ETV Bharat / state

ପଦ୍ମପୁର ପାଇଁ ନୂଆ ADM ପଦବୀକୁ ମଞ୍ଜୁରୀ, ଚଭନ କୁନାଲ ମୋତିରାମ ADM ନିଯୁକ୍ତ

author img

By ETV Bharat Odisha Team

Published : Dec 30, 2023, 9:41 AM IST

New ADM for Padampur: ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁରର ପ୍ରଥମ ADM ଭାବେ ନିଯୁକ୍ତ । ପଦ୍ମପୁରରେ ପ୍ରଥମ ଏଡିଏମ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଅଧିକ ପଢନ୍ତୁ

ଚଭନ କୁନାଲ ମୋତିରାମ ହେଲେ ପଦ୍ମପୁର ADM
ଚଭନ କୁନାଲ ମୋତିରାମ ହେଲେ ପଦ୍ମପୁର ADM

ଭୁବନେଶ୍ବର: ବରଗଡ ଜିଲ୍ଲା ପଦ୍ମପୁରରେ ନୂଆ ଅତିରିକ୍ତ ଜିଲ୍ଲାପାଳ (ADM) ନିଯୁକ୍ତ । ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁରର ପ୍ରଥମ ADM ଭାବେ ନିଯୁକ୍ତି ମିଳିଛି । ପଦ୍ମପୁରରେ ପ୍ରଥମ ADM ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ୨୦୨୦ ବ୍ୟାଚର IAS ଅଫିସର ଚଭନ କୁନାଲ ଏବେ ବାଲେଶ୍ୱରର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ।

ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ଉପଖଣ୍ଡ । ପଦ୍ମପୁରରେ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନ ସମୟରେ ପଦ୍ମପୁରକୁ ୨୦୨୩ ସୁଦ୍ଧା ନୂଆ ଜିଲ୍ଲା କରିବାକୁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ପଦ୍ମପୁରକୁ ଜିଲ୍ଲା କରିବାକୁ କିଛି ଦିନ ପୂର୍ବରୁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଚଳିତ ମାସରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନ ନିରୂପଣ ପାଇଁ ପଦ୍ମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ଆରଡିସି ସୁରେଶ ଚନ୍ଦ୍ର ଦଳାଇ । ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଛି । ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ୩ଟି ସ୍ଥାନ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦ୍ମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ- ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ, ଜିଲ୍ଲା ଗଠନ ପାଇଁ ଜରୁରୀ ହାଇକୋର୍ଟଙ୍କ ଅନୁମତି

ଏହା ମଧ୍ୟ ପଢନ୍ତୁ- ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଖୁବ ଶୀଘ୍ର ! ଜିଲ୍ଲା ମୁଖ୍ୟାଳୟ ସ୍ଥାନ ଚିହ୍ନଟ କଲେ ଆର୍‌ଡିସି

ପ୍ରକାଶ ଥାଉକି, ପଦ୍ମପୁର ଉପନିର୍ବାଚନ ସମୟରେ ରାଜ୍ୟ ସରକାର ଏହି ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଥିଲେ । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ଏବେ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି । ସେପଟେ ରାଇରଙ୍ଗପୁରକୁ ଜିଲ୍ଲା କରିବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି । ଏପରି ସ୍ଥଳେ ସରକାର ରାଇରଙ୍ଗପୁର ଦାବିକୁ ବିଚାରକୁ ନନେଇ ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବାରୁ ଏନେଇ କୋର୍ଟରେ ଆବେଦନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.