ETV Bharat / state

CMO Team USA Visit; ଆପଲ, ଗୁଗୁଲ, ମେଟା ଓ ଭିସା କମ୍ପାନୀ ସହ ଆଲୋଚନା କରିବେ ରାଜ୍ୟ ପ୍ରତିନିଧି - ୟୁଏସ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଓଡିଶାରେ ବିଦେଶୀ ପୁଞ୍ଜିନିବେଶ ବା FDI ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷିତ କରୁଥିବା ରାଜ୍ୟ ମଧ୍ୟରେ ଓଡିଶା ପ୍ରଥମ 3 ସ୍ଥାନ ମଧ୍ୟରେ ରହି ଆସୁଛି । ବିଦେଶୀ ପୁଞ୍ଜିନିବେଶକଙ୍କୁ ଆକର୍ଷିତ କରିବା ଲାଗି ଗତ କିଛି ବର୍ଷ ହେବ ବରାବର ବିଦେଶ ଗସ୍ତ କରୁଛନ୍ତି ରାଜ୍ୟ ସରକାର ଓ ପ୍ରତିନିଧି ଦଳ । ଅଧିକ ପଢନ୍ତୁ

CMO in USA ; ଆପଲ, ଗୁଗୁଲ, ମେଟା ଓ ଭିସା କମ୍ପାନୀ ସହ ଆଲୋଚନା କରିବେ ରାଜ୍ୟ ପ୍ରତିନିଧି

author img

By

Published : Jul 24, 2023, 9:53 PM IST

ଭୁବନେଶ୍ବର: ବିଦେଶ ଗସ୍ତରେ ଯାଇଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ସିଲିକନ ଭ୍ୟାଲିରେ ଥିବା ବିଭିନ୍ନ ବହୁଦେଶୀୟ କମ୍ପାନୀ ସହ ଆଲୋଚନା କରିବେ ଏହି ପ୍ରତିନିଧି ଦଳ । ଏଠାରେ ଥିବା ଆପଲ, ଗୁଗୁଲ, ସେଭରନ, ମେଟା ଓ ଭିସା ଆଦି କମ୍ପାନୀ ସହ ଏହି ଟିମ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ କରିବା ନିମନ୍ତେ ଆମନ୍ତ୍ରଣ କରିବେ । ଏହି ଟିମରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟସଭା ସାଂସଦ ସୁଜିତ କୁମାର, ଉନ୍ନୟନ କମିଶନର ଅନୁ ଗର୍ଗ, 5ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଓଏସଡି ତଥା ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ନୂଆଦିଲ୍ଲୀ ଆବାସିକ କମିଶନର ରବିକାନ୍ତ ପ୍ରମୁଖ ଅଛନ୍ତି । ଏହି ଟିମ ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହାବି ପଢନ୍ତୁ- Longest Serving CM: ଜ୍ୟୋତିଙ୍କୁ ଟପିଲେ ନବୀନ, ହେଲେ ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ

ଓଡିଶାରେ ବିଦେଶୀ ପୁଞ୍ଜିନିବେଶ ବା FDI ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷିତ କରୁଥିବା ରାଜ୍ୟ ମଧ୍ୟରେ ଓଡିଶା ପ୍ରଥମ 3 ସ୍ଥାନ ମଧ୍ୟରେ ରହି ଆସୁଛି । ବିଦେଶୀ ପୁଞ୍ଜିନିବେଶକଙ୍କୁ ଆକର୍ଷିତ କରିବା ଲାଗି ଗତ କିଛି ବର୍ଷ ହେବ ବରାବର ବିଦେଶ ଗସ୍ତ କରୁଛନ୍ତି ରାଜ୍ୟ ସରକାର ଓ ପ୍ରତିନିଧି ଦଳ । ଗତ ଶନିବାର ଦିନରୁ 10 ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ । ଆଇଟି ମନ୍ତ୍ରୀ ଓ ରାଜ୍ୟସଭା ସାଂସଦଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଏହି ଟିମରେ ସାମିଲ ଅଛନ୍ତି । ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ସିଲିକନ ଭ୍ୟାଲିରେ ଥିବା ବିଭିନ୍ନ କମ୍ପାନୀ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ବୈଠକ କରିବେ । ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାରେ ଡିଜିଟାଲ ଟେକ୍ନୋଲୋଜିର ଅଧିକ ଉପଯୋଗ ଓ ଅନ୍ୟାନ୍ୟ କ୍ଷେତ୍ରରେ ଡିଜିଟାଲ ପ୍ରଶାସନ କିଭଳି ଯୋଗାଇ ହେବ ସେ ଦିଗରେ ନୂଆ ତଥ୍ୟ ସଂଗ୍ରହ କରିବେ ।

ଏହାବି ପଢନ୍ତୁ- ଆମ ଓଡ଼ିଶା ନବୀନ ଓଡିଶା ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ: ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ନିଜସ୍ବ ଫାଇଭରନେଟ ଗ୍ରୀଡ ନିର୍ମାଣ ଓ ବିଛାଇବା ନିମନ୍ତେ ରାଜ୍ୟ ସରକାର ବଜେଟ ଘୋଷଣା କରିଛନ୍ତି । ଏହି ଗସ୍ତ ସମୟରେ ସିଲିକନ ଭ୍ୟାଲିରେ ଥିବା ପ୍ରମୁଖ ସଫ୍ଟୱେୟାର ଓ ଇଣ୍ଟରନେଟ କମ୍ପାନୀ ଗୁଡ଼ିକ ସହ ପ୍ରତିନିଧି ଦଳ ଆଲୋଚନା କରିବେ । ଆପଲ, ଗୁଗୁଲ, ସେଭରନ, ମେଟା ଓ ଭିସା ଆଦି କମ୍ପାନୀ ସହ ରାଜ୍ୟ ସରକାରଙ୍କ ଟିମ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆମନ୍ତ୍ରଣ କରିବେ । ଏହି ଗସ୍ତ ସମୟରେ କାଲିଫର୍ଣ୍ଣିଆର ପାଲୋଅଲଟୋ ସହରରେ ଥିବା କ୍ରାଉନ ପ୍ଲାଜା ହୋଟେଲରେ 28 ତାରିଖ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ପ୍ରବାସୀ ଓଡ଼ିଆଙ୍କ ସହ ରାଜ୍ୟର ପ୍ରଶାସନିକ ମଡେଲ ଓ ଡିଜିଟାଲ ପ୍ରଶାସନକୁ କିଭଳି ବ୍ୟାପକ କରାଯିବ ସେ ସମ୍ପର୍କରେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ହଜାରେରୁ ଅଧିକ ପ୍ରବାସୀ ଓଡ଼ିଆ ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ଟିମ ଆସନ୍ତା 30 ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.