ଖୋର୍ଦ୍ଧା : ମୁଖ୍ୟମନ୍ତ୍ରୀଙ୍କ ସହାୟତା ଉନ୍ନତିରେ ସହାୟକ ହେବ। ଏନେଇ ଖୋର୍ଦ୍ଧାରେ ଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ବାପିଷ୍ଟ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଜ୍ୟ ସରକାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକର ଉନ୍ନତି ପାଇଁ ରାଜ୍ୟ ସରକାର 23 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଖୋର୍ଦ୍ଧାର ବାପ୍ଟିଷ୍ଟ ଚର୍ଚ୍ଚର ଉନ୍ନତି ପାଇଁ 1କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଖୋର୍ଦ୍ଧାର ପୂରାତନ ଚର୍ଚ୍ଚ 1873 ମସିହାରୁ ଖ୍ରୀଷ୍ଟିଆନ ସାହିରେ ନିର୍ମାଣ ହୋଇଥିବା ଏହି ଚର୍ଚ୍ଚ ଅର୍ଥ ଅଭାବ ଯୋଗୁଁ ଉନ୍ନତିକରଣ ଦିଗରେ ବାଧା ସୃଷ୍ଟି କରୁଥିଲା । ରାଜ୍ୟ ସରକାର ଦେଇଥିବା ଏକ କୋଟି ଟଙ୍କା ଅନୁଦାନ ଏହି ଚର୍ଚ୍ଚର ବିକାଶ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଚର୍ଚ୍ଚର ସମ୍ପାଦକ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ