ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ L&T CEO, ବିଭିନ୍ନ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଲେ ନବୀନ

author img

By

Published : Oct 29, 2022, 7:34 AM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏଲ ଆଣ୍ଡ ଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ.ଏନ ସୁବ୍ରମଣ୍ୟମ । ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଲେ ନବୀନ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ L&T CEO, ବିଭିନ୍ନ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଲେ ନବୀନ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ L&T CEO, ବିଭିନ୍ନ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଲେ ନବୀନ

ଭୁବନେଶ୍ବର: ଏଲ ଆଣ୍ଡ ଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମ(L&T CEO SN Subrahmanyan) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟରେ ଶିଳ୍ପର ଅଗ୍ରଗତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ବେଳେ ରାଜ୍ୟରେ କିଛି ନୂଆ ଶିଳ୍ପ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଏଲ ଆଣ୍ଡ ଟିକୁ ପ୍ରସ୍ତାବ ଦେଇଛନ୍ତି । ପାରାଦ୍ବୀପ, ଗୋପାଳପୁର ଓ ଧାମରା ପରି ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ସାଙ୍ଗକୁ ଏରୋସ୍ପେସ ଓ ସାମରିକ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ ।

ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ମାଇଣ୍ଡ ଟ୍ରି ପକ୍ଷରୁ ରାଜ୍ୟରେ ଗ୍ଲୋବାଲ ଲର୍ଣ୍ଣିଂ ଓ ସଫ୍ଟେୱେୟାର ଡେଲିଭରି ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହାକୁ ଡେଭଲପମେଣ୍ଟ ସେଣ୍ଟର ଭାବେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ଏଲ ଆଣ୍ଡ ଟି(L&T)କୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ଗୋପାଳପୁର, ଧାମରା ଓ ପାରାଦ୍ବୀପ ଭଳି ତିନୋଟି ବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏଲ ଆଣ୍ଡ ଟି ପକ୍ଷରୁ ଉଭୟ ସାମରିକ ଓ ବାଣିଜ୍ୟିକ ଜାହଜ ମରାମତି କାରଖାନା ପ୍ରତିଷ୍ଠା କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Naveen Visit Kolkata: ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ

ସେହିପରି ଦକ୍ଷତା ବିକାଶ ଦିଗରେ ଏଲ ଆଣ୍ଡ ଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନ ବଢୁଥିବାରୁ ଆଗାମୀ ଦିନରେ ମାଇନିଂ, ମେକାନିକାଲ ଯନ୍ତ୍ରାଂଶ ସାଙ୍ଗକୁ ଶିଳ୍ପ ଓ ସାମାଜିକ ଭିତ୍ତିଭୂମିରେ ମଧ୍ୟ ବିକାଶ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏଲ ଆଣ୍ଡ ଟି ନିଜର କ୍ଷମତା ସଂପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ରୂପାନ୍ତରିକରଣ ପ୍ରକ୍ରିୟା ଜାରି ରହିଛି । ଶିଳ୍ପ ଅଞ୍ଚଳରେ ଥିବା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରି ଏହାର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଫଳରେ ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଛୁଆମାନେ ଉନ୍ନତ ଶିକ୍ଷାର ସୁଯୋଗ ପାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.