ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (୧୫ ତାରିଖ)କୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ମକର ସଂକ୍ରାନ୍ତି, ସକ୍ରାତ୍ ପର୍ବ ଏବଂ ପୁଷ ପର୍ବ ଉପଲକ୍ଷେ ଏହି ଦିନ ସମସ୍ତ ସରକାରୀ ଅନୁଷ୍ଠାନ, କାର୍ଯ୍ୟାଳୟ, ବ୍ୟାଙ୍କ୍ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ସୂଚନାଥାଉକି, ଓଡିଶାରେ ବସବାସ କରୁଥିବା କେତେକ ଆଦିବାସୀ ଜନଜାତି ଏହି ଦିନଟିକୁ ସକ୍ରାତ୍ ପର୍ବ ଏବଂ ପୁଷ୍ ପର୍ବ ରୂପେ ପାଳନ କରିଥାନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ସମସ୍ତ ଓଡିଶାବାସୀଙ୍କ ତରଫରୁ ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ