ETV Bharat / state

ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାରୁ ଦୁରେଇବାକୁ ଷଡଯନ୍ତ୍ର କରୁଛି ବିଜେପି: ବିଜେଡି - bjd targets bjd over education issue

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଏକ ସ୍କୁଲର ଅଫିସ ଗୃହ ଛାତରୁ ପ୍ଲାଷ୍ଟର ଖସି ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ୫ଟି ସ୍କୁଲରେ ନିମ୍ନମାନର କାମ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଓଡିଶା ବିଜେପି ଅଭିଯୋଗ ଆଣିଛି । ତାହା ସମ୍ପୂର୍ଣ୍ଣ ମିଥ୍ୟା । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାରୁ ଦୁରେଇବାକୁ ଷଡଯନ୍ତ୍ର କରୁଛି ବିଜେପି  : ବିଜେଡି

author img

By

Published : Jul 21, 2023, 9:11 PM IST

ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାରୁ ଦୁରେଇବାକୁ ଷଡଯନ୍ତ୍ର କରୁଛି ବିଜେପି : ବିଜେଡି

ଭୁବନେଶ୍ବର: ଓଡିଶା ବିଜେପି ନେତାଙ୍କୁ ଏବେ ଘାରିଛି ୫ଟି ଭୂତ । ତେଣୁ ରାଜନୀତି କରିବାକୁ ୫ଟି ରୂପାନ୍ତରଣ ବିରୋଧରେ ମିଛ ଅଭିଯୋଗ ଆଣୁଛି ବିଜେପି । କୌଣସି ସ୍କୁଲର ଅଫିସ ଗୃହ ନିର୍ମାଣ 5ଟି କାର୍ଯ୍ୟର ଅନ୍ତର୍ଭୁକ୍ତ ନୁହେଁ । ସ୍କୁଲ ପିଲାଙ୍କୁ ଉନ୍ନତ ଶିକ୍ଷାରୁ ବଂଚିତ କରିବା ପାଇଁ ଓଡିଶା ବିଜେପିର ଷଡ଼ଯନ୍ତ୍ର କରୁଛି । ବାହାନଗା ଦୁର୍ଘଟଣା, ଯାଜପୁରରେ ଏନଏଚ ଦାବିବା ବେଳେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ କାହିଁକି ଯାଇନଥିଲା ବୋଲି ପ୍ରଶ୍ନ କରିଛି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଏକ ସ୍କୁଲର ଅଫିସ ଗୃହ ଛାତରୁ ପ୍ଲାଷ୍ଟର ଖସି ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ୫ଟି ସ୍କୁଲରେ ନିମ୍ନମାନର କାମ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଓଡିଶା ବିଜେପି ଅଭିଯୋଗ ଆଣିଛି । ତାହା ସମ୍ପୂର୍ଣ୍ଣ ମିଥ୍ୟା । କାରଣ କୌଣସି ୫ଟି ରୂପାନ୍ତରଣ କାର୍ଯ୍ୟରେ ସ୍କୁଲର ଅଫିସ ଗୃହର ନିର୍ମାଣ ବା ମରାମତି ହୁଏ ନାହିଁ । ଯାହା ଏଠାରେ ବି ହୋଇନାହିଁ । ଆମ ରାଜ୍ୟର ପିଲାମାନେ ଉନ୍ନତ ମାନର ସ୍କୁଲରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣରେ ଭଲ ଶିକ୍ଷା ପାଆନ୍ତୁ, ଓଡ଼ିଶା ବିଜେପି ତାହା ଚାହୁଁନାହିଁ । ତେଣୁ ବିଜେପି ନେତାମାନଙ୍କୁ ୫-ଟି ଭୂତ ଘାରିଛି । ସେମାନେ ୫ଟି ରୂପାନ୍ତରଣକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରି ଓଡ଼ିଶାବାସୀ ଏବଂ ସ୍କୁଲ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ।

ଏହାବି ପଢନ୍ତୁ- ସ୍କୁଲ ରୂପାନ୍ତର ନାଁରେ ଟଙ୍କା ଲୁଟ ଚାଲିଛି: ବିଜେପି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଛର ସାହାରା ନେଇ ରାଜନୀତି କରିବାକୁ ଓଡ଼ିଶା ବିଜେପି ନେତାଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଅସ୍ତରଙ୍ଗର ସେହି ସ୍କୁଲକୁ ଯାଇଥିଲା । କିଛିଦିନ ପୂର୍ବରୁ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟି ପ୍ରାୟ ୩୦୦ ଲୋକଙ୍କ ଜୀବନ ଚାଲିଗଲା । ଶହଶହ ଲୋକ ଆହତ ହେଲେ । କିନ୍ତୁ ଦୁର୍ଘଟଣାସ୍ଥଳକୁ ଓଡ଼ିଶା ବିଜେପିର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଯାଇ ନଥିଲା । ଏହା ପରଠୁ ଆଜି ଯାଏ ଓଡ଼ିଶାରେ ବାରମ୍ବାର ରେଳ ଦୁର୍ଘଟଣା ଘଟି ଚାଲିଛି । କେତେବେଳେ ଟ୍ରେନରେ ନିଆଁ ଲାଗିଯାଉଛି ତ କେତେବେଳେ ଡବା ଛାଡ଼ି ଇଞ୍ଜିନ ପଳାଉଛି । ନିକଟରେ ପୁଣିଥରେ ବାଲେଶ୍ବର ନୀଳଗିରି ନିକଟରେ ଏକ ମେମୁ ଟ୍ରେନ ମ୍ୟାନ ଲାଇନ ଛାଡ଼ି ଲୁପ ଲାଇନକୁ ଚାଲି ଯାଇଥିଲା । ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବାହାନଗା ଭଳି ବଡ଼ ଦୁର୍ଘଟଣା ଟଳିଗଲା । ଏଭଳି ଦୁର୍ଘଟଣାବେଳେ ଓଡ଼ିଶା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ତଥ୍ୟ ସଂଗ୍ରହ କରିବାକୁ ଯାଉନାହିଁ ।

ସେହିପରି ତିନି ଦିନ ତଳେ ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ରସୁଲପୁର ନିକଟରେ ଗୋଟିଏ ବ୍ରିଜ ତଳକୁ ଦବି ଗଲା । କିଛି ସେକେଣ୍ଡ ଆଗରୁ ଗୋଟିଏ ଯାତ୍ରୀବାହୀ ବସ ବ୍ରିଜ ଉପର ଦେଇ ଯିବାବେଳେ ଯଦି ବ୍ରିଜ ଭୁଶୁଡ଼ିଥାନ୍ତା, ସେଠାରେ କେତେ ଲୋକଙ୍କ ଜୀବନ ଯାଇଥାନ୍ତା । ଓଡ଼ିଶା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସେଠାକୁ ଯାଇନାହିଁ । ଏନଏଚଏଆଇ କେନ୍ଦ୍ର ସରକାରଙ୍କ ଅଧୀନ ବୋଲି ଓଡ଼ିଶା ବିଜେପିର ଟିମ ସେଠାକୁ ଗଲା ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଦୀର୍ଘ ୬ ବର୍ଷ ହେଲା ମରାମତି ଓ ପ୍ରଶସ୍ତିକରଣ କାମ ସରୁନଥିବା କଟକ-ସମ୍ବଲପୁର ଏନଏଚ-୫୫ଟି ଏବେ ଦେଶର ସବୁଠାରୁ ବିପଦସଂକୁଳ ଜାତୀୟ ରାଜପଥ ପାଲଟି ଯାଇଛି । ଏହି ମୃତ୍ୟୁ ପଥରେ ବିଗତ ୬ ବର୍ଷ ମଧ୍ୟରେ ୧୩୦୦ରୁ ଅଧିକ ଦୁର୍ଘଟଣା ଘଟି ୬୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏଠାକୁ ଓଡ଼ିଶା ବିଜେପିର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ କେବେ ଯିବାର ଆମେ ଦେଖିଲୁ ନାହିଁ ।

ରାଉରକେଲା ଇସ୍ପାତ କାରଖାନାରେ ମଧ୍ୟ ବାରମ୍ବାର ଦୁର୍ଘଟଣା ଘଟେ । କେତେବେଳେ ଗ୍ୟାସ ଲିକ ହୋଇ ତ କେତେବେଳେ ତରଳ ଲୁହା ପଡ଼ି ଶ୍ରମିକ-କର୍ମଚାରୀଙ୍କ ଜୀବନହାନି ଘଟିଥାଏ । ବାରମ୍ବାର ଘଟୁଥିବା ମର୍ମନ୍ତୁଦ ଦୁର୍ଘଟଣାବେଳେ କେବେ ଥରଟିଏ ବି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ସେଠାକୁ ଯାଇଥିବାର ନଜିର ନାହିଁ । ତେଣୁ ଏଥିରୁ ଜଣାପଡ଼ୁଛି ଓଡ଼ିଶା ବିଜେପିର ନେତାମାନେ କିଭଳି ଦୋମୁହାଁ ପ୍ରକୃତିର । ଦୁର୍ଘଟଣାରେ ମୃତାହତ ହେଉଥିବା ସାଧାରଣ ଜନତାଙ୍କ ପ୍ରତି ସେମାନଙ୍କର କୌଣସି ସମ୍ବେଦନଶୀଳତା କି ଆନ୍ତରିକତା ନଥାଏ । କେବଳ ନିଜର ସୁବିଧା ଦେଖି ରାଜନୀତି କରିବା ଉଦ୍ଦେଶ୍ୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇ ସେମାନେ ନାଟକବାଜି କରନ୍ତି । ଓଡ଼ିଶାବାସୀ ଏଭଳି ଦଳକୁ ଏବଂ ଏଭଳି ଚରିତ୍ରର ନେତାମାନଙ୍କୁ ଭଲ ଭାବରେ ଚିହ୍ନଛନ୍ତି । ସେଥିପାଇଁ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ୫ଟି ରୂପାନ୍ତରଣ ପରେ ଓଡ଼ିଶାରେ ସ୍କୁଲର ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଆମ ପିଲାମାନେ ଉତ୍ତମ ପରିବେଶରେ ଉତ୍ତମ ଶିକ୍ଷା ପାଇ ପାରୁଛନ୍ତି । ମାତ୍ର ଏହାକୁ ବିଜେପି ସହିପାରୁ ନାହିଁ । ପିଲାମାନେ କେମିତି ଭଲ ଶିକ୍ଷା ନପାଇବେ ସେଥିପାଇଁ 5ଟି ରୂପାନ୍ତରଣକୁ ବନ୍ଦ କରିବା ପାଇଁ ସେମାନେ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି, ତାହା କେବେବି ସଫଳ ହେବ ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.