ETV Bharat / state

ଆସନ୍ତା ୧୩ରେ ବେଗୁନିଆରେ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଆସନ୍ତା ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ବେଗୁନିଆ ଅଞ୍ଚଳରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏନେଇ ବେଗୁନିଆ ମିନି ଷ୍ଟାଡିୟମ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

author img

By

Published : Dec 10, 2021, 3:04 PM IST

ଆସନ୍ତା ୧୩ରେ ବେଗୁନିଆରେ ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଖୋର୍ଦ୍ଧା : ଆସନ୍ତା ୧୩ ତାରିଖରେ ଖୋର୍ଦ୍ଧା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ବେଗୁନିଆ ଅଞ୍ଚଳରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ (CM Naveen Patnaik to distribute smart health card) । ବେଗୁନିଆ ମିନି ଷ୍ଟାଡିୟମ (Begunia Mini Stadium )ଠାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ କାର୍ଡ ବାଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ଆଜି ବେଗୁନିଆ ମିନି ଷ୍ଟାଡିଅମ ଠାରେ ସଭା ସ୍ଥଳ ପ୍ରସ୍ତୁତି ଚାଲିଥିବା ବେଳେ ହେଲିପ୍ୟାଡ କାର୍ଯ୍ୟ ବୁଲି ଦେଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର (Khordha collector Sangram Keshari Mohapatra) ଓ SP ରାଜକିଶୋର ଦୋରା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଆଜି ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ,ବେଗୁନିଆ ତହସିଲଦାର, ବିଡ଼ିଓ ଓ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.