨ଲକ୍ଷ ଯାଏଁ କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି ।

ଗତ ୨୦୨୧ରେ ଭୁବନେଶ୍ୱରରେ ୬୩୬ ଜଣ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୧୮୦ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୨୨ରେ ନଭେମ୍ବର ସୁଦ୍ଧା ୬୬୩ଟି ଦୁର୍ଘଟଣା ଘଟିଥିବା ବେଳେ ୧୭୪ଜଣଙ୍କ ପ୍ରାଣହାନୀ ଘଟିଛି । ଯାହାକି ଅତି ଗମ୍ଭୀର ବିଷୟ । ବିଭିନ୍ନ ଦିଗକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି । ଗାଡ଼ି ଚାଳନ ସମୟରେ ସାବଧାନତା ଅବଲମ୍ବନ କରି ନିଜ ଓ ଅନ୍ୟର ଜୀବନ ବଞ୍ଚାଇବା ଲାଗି ପରାମର୍ଶ ଦିଆଯାଇଛି ।

ଏହା ବି ପଢନ୍ତୁ- କାଶୀପୁର ଗର୍ଭବତୀଙ୍କ ମୃତ୍ୟୁ ଘଟଣା, ପରିବାରକୁ 30 ଲକ୍ଷ କ୍ଷତିପୂରଣ ଦାବି କଲା BJP

ଜୀବନ ଗଲେ ମିଳିବ କ୍ଷତିପୂରଣ:- ରାସ୍ତାରେ ଦୁର୍ଘଟଣାରେ ଜୀବନ ଗଲେ ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ । ଏଥିପାଇଁ ଦୁଇଟି ପର୍ଯ୍ୟାୟ ରହିଛି । ଯେଉଁ ଗୋଟିଏ ପ୍ରକାରରେ ମିଳିପାରିବ କ୍ଷତିପୂରଣ । ଯଦି ଦୁର୍ଘଟଣାଟି ଘଟିଥିବା ଗାଡି ଧରାପଡ଼େ ବା ଗାଡ଼ିର ଇନ୍ସୁରାନ୍ସ ଥାଏ ତେବେ ମୃତକର ବୟସ ଓ ତାଙ୍କର ବୃତ୍ତି ଏବଂ ତାଙ୍କ ଉପରେ ନିର୍ଭର କରୁଥିବା ଲୋକଙ୍କ ହିସାବରେ ମୃତକଙ୍କୁ ପରିବାରକୁ ଇନ୍ସୁରାନ୍ସ କମ୍ପାନୀଠାରୁ କ୍ଷତିପୂରଣ ମିଳିପାରିବ । ଏନେଇ ପୋଲିସ ତଦନ୍ତ ଓ ଦୁର୍ଘଟଣାଗ୍ରସ୍ତ ଗାଡି ଚାଳକର ପରିଚୟ ପୋଲିସ ତଦନ୍ତରୁ ଜଣାପଡ଼ିବ ।

ନଚେତ ଅଜଣା ଗାଡ଼ି ଧକ୍କାରେ ମୃତ ହେଲେ ଏନେଇ ଏକ ମୋଟର ଆକ୍ସିଡେଣ୍ଟ କ୍ଲେମ୍‌ ଟ୍ରିବ୍ୟୁନାଲ(Mact) ରହିଛି । ପ୍ରତି ଜିଲ୍ଲାରେ ଏହି ଅଫିସ୍‌ ରହିଥାଏ । ଯେଉଁଠି ଆପଣ ଆବେଦନ କଲେ ଆପଣଙ୍କୁ ଏହି Mact ଜରିଆରେ ଏକ ନିର୍ଦ୍ଦିଷ୍ଟ କ୍ଷତିପୂରଣ ଯେପରିକି ୨ଲକ୍ଷ ଯାଏଁ କ୍ଷତିପୂରଣ ମିଳିବାର ସୁବିଧା ରହିଛି । ଅନେକ ଲୋକ ଏହି ସୁବିଧା ଜାଣିପାରିନଥାନ୍ତି । ଫଳରେ ଦୁର୍ଘଟଣାଗ୍ରସ୍ତ ଲୋକର ପରିବାର ଯଦି ସେହି ଲୋକ ଉପରେ ନିର୍ଭରଶୀଳ ଥାନ୍ତି ତେବେ ଏହା ତାଙ୍କ ପରିବାର ପାଇଁ ଚଳିବାରେ କଷ୍ଟକର ହୋଇଥାଏ । ତେବେ Mact ଜରିଆରେ ଏକ ଅର୍ଥରାଶି ପାଇପାରିବେ ।

ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ କଲେ ମିଳିବ ପୁରସ୍କାର:- ଦୁର୍ଘଟଣାରେ ଛଟପଟ ହେଉଥିବା ଲୋକକୁ ପ୍ରଥମେ ହସ୍ପିଟାଲକୁ ନେବାକୁ ଚେଷ୍ଟା କରିବା ଦରକାର । ଯାହାଦ୍ବାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଜୀବନ ବଞ୍ଚିପାରିବ । କାରଣ ଦୁର୍ଘଟଣାର‌ ପ୍ରଥମ ରେସ୍ପଣ୍ଡର ଭାବେ ସହଯୋଗ କଲେ ଏହା ୯୦ପ୍ରତିଶତ ବଞ୍ଚିବାର ସମ୍ଭାବନା ରହିଥାଏ। ଏନେଇ ଏକ ନିୟମ ରହିଛି । ଦୁର୍ଘଟଣାଗ୍ରସ୍ତ ଲୋକଟିକୁ ସହଯୋଗ କରି ଯଦି ତାଙ୍କ ଜୀବନ ବଞ୍ଚିଯାଏ, ତେବେ ସହଯୋଗ କରିଥିବା ଲୋକଟିକୁ ଗୁଡ୍‌ ସମରିଟିଆନ ଭାବେ ୨ହଜାର‌ ପର୍ଯ୍ୟନ୍ତ ଅର୍ଥରାଶି ମିଳିଥାଏ । ଯାହାକୁ ସ୍ଥାନୀୟ ଥାନା ଦେବାର ଏକ ଯୋଜନା ରହିଛି ।

ପୂର୍ବରୁ ଅନେକ ସମୟରେ ଲୋକ ଦୁର୍ଘଟଣାର ସହଯୋଗ କରୁଥିବା ଲୋକଟିକୁ ପୋଲିସ ପ୍ରତ୍ୟକ୍ଷଦର୍ଶୀ ଭାବେ ସାକ୍ଷୀ ବିବେଚିତ ହୋଇଥାଏ । ପରେ ଲୋକଟି କେସ୍‌ରେ ସାକ୍ଷୀ ଭାବେ ଅନେକ ସମୟରେ ପ୍ରମାଣ ଆଧାରରେ ପୋଲିସ ତଦନ୍ତର ସାମ୍ନା କରିଥାଏ । ଏସବୁକୁ ଦୃଷ୍ଟିରେ ରଖି ଅନେକ ଲୋକ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଏଭଳି ସମସ୍ୟାକୁ ଦୃଷ୍ଟିରେ ‌ରଖି ସହଯୋଗ କରିଥିବା ଲୋକକୁ ସାକ୍ଷୀ ଭାବେ ଦର୍ଶାଇବା ବାଧ୍ୟତାମୂଳକ ନୁହେଁ ବୋଲି ଏବେ ନିର୍ଦ୍ଦେଶନାମା ରହିଛି । ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଅଯଥାରେ ହଇରାଣ କରିପାରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.