ETV Bharat / state

ଆସନ୍ତା ୧୦ରେ ଦିଆଯିବ କୃମିନାଶକ ଔଷଧ, ଅଙ୍ଗନବାଡ଼ି କେନ୍ଦ୍ର ସହିତ ବିଦ୍ୟାଳୟରେ ହେବ ବଣ୍ଟନ

author img

By

Published : Aug 6, 2023, 11:27 AM IST

ଜାତୀୟ କୃମିନାଶକ ଦିବସ ଅବସରରେ ରାଜ୍ୟର କୋଟିଏ ୭ ଲକ୍ଷ ଲୋକଙ୍କୁ କୃମିନାଶକ ଔଷଧ ଦିଆଯିବ । ଆସନ୍ତା ଅଗ‌ଷ୍ଟ ୧୦ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ ଦିବସରେ ଏହାକୁ ପ୍ରଦାନ କରାଯିବ । ଅଧିକ ପଢନ୍ତୁ

deworming tablets
deworming tablets

ଭୁବନେଶ୍ବର: ରାଜ୍ୟର 1 କୋଟି 7 ଲକ୍ଷ ଲୋକଙ୍କୁ ଦିଆଯିବ କୃମିନାଶକ ଔଷଧ । ଜାତୀୟ କୃମିନାଶକ ଦିବସ ଅବସରରେ ସମସ୍ତଙ୍କୁ ଆଲବେଣ୍ଡାଜୋଲ ଖାଇବାକୁ ଦିଆଯିବ । ତେବେ ଆସନ୍ତା ଅଗ‌ଷ୍ଟ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ ଦିବସରେ ଏହାକୁ ପ୍ରଦାନ କରାଯିବ । ରାଜ୍ୟର ୧୯ ଟି ଜିଲ୍ଲାରେ ୧ ବର୍ଷରୁ ୧୯ ବର୍ଷର ବୟସର ପିଲାମାନଙ୍କୁ ଏହି ବଟିକା ଦିଆଯିବ। ସେହିପରି ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ସହିତ ବିଦ୍ୟାଳୟରେ ଏହାକୁ ବଣ୍ଟନ କରାଯାଇ ଖାଇବାକୁ ପରାମର୍ଶ ଦିଆଯିବ ।

ତେବେ ଏହି ୧୯ଟି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ ଦେଓଗଡ଼, ଗଞ୍ଜାମ, ଜଗତସିଂହପୁର , କଳାହାଣ୍ଡି, କେନ୍ଦ୍ରାପଡା, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ ଏବଂ ରାୟଗଡା ଆଦି ଜିଲ୍ଲାରେ ବଣ୍ଟନ କରାଯିବ । ସେହିପରି ଅନ୍ୟପଟେ ଅନୁଗୋଳ, ବରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ସୁନ୍ଦରଗଡ଼, ଯାଜପୁର, ଗଞ୍ଜାମ, ଢେଙ୍କାନାଳ ଏବଂ ସମ୍ବଲପୁର ଆଦି ୧୧ ଜିଲ୍ଲାରେ ୧ ବର୍ଷରୁ ୨ ବର୍ଷ ମଧ୍ୟରେ ଛୋଟ ପିଲାମାନଙ୍କୁ ଏହି ଔଷଧ ଦିଆଯିବ । ଯେ‌ହେତୁ ଏହି ଜିଲ୍ଲାରେ ଏମ୍‌ଡିଏ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଫାଇଲେରିଆ ପାଇଁ ୨ରୁ ଅଧିକ ବର୍ଷର ପିଲାମାନଙ୍କୁ ଆଲବେଣ୍ଡାଜୋଲ ଦିଆଯିବ । ତେଣୁ ଏହି ସବୁ ଜିଲ୍ଲାର ୨ ବର୍ଷ ଭିତରେ ପିଲାମାନଙ୍କୁ ଏହି ଔଷଧ ପ୍ରଦାନ କରାଯିବ । ସେହିପରି ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳା(ଡବ୍ଲ୍ୟୁଆରଏ)ଙ୍କୁ ମଧ୍ୟ ଏହି ଔଷଧ ପ୍ରଦାନ କରାଯିବ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟରୁ ୨୦୪୭ ସୁଦ୍ଧା ମୁକ୍ତ ହେବ ସିକିଲ ସେଲ, ଫୋକସରେ ଗର୍ଭବତୀ ଓ ଶିଶୁ

ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖରେ ସାରା ରାଜ୍ୟରେ ପାଳନ ହେବ ଜାତୀୟ କୃମି ନାଶକ ଦିବସ । ଏହି ଦିନ ରାଜ୍ୟରେ ୧ ବର୍ଷରୁ ଅଧିକ ଏବଂ ୧୯ ବର୍ଷରୁ କମ୍ ଶିଶୁ ଓ କିଶୋର କିଶୋରୀ ମାନଙ୍କୁ ଆଲବେଣ୍ଡାଜୋଲ ସିରପ ଏବଂ ଟାବଲେଟ ଖାଇବାକୁ ଦିଆଯିବ । ୧ ରୁ ୫ ବର୍ଷର ଶିଶୁମାନଙ୍କୁ ସିରପ ଏବଂ ୫ ବର୍ଷରୁ ୧୯ ବର୍ଷ ପିଲାମାନଙ୍କୁ ଟାବଲେଟ ଦିଆଯିବ । ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଏବଂ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କୁ ଔଷଧ ଖୁଆଇବେ । ଏଥିପାଇଁ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତଙ୍କୁ ତାଲିମ ପ୍ରଦାନ କରାଯାଇଛି । ଅଙ୍ଗନବାଡି କର୍ମୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାମ୍ନାରେ ପିଲାମାନେ ଔଷଧ ଖାଇବେ । କୌଣସି ପିଲାଙ୍କୁ ଘରକୁ ନେଇ ଖାଇବା ପାଇଁ ଅନୁମତି ଦିଆଯିବନାହିଁ । ଯେଉଁମାନେ ୧୦ ତାରିଖରେ ସ୍କୁଲରେ ଅନୁପସ୍ଥିତ ରହିବେ କିମ୍ବା ଜ୍ବରରେ ପୀଡିତ ଥିବେ ସେମାନଙ୍କ ପାଇଁ ୧୭ ତାରିଖରେ ପୁଣିଥରେ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.