ETV Bharat / state

ପଦ୍ମପୁର ଜିଲ୍ଲା ପଦ୍ମପୁରବାସୀଙ୍କ ହକ୍‌, ପ୍ରତିଶ୍ରୁତି ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ: ପ୍ରଦୀପ ପୁରୋହିତ

ପଦ୍ମପୁର ଜିଲ୍ଲାକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରସଙ୍ଗ । ତୁରନ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଜେପିର ଦାବି । ଅଧିକ ପଢନ୍ତୁ

District status promise to Padmapur
District status promise to Padmapur
author img

By ETV Bharat Odisha Team

Published : Dec 5, 2023, 7:38 PM IST

Updated : Dec 5, 2023, 7:51 PM IST

ପଦ୍ମପୁର ଜିଲ୍ଲା ପଦ୍ମପୁରବାସୀଙ୍କ ହକ୍‌

ଭୁବନେଶ୍ବର: ପଦ୍ମପୁର ଜିଲ୍ଲା ମାନ୍ୟତା ପ୍ରସଙ୍ଗ ଉପରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା । ପଦ୍ମପୁର ଜିଲ୍ଲା ପଦ୍ମପୁରବାସୀଙ୍କ ହକ୍‌ ଏବଂ ଅଧିକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ ଏବଂ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ପ୍ରଦୀପ । ବରଗଡ଼ ଜିଲ୍ଲାର ପଦ୍ମପୁର ସବଡିଭିଜନକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରିଥିଲେ ସୁଦ୍ଧା ତାହା ଏଯାବତ ପୂରଣ ହୋଇନାହିଁ ।

ଏନେଇ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ପଦ୍ମପୁର ସବଡିଭିଜନଙ୍କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପଦ୍ମପୁରବାସୀଙ୍କ ଦୀର୍ଘ ଦିନର ଦାବି । ପଦ୍ମପୁରବାସୀଙ୍କ ଏହା ହେଉଛି ହକ୍‌ ଏବଂ ଅଧିକାର । ପୂର୍ବରୁ ନବୀନବାବୁ ପ୍ରତିଶ୍ରୁତି ଦେଇଥିଲେ କଲେ ନାହିଁ । ଗତ ଉପନିର୍ବାଚନରେ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ ପଦ୍ମପୁର ସବଡିଭିଜନଙ୍କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦିଆଯିବ। ଡିସେମ୍ବର ସୁଦ୍ଧା ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପାଇବ । ଲୋକ ସେହି ଆଶା ଭରସା ରଖି ଭୋଟ ମଧ୍ୟ ଦେଲେ । ଏବେ RDC ଜମି ଚିହ୍ନଟ କରିବା ପାଇ କାହିଁକି ଆସୁଛନ୍ତି ? ଲାଗୁଛି ରାଜ୍ୟ ସରକାର ପୁଣି ପଦ୍ମପୁରବାସୀଙ୍କୁ ଭକୁଆ ବନେଇବା ପାଇଁ ଚାହୁଁଛନ୍ତି ।"

ଏହା ବି ପଢନ୍ତୁ- ପୁଣି ଘୋଷଣାରେ ସୀମିତ ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ: BJP

ସେ ଆହୁରି କହିଛନ୍ତି, "ବିଜୁ ବାବୁଙ୍କ ସମୟରେ ୩୦ଟି ଜିଲ୍ଲା ହେଲା । କେଉଁ କେଉଁ ଯାଗାକୁ ସେତେବଳେ RDC ଯାଇଥିଲେ । କେଉଁ କେଉଁ ଜାଗାରେ ଜିଲ୍ଲା ଘୋଷଣା ହେବା ପୂର୍ବରୁ ଜମି ଚିହ୍ନଟ ହେଲା । ସବୁଠାରୁ ବଡ କଥା ବର୍ତ୍ତମାନ ପର୍ଯ୍ୟନ୍ତ ନବୀନ ବାବୁ କ୍ୟାବିନେଟ ମଞ୍ଜୁରୀ କରି ନାହାଁନ୍ତି । ଛତିଶଗଡର ଧକକା କାରଣରୁ ନବୀନବାବୁ RDCକୁ ଜମି ଚିହ୍ନଟ ପାଇଁ ପଠେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶୃତି ଦେଇ ପଦ୍ମପୁରବାସୀଙ୍କ ଭୋଟ ନେଇ ଯାଇଛନ୍ତି । ତୁରନ୍ତ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦିଅନ୍ତୁ । ନ ହେଲେ ଆସନ୍ତା ସାଧାରଣ ନିର୍ବାଚନରେ ପଦ୍ମପୁରବାସୀ ଉଚିତ ଜବାବ ଦେବେ ।"

ସୂଚନା ଥାଉ କି, ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଚଳିତ ଡିସେମ୍ବର ସୁଦ୍ଧା ଏହାକୁ ଜିଲ୍ଲାରେ ମାନ୍ୟତା ମିଳିବ। ହେଲେ ଗତକାଲି ଆରଡିସି ଯାଇ ତଦାରଖ କରିଛନ୍ତି । ବିଜେପି ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯେ କେବେ ପଦ୍ମପୁରକୁ ଜିଲାରେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଲୋକ ଜିଲ୍ଲା ଘୋଷଣା ହେବା ଆଶାରେ ଭୋଟ୍ ଦେଲେ ହେଲେ ଆରଡିସି ଜମି ଚିହ୍ନଟ ପାଇଁ କ’ଣ ପାଇଁ ଆସୁଛନ୍ତି ? ପଦ୍ମପୁରବାସୀଙ୍କୁ ଭକୁଆ ବନେଇବାକୁ ଚାହୁଁଛନ୍ତି କି ସରକାର ?

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 5, 2023, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.