ETV Bharat / state

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି: SEBC ତାଲିକାରେ ୨୨ ଜାତି ସାମିଲ - ଏସଇବିସି ତାଲିକାରେ ସାମିଲ ହେବେ ୨୨ ଜାତି

ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି । SEBC ତାଲିକାରେ ସାମିଲ ହେବେ ୨୨ ଜାତି । ଅଧିକ ପଢନ୍ତୁ

SEBC ତାଲିକାରେ ୨୨ ଜାତି ସାମିଲ
SEBC ତାଲିକାରେ ୨୨ ଜାତି ସାମିଲ
author img

By

Published : Apr 25, 2023, 10:46 AM IST

Updated : Apr 25, 2023, 12:45 PM IST

ଭୁବନେଶ୍ବର: ରାଜ୍ୟରେ ମେ’ ୧ରୁ ୨୭ତାରିଖ ପର୍ଯ୍ୟନ୍ତ ଓବିସି ଗଣନା ହେବ । ଏହା ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶା ପାଇଁ ତାଲିକାଭୁକ୍ତ ୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (SEBC) ତାଲିକାରେ ସାମିଲ କରିଛନ୍ତି । ଏ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ଅନୁମୋଦନ ଦେଇଛି । ଗତ ଜାନୁଆରି ମାସରେ ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପଛୁଆ‌ ବର୍ଗର ଜାତିକୁ ଏସଇବିସି ତାଲିକାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ଅଧିନିୟମ, ୧୯୯୩ରେ ସଂଶୋଧନ ଆଣିଥିଲେ ।

ଏହି ଅଧିନିୟମକୁ ଗତ ବିଧାନସଭା ଅଧିବେଶନରେ ଆଗତ ମଧ୍ୟ କରାଯାଇଥିଲା । ହେଲେ କୌଣସି କାରଣ ପାଇଁ ଏହି ଅଧିନିୟମକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଥିଲେ । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ଅଧିନିୟମ, ୧୯୯୩ର ଧାରା-୯ ଅଧୀନରେ ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଅଧ୍ୟାଦେଶ ଘୋଷଣା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାଦ୍ବାରା ବଢ଼େଇ, ବିନ୍ଧାଣୀ, ବିନ୍ଦାଣୀ, ବରାଜି, ବରୋଇ, ଶଙ୍ଖୁଆ ତନ୍ତି, ଗୋଳ ତନ୍ତି, ହଂସି ତନ୍ତି, କପାଡ଼ିଆ, ଗନ୍ଧମାଳି, ଥାନପତି, ପାଣ୍ଡରା ମାଳି, ପନିଅର ମାଳି, ପଣ୍ଡାରିଆ, ଓଡ଼-ଖଣ୍ଡାୟତ, ବୟାଳିଶ, ଓଡ, ଓଡ଼-ପାଇକ, ଓଡ଼-ପାଇକୋ, ହଳଦିଆ-ତେଲି ଏବଂ କାଳନ୍ଦୀ ଭଳି ଜାତି/ସମ୍ପ୍ରଦାୟର ଲୋକମାନେ ଏସଇବିସି ଭାବେ ଗଣତି ହେବେ ।

ଏହାମଧ୍ୟ ପଢନ୍ତୁ: Odisha Cabinet: ୮୬୬ ନୂଆ ସେତୁ, ଆହୁରି ୧୦ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି (ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ମୋଟ ୨୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କଟକ ରିଙ୍ଗ ରୋଡକୁ ୬ ଲେନ ବିଶିଷ୍ଟ କରାଯିବା ସହ ଆହୁରି ୨୦ ବର୍ଷ ପାଇଁ ଓଡି଼ଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବା ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି । ସେହିଭଳି ଓଡ଼ିଶା ଇଭି ପଲିସି-୨୦୨୧ରେ ସଂଶୋଧନ ହେବ । ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ ଆସିବ । ସେହିପରି ସବ୍ ଇନ୍ସପେକ୍ଟର ନିଯୁକ୍ତ ପାଇଁ ନୂଆ ଅଧିନିୟମ-୨୦୨୩ ଆସିବ । ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ ହେବ । ଜିପିଏଫ ଅଧିନିୟମ-୧୯୩୮ରେ ସଂଶୋଧନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 25, 2023, 12:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.