ETV Bharat / state

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ, ଦ୍ବିତୀୟ ଦିନରେ ୫ ଜିଲ୍ଲାର ୩୨୮ ସ୍କୁଲ ଲୋକାର୍ପିତ

author img

By

Published : Apr 27, 2023, 7:58 AM IST

୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ । ଦ୍ବିତୀୟ ଦିନରେ ୩୨୮ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ
୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ
୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ
୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏଥିରେ ବଲାଙ୍ଗୀର ଜିଲ୍ଲାର ୧୦୦ଟି, ସମ୍ବଲପୁରର ୬୧ଟି, ପୁରୀର ୫୩ଟି ଓ କେନ୍ଦ୍ରାପଡାର ୫୬ଟି ଏବଂ କୋରାପୁଟ ଜିଲ୍ଲାର ୫୮ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ତୃତୀୟ ପର୍ଯ୍ୟାୟରେ ଦୁଇ ଦିନରେ ସମୁଦାୟ ୬୮୫ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩,୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ତିନୋଟି ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟରେ ମୋଟ ୬,୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ
୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ କହିଛନ୍ତି ଯେ, ଆମେ ଏବେ ବଡ ବଡ ସ୍ବପ୍ନ ଦେଖିପାରୁଛୁ । ସଫଳ ହେବୁ ବୋଲି ମଧ୍ୟ ଭାବୁଛୁ । କୋରାପୁଟ ଜିଲ୍ଲାର ଜଣେ ଛାତ୍ରୀ ବିଷ୍ଣୁପ୍ରିୟା ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି ବୋଲି କହିଛନ୍ତି । ବଡ ହେଲେ ସେ ନିଜେ ମୁଖ୍ୟମନ୍ତ୍ରୀ ହୋଇ ଓଡିଶାବାସୀଙ୍କ ସେବା କରିବାର ସ୍ବପ୍ନ ଦେଖୁଥିବା କହିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇ ତାଙ୍କୁ ଆଶୀର୍ବାଦ କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ବଲାଙ୍ଗୀର ଛାତ୍ରୀ ଦୀପାଞ୍ଜଳି ବେହେରା ବଡ ହେଲେ ପାଇଲଟ ହେବାକୁ ଚାହୁଁଥିବା କହିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜୁ ବାବୁଙ୍କ ସଂପର୍କରେ ଏକ ପୁସ୍ତକ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ
୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ

ସେହିପରି ସମ୍ବଲପୁରର ଜଣେ ଛାତ୍ରୀ ବାଗ୍ମୀ ବିଶ୍ବଜିତା ସାହୁ ଆଇ.ଏ.ଏସ ଅଫିସର ହେବାର ଇଚ୍ଛା ପ୍ରକଟ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁମାନେ ଆଇଏଏସ ବା ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଆଇଏଏସ ବା ଆଇପିଏସ ଅଫିସରମାନଙ୍କ ସହିତ ସାକ୍ଷାତକାରର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ପିଲାମାନେ ଅଧିକ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭିସି ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇଛନ୍ତି । ସମୟ ଉପରେ ଗୁରୁତ୍ବ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

କୋରାପୁଟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବଲାଙ୍ଗୀରରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସମ୍ବଲପୁରରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ପୁରୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ କେନ୍ଦ୍ରାପଡାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ସେମାନଙ୍କ ମତାମତ ରଖି ଶିକ୍ଷା କ୍ଷେତ୍ରରେ ଏ ରୂପାନ୍ତର ଓଡ଼ିଶାର ଭବିଷ୍ୟତକୁ ଉଜ୍ଜଳ କରିବ ବୋଲି ମତ ଦେଇଛନ୍ତି । ଦୃଢ ଶିକ୍ଷା ଭିତ୍ତିଭୂମି ପିଲାମାନଙ୍କୁ ସବୁ କ୍ଷେତ୍ରରେ ସଫଳ କରିବ ବୋଲି ଆଶା ପ୍ରକାଶ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କ ଆକର୍ଷଣ ବୃଦ୍ଧି ପାଉଛି । ରାଜ୍ୟର ୮୧ ପ୍ରତିଶତ ପିଲା ସରକାରୀ ସ୍କୁଲରେ ପାଠ ପଢୁଛନ୍ତି । କେବଳ ସେତିକି ନୁହେଁ, ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ବଢୁଛି । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ନେଉଛନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି ଯେ, ଆଗାମୀ ୬ ମାସ ମଧ୍ୟରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପିଲାମାନଙ୍କ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ନିର୍ଦ୍ଦେଶ ଦେଉଛନ୍ତି, ସେଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.