ETV Bharat / state

ସରକାରୀ ଜମି ହଡପ ଅଭିଯୋଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର - ଡିଆରଡିଏ କାର୍ଯ୍ୟାଳୟ

ଖୋର୍ଦ୍ଧା ଜିଲ୍ଲାରେ ଏକ ସରକାରୀ ଜାଗାକୁ ଅକ୍ତିଆର କରିଛି ଟାଇଟ କଲେଜ କର୍ତ୍ତୃପକ୍ଷ । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କୁ ଦାବିପତ୍ର
ଜିଲ୍ଲାପାଳଙ୍କୁ ଦାବିପତ୍ର
author img

By

Published : Apr 13, 2021, 9:00 AM IST

ଖୋର୍ଦ୍ଧା : ଜିଲ୍ଲାରେ ଏକ ସରକାରୀ ଜାଗାକୁ ଅକ୍ତିଆର କରିଛନ୍ତି ଜବରଦଖଲକାରୀ । ଉଚ୍ଚ ନ୍ୟାୟାଳୟର ରହିତାଦେଶ ସତ୍ତ୍ବେ ଟାଇଟ କଲେଜ କର୍ତ୍ତୃପକ୍ଷ ଖୋର୍ଦ୍ଧାର ପୁରୁଣା ଡିଆରଡିଏ ଗୃହକୁ ଭାଙ୍ଗିବା ସହିତ ଏକ ଏକର ଆଠଶହ ବତିସ ଡ଼ିସିମିଲ ଜାଗାକୁ ବେଆଇନ ଭାବେ ଅକ୍ତିଆର କରିଥିବା ଅଭିଯୋଗରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାପାଳଙ୍କୁ ଦାବିପତ୍ର

ସୋମବାର ନିୟୁ ଥିଙ୍କିଙ୍ଗ ଫୋରମ ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଏହାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଅଦାଲତ ଅବମାନନା କରିବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ପ୍ରକାଶ ଥାଉକି, ୧୯୯୮ ମସିହାରେ ତତ୍‌କାଳୀନ ରାଜ୍ୟ ସରକାର ବରୁଣେଇଠାରେ ଏକ ଡିଆରଡିଏ କାର୍ଯ୍ୟାଳୟ ନିର୍ମାଣ କରିଥିଲେ । କିନ୍ତୁ ଏହାକୁ ଏବେ ଟାଇଟ କଲେଜ କର୍ତ୍ତୃପକ୍ଷ ଭାଙ୍ଗି ନିଜ ଦଖଲରେ କରି ନେଇଥିବା ଅଭିଯୋଗ କରିିଛି ନିୟୁ ଥିଙ୍କିଙ୍ଗ ଫୋରମ ସ୍ବେଚ୍ଛାସେବୀ ସଙ୍ଗଠନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.