ETV Bharat / state

ଓଡିଶା ପର୍ଯ୍ୟଟନକୁ ବୁଷ୍ଟର ଡୋଜ, ଓଡିଶା ଟ୍ରାଭେଲ ବଜାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - 3 ଦିନିଆ ଓଡିଶା ଟ୍ରାଭେଲ ବଜାର

3 ଦିନିଆ ଓଡିଶା ଟ୍ରାଭେଲ ବଜାରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଓଡ଼ିଶାରେ ପୁଞ୍ଜି ନିବେଶର ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଓଡିଶା ଟ୍ରାଭେଲ ବଜାର । ଅଧିକ ପଢ଼ନ୍ତୁ

cm naveen patnaik inaugurate odisha travel bazar 2022
ଓଡିଶା ଟ୍ରାଭେଲ ବଜାରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗଦେଲେ 60ରୁ ଊର୍ଦ୍ଧ୍ବ ଡୋମେଷ୍ଟିକ୍ ଟୁର ଅପରେଟର
author img

By

Published : Oct 29, 2022, 9:08 AM IST

Updated : Oct 29, 2022, 10:48 AM IST

ଭୁବନେଶ୍ବର: ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଓଡ଼ିଶାରେ ପୁଞ୍ଜି ନିବେଶର ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଓଡିଶା ଟ୍ରାଭେଲ ବଜାର । 3 ଦିନିଆ ଓଡିଶା ଟ୍ରାଭେଲ ବଜାରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରାଭେଲ ବଜାର ଚତୁର୍ଥ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ଟ୍ରାଭେଲ ବଜାରରେ 20ରୁ ଅଧିକ ବିଦେଶୀ ଟୁର ଅପରେଟର ଏବଂ 60ରୁ ଅଧିକ ଡୋମେଷ୍ଟିକ୍ ଟୁର ଅପରେଟର ଅଂଶଗ୍ରହଣ କରିଛନ୍ତି । ଡୋମେଷ୍ଟିକ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସାର କରିବା ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଓଡ଼ିଶା ଟ୍ରାଭେଲ ବଜାର 2022 ଆୟୋଜନ କରାଯାଉଛି । ଏହାସହ ସ୍ଥାନୀୟ ବିକ୍ରେତା ଓ ଟୁର ଅପରେଟରମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଲାଗି ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯାଉଛି ।

ଓଡିଶା ପର୍ଯ୍ୟଟନକୁ ବୁଷ୍ଟର ଡୋଜ

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ B2B ବୈଠକ ଆୟୋଜନ କରାଯାଇଛି । କୋଭିଡ ଯୋଗୁଁ ପ୍ରଭାବିତ ହୋଇଥିବା ଓଡ଼ିଶାର ପର୍ଯ୍ୟଟନକୁ ଏହା ଇନ୍ଧନ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡ଼ିଶାର ପର୍ଯ୍ୟଟନୀ ସ୍ଥଳଗୁଡ଼ିକ ବିଷୟରେ ଭାରତର ଏବଂ ଆନ୍ତର୍ଜାତିକ ଟୁର ଅପରେଟରମାନଙ୍କୁ ଅବଗତ କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି ।

ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ବିକାଶ ଦିଗରେ ରାଜ୍ୟର ପର୍ଯ୍ୟଟନ ବିଭାଗ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ପର୍ଯ୍ୟଟନ ସ୍ଥଳୀର ପ୍ରସାର କରିବା ଲାଗି ଏକ ମଞ୍ଚ ସୃଷ୍ଟି କରିବା ଓ ସ୍ଥାନୀୟ ପର୍ଯ୍ୟଟନରେ ଉନ୍ନତି ଆଣିବା ପ୍ରଥମ ଲକ୍ଷ୍ୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା କହିଛନ୍ତି । ଟୁର ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭୁବନେଶ୍ୱର, ପୁରୀ, କୋଣାର୍କ, ଚିଲିକା, ଧଉଳି, ଭିତରକନିକା ଓ ଲଳିତଗିରି ଆଦି ସ୍ଥାନକୁ ପରିଦର୍ଶନରେ ନିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ L&T CEO, ବିଭିନ୍ନ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଲେ ନବୀନ

ନିବେଶକ ଏବଂ ଏୟାରଲାଇନ୍ସମାନଙ୍କ ସହ B2G ବୈଠକ ମଧ୍ୟ ଆୟୋଜନ କରାଯିବ ବୋଲି ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ସୂଚନା ଦେଇଛନ୍ତି । ଏନେଇ ଫିକିର ଟ୍ରାଭେଲ୍‌, ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ-ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି, " ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ ଓ ଭିତଏନାମ ଭଳି ଦେଶରୁ ୨୫ଟି ବିଦେଶୀ ଟୁର ଅପରେଟର ଏବଂ ଭାରତର ବିଭିନ୍ନ ସ୍ଥାନ ଯଥା ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୌହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ ଓ ଏନସିଆର, , ପୁଣେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ତ୍ରିଭେନ୍ଦ୍ରମ, ବାରାଣାସୀ ଓ ବିଶାଖାପାଟଣା ଆଦିରୁ ଟୁର ଅପରେଟର ଅଂଶଗ୍ରହଣ କରିବେ ।

ଓଡ଼ିଶା ହେଉଛି ପ୍ରାକୃତିକ ସମ୍ବଳର ଗନ୍ତାଘର । କିଛି ବର୍ଷ ଭିତରେ ରାଜ୍ୟ ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୋଇଛି । 482 କିମି ବ୍ୟାପୀ ଲମ୍ବା ବେଳାଭୂମି, 19 ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଆମର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ନେଇ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି । ସେହି ସମ୍ଭାବନା ବିଷୟରେ ଦେଶର ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ହୋଇଛି । କରୋନା ପରେ ଅଣ୍ଟା ଭାଙ୍ଗି ଯାଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ସୁଧାରିବା ସହ ଏହାର ବିକାଶ ଦିଗରେ ସହାୟକ ହେବ । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ସୁଦୂର ପ୍ରସାରୀ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 29, 2022, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.