ETV Bharat / state

ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ, ବ୍ୟାପକ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା - ଆନ୍ଦୋଳନକୁ ଓହ୍ଲାଇବ ବିଜେପି ଯୁବ ମୋର୍ଚ୍ଚା

ରାଜ୍ୟ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ଯାହା ସିଏଜି ରିପୋର୍ଟରୁ ଖୁଲାସା ହୋଇଛି । ରାଜ୍ୟରେ ଛାତ୍ର ବୃତ୍ତି ଦୁର୍ନୀତି ହୋଇଥିବା ସିଏଜି ରିପୋର୍ଟରୁ ସ୍ପଷ୍ଟ । କେନ୍ଦ୍ର ସରକାର ଦୁର୍ନୀତି ରୋକିବାକୁ ଡିବିଟି ବ୍ୟବସ୍ଥା ଲାଗୁ କଲେ । ମାତ୍ର ରାଜ୍ୟ ସରକାର ଭୂତ ସ୍କୁଲ ଓ ଆକାଉଣ୍ଟକୁ ଅର୍ଥ ଛାତ୍ର ବୃତ୍ତି ଟଙ୍କା ପଠାଇଛନ୍ତି । ଅଧିକ ପଢନ୍ତୁ

ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ, ବ୍ୟାପକଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ, ବ୍ୟାପକ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା
ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ, ବ୍ୟାପକ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା
author img

By ETV Bharat Odisha Team

Published : Oct 17, 2023, 8:33 PM IST

ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ, ବ୍ୟାପକ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ବର: ଛାତ୍ରବୃତ୍ତି ଦୁର୍ନୀତି ପ୍ରତିବାଦରେ ବ୍ୟାପକ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା । ଆସନ୍ତାକାଲି ଠାରୁ ରାଜ୍ୟ ସାରା ସବୁ ଜିଲ୍ଲା ମୁଖ୍ୟାଳୟରେ ଆରମ୍ଭ ହେବ ଆନ୍ଦୋଳନ । ପରବର୍ତ୍ତୀ ସମୟରେ ତୃଣମୂଳ ସ୍ତରକୁ ବ୍ୟାପିବ ଏହି ଆନ୍ଦୋଳନ ।

ରାଜ୍ୟ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ଯାହା ସିଏଜି ରିପୋର୍ଟରୁ ଖୁଲାସା ହୋଇଛି । ରାଜ୍ୟରେ ଛାତ୍ର ବୃତ୍ତି ଦୁର୍ନୀତି ହୋଇଥିବା ସିଏଜି ରିପୋର୍ଟରୁ ସ୍ପଷ୍ଟ । କେନ୍ଦ୍ର ସରକାର ଦୁର୍ନୀତି ରୋକିବାକୁ ଡିବିଟି ବ୍ୟବସ୍ଥା ଲାଗୁ କଲେ । ମାତ୍ର ରାଜ୍ୟ ସରକାର ଭୂତ ସ୍କୁଲ ଓ ଆକାଉଣ୍ଟକୁ ଅର୍ଥ ଛାତ୍ର ବୃତ୍ତି ଟଙ୍କା ପଠାଇଛନ୍ତି । ଅନୁସୂଚିତ ଜାତି ଏବଂ ଜନଜାତି ପିଲାଙ୍କୁ ମେଧାବୃତ୍ତି ଆକାରରେ ପଇସା ମିଳିବା କଥା । ମାତ୍ର ଏବେ ବି 30 ପ୍ରତିଶତ ପିଲା ଏହି ବୃତ୍ତି ପାଇନାହାନ୍ତି । ଅନୁମୋଦନ ମିଳିନଥିବା BSS ନାମକ ତାମିଲ ସଂସ୍ଥା ଓ NCVRT ନାମକ ଅଣ ଓଡ଼ିଆ ସଂସ୍ଥା ବାଲେଶ୍ଵର ଓ ମୟୂରଭଞ୍ଜରେ ଶିକ୍ଷାନୁଷ୍ଠାନ କରିଥିଲେ । କିନ୍ତୁ 16ଟିରୁ 8ଟି ଶିକ୍ଷାନୁଷ୍ଠାନ ର ଆଦୌ ସ୍ଥିତି ନାହିଁ । ଦୁଇଟି ସଂସ୍ଥା ୧୬ କୋଟି ଟଙ୍କା ଲୁଟି ନେଇଛନ୍ତି । ପିସି ନେଇ ଏଭଳି କାରବାର ଚାଲିଛି । ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତିରେ ପାଖାପାଖି 2 କୋଟି 37 ଲକ୍ଷ ଟଙ୍କା 2019ରୁ 2021 ମଧ୍ୟରେ ବାଟମାରଣା ହୋଇଛି । 5Tର ଏହା ହେଉଛି ପ୍ରକୃତ ଚେହେରା । 5T ର T ଅର୍ଥ ହେଉଛି ଟାଉଟର ବୋଲି ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି ।

ଅଧିକ ପଢନ୍ତୁ- ଜବାବ ମାଗିବ ବିଜେପି ଯୁବ ମୋର୍ଚ୍ଚା, 7ରେ ବିଧାନସଭା ସାମନାରେ ବିକ୍ଷୋଭ

ସେହିପରି ମୋର୍ଚ୍ଚା ଅଭିଯୋଗ କରିଛି ରାଜ୍ୟ ସରକାରଙ୍କର ସ୍ଵଚ୍ଛ ଶାସନର ମିଛ ଡିଣ୍ଡିମ ପିଟାଯାଉଛି । ଏହା ଏକ ପ୍ରହେଳିକା ସୃଷ୍ଟି କରାଯାଇଛି । ରାଜ୍ୟରେ ଖଣି, ପାଣି ଲୁଟ କରୁଛନ୍ତି । ସବୁଠୁ ବଡ଼ କଥା ଛାତ୍ରଛାତ୍ରୀ ମାନଙ୍କ ବୃତ୍ତି ପଇସାକୁ ଛାଡିଲେ ନାହିଁ । ସିଏଜି ରିପୋର୍ଟ ଆସିବା ପରେ ଏହାର ଖୁଲାସା ହୋଇଛି । ଏହାକୁ ନେଇ ବିଜେପି ଯୁବମୋର୍ଚ୍ଚା ଚୁପ ବସିବ ନାହିଁ । ରାଜ୍ୟ ସରକାରଙ୍କ ଏହି ଦୁର୍ନୀତିକୁ ପଦାରେ ପକାଇବୁ । ଆଗାମୀ ନିର୍ବାଚନରେ ଏହାର ଜବାବ ଦେବେ ଓଡ଼ିଶାର ଯୁବକ ଯୁବତୀ ମାନେ ବୋଲି ମୋର୍ଚ୍ଚା କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.