ETV Bharat / state

ନାଟକ ବିପ୍ଳବୀ ବାଜିଆ ମଞ୍ଚସ୍ଥ, ପିଲାଙ୍କୁ ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ

author img

By

Published : Jul 9, 2023, 1:32 PM IST

Updated : Jul 9, 2023, 1:42 PM IST

ବିପ୍ଳବୀ ବାଜି ରାଉତଙ୍କ ବୀରତ୍ବର କାହାଣୀକୁ ନେଇ ପ୍ରସ୍ତୁତ ଶିଶୁ ନାଟକ ‘ବିପ୍ଲବୀ ବାଜିଆ’ ଭଞ୍ଜ କଳାମଣ୍ଡପରେ ପରିବେଷିତ ହୋଇଯାଇଛି । ଅଧିକ ପଢନ୍ତୁ

biplavi bajia
biplavi bajia
biplavi bajia

ଭୁବନେଶ୍ବର: ବିପ୍ଳବୀ ବାଜି ରାଉତଙ୍କ ବୀରତ୍ବର କାହାଣୀକୁ ନେଇ ଶିଶୁ ନାଟକ ‘ବିପ୍ଲବୀ ବାଜିଆ’ ଭଞ୍ଜ କଳାମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି । ରସୁଲଗଡ ବ୍ରହ୍ମଶ୍ୱର କଲୋନୀର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଏହି ନାଟକ ପରିବେଷିତ କରିଥିଲେ । ପିଲାମାନଙ୍କ ଅଭିନୟ ଦର୍ଶକଙ୍କୁ ମଞ୍ଚ ନିକଟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ବାଜିଙ୍କ ବୀରତ୍ବର କାହାଣୀ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା । ପିଙ୍କ ଉଡ୍‌ କ୍ରିଏସନ୍‌’ ଓ ‘ପେସ୍‌ ଫାଉଣ୍ଡେସନ୍‌’ ସହଯୋଗରେ ପ୍ରସ୍ତୁତ ଏହି ନାଟକରେ ବିଦ୍ୟା ମନ୍ଦିରର ଷଷ୍ଠ ଓ ସପ୍ତମ ଶ୍ରେଣୀର ୨୪ଜଣ ଛାତ୍ରଛାତ୍ରୀ ଅଭିନୟ କରିଥିଲେ ।

ପିଙ୍କି ପ୍ରଧାନ ଏହି ନାଟକର ପରିକଳ୍ପନା କରିଥିବା ବେଳେ ସୁଧାଂଶୁ ନାୟକ ଏହାକୁ ରଚନା କରିଛନ୍ତି । ନିର୍ଦ୍ଦେଶକ ଓ ଅଭିନେତା ମନୋଜ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଶିବଶଙ୍କର ତ୍ରିପାଠୀ । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ବେଳେ ଭାରତର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ କାହାଣୀକୁ ନାଟକର ରୂପ ଦେବା ପ୍ରଶଂସନୀୟ । ଏହି ନାଟକକୁ ସବୁ ସ୍କୁଲ, ଜିଲ୍ଲା ସ୍ତରରେ ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ଦାଶ ବେନହୁର, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ନିର୍ଦ୍ଦେଶକ ଓ ଅଭିନେତା ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ଦାଶ ବେନହୁର, କେନ୍ଦ୍ର ସାହିତ୍ୟ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ, ଅଭିନେତା ସ୍ୱରାଜ ବାରିକ ଓ ପିଙ୍କି ପ୍ରଧାନ, ସମ୍ବିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକରୁ ବାଜି ଉତ୍ତରାଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା ।

ତେବେ ନାଟକରେ ସମୁଦାୟ ୭ଟି ଦୃଶ୍ୟ ରହିଥିଲା l ପ୍ରତିଟି ଦୃଶ୍ୟ ଶେଷରେ ତାଳିରେ କମ୍ପିଥିଲା ମଣ୍ଡପ l ନାଟକ ଶେଷରେ ପ୍ରତ୍ୟେକ ଦର୍ଶକଙ୍କ ଆଖି ଛଳ ଛଳ ହୋଇଯାଇଥିଲା l ଅନ୍ୟପଟେ ଏହି ମଞ୍ଚସ୍ଥ ଓଡ଼ିଆ ଶିଶୁ ନାଟକ ‘ବିପ୍ଳବୀ ବାଜିଆ’ ଦେଖିଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ଓଡ଼ିଆ ଶିଶୁ ନାଟକ ‘ବିପ୍ଳବୀ ବାଜିଆ’ ଦେଖିବା ସହ ଶହୀଦ ବାଜି ରାଉତଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଲୋକନୃତ୍ୟ ଓ ସଙ୍ଗୀତର ଉତ୍ସବ ଦେଶଜ ଉଦଘାଟିତ

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ବେଳେ ଭାରତର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ କାହାଣୀକୁ ନାଟକର ରୂପ ଦେବା ପ୍ରଶଂସନୀୟ । ନାଟକରେ ଅଭିନୟ କରିଥିବା ରସୁଲଗଡ ବ୍ରହ୍ମେଶ୍ୱର କଲୋନୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ କଳାକାର ମାନଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର । ଏହି ନାଟକ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହେବ ।

ଏହି ନାଟକକୁ ସବୁ ସ୍କୁଲ, ଜିଲ୍ଲା ସ୍ତରରେ ପହଞ୍ଚାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆମର ସଂସ୍କୃତି ଓ ସଭ୍ୟତାର ନିରନ୍ତରତା ବଜାୟ ନ ରହିଲେ ସମାଜର ଉତ୍ଥାନ ହୋଇପାରିବ ନାହିଁ । ଆମ ସମାଜକୁ ବୀର ସଂଗ୍ରାମୀ ବାଜି ରାଉତ, ସାହସୀ ଧର୍ମପଦଙ୍କ ପରି ଛୋଟ ଛୋଟ ପିଲାମାନେ ଓଡ଼ିଶାକୁ ସର୍ବଦା ମାର୍ଗଦର୍ଶନ ଦେଇ ଆସିଛନ୍ତି । ଶିଶୁ ନାଟକକୁ ପୁନର୍ଜୀବିତ କରିବା ଦିଗରେ ଏଭଳି ଆୟୋଜନ ବେଶ୍ ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 9, 2023, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.