ETV Bharat / state

'ଡ୍ରାମା ନକରି ଆବାସ ଯୋଜନାରେ ପ୍ରୋତ୍ସାହନ ରାଶି ଅବଧି ୭ ମାସ ବୃଦ୍ଧି କର' - ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ୪ ମାସ ମଧ୍ୟରେ ଘର ତିଆରି ସମ୍ପୂର୍ଣ୍ଣ କଲେ, ରାଜ୍ୟ ସରକାର ଦେବେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି । ହେଲେ ଏହି ୪ ମାସ ବର୍ଷାଦିନ ଏବଂ ଲୋକମାନେ ଚାଷ କାମରେ ବ୍ୟସ୍ତ ରହିବେ । ତେଣୁ ଡ୍ରାମା ନକରି ଏହାର ଅବଧି ୪ ମାସ ବଦଳରେ ୭ ମାସକୁ ବୃଦ୍ଧି କରିବାକୁ ବିଜେପି ଦାବି କରିଛି । ଅଧିକ ପଢ଼ନ୍ତୁ

ଆବାସ ଯୋଜନାରେ ପ୍ରୋତ୍ସାହନ ରାଶି ଅବଧି ୭ ମାସ ବୃଦ୍ଧି କର

author img

By

Published : Jul 26, 2023, 9:37 PM IST

ଆବାସ ଯୋଜନାରେ ପ୍ରୋତ୍ସାହନ ରାଶି ଅବଧି ୭ ମାସ ବୃଦ୍ଧି କର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ହିତାଧିକାରୀ କରିପାରିବେ ଘର । ହିତାଧିକାରୀ ୪ ମାସ ମଧ୍ୟରେ ଘର ତିଆରି ସମ୍ପୂର୍ଣ୍ଣ କଲେ, ରାଜ୍ୟ ସରକାର ଦେବେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି । ହେଲେ ଏହି ୪ ମାସ ବର୍ଷାଦିନ ଏବଂ ଲୋକମାନେ ଚାଷ କାମରେ ବ୍ୟସ୍ତ ରହିବେ । ବର୍ଷା ଦିନେ ହିତାଧିକାରୀ କେମିତି ଘର କରିବେ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ବର୍ଷାଦିନରେ ସରକାର ନିଜେ କୋଠାବାଡ଼ି, ପୋଲ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ତେଣୁ ଯେଉଁଠି ସରକାର ନିଜ କାର୍ଯ୍ୟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଉଛନ୍ତି, ସେଠାରେ ଲୋକଙ୍କୁ ଘର କରିବା ପାଇଁ କେମିତି କହୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

ଏହାକୁ ନେଇ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି, "ବର୍ଷାଦିନେ ହିତାଧିକାରୀ କେମିତି ଘର କରିବେ ? ୪ ମାସ ମଧ୍ୟରେ କାମ ଶେଷ ହୋଇପାରିବ ନାହିଁ । ସରକାର ନିଜେ କୋଠାବାଡ଼ି, ପୋଲ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ତେଣୁ ଯେଉଁଠି ସରକାର ନିଜ କାର୍ଯ୍ୟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଉଛନ୍ତି, ସେଠାରେ ଲୋକଙ୍କୁ ଘର କରିବା ପାଇଁ କେମିତି କହୁଛନ୍ତି ? ଏ ପ୍ରୋତ୍ସାହନ ରାଶି କେବଳ ପ୍ରହସନ । ସରକାରଙ୍କର କୌଣସି ଆନ୍ତରିକତା ନାହିଁ ପ୍ରୋତ୍ସାହନ ରାଶି ଲୋକଙ୍କୁ ଦେବା ପାଇଁ । ରାଜ୍ୟ ସରକାରଙ୍କ ନିକଟରେ ବିଜେପି ଦାବି ରଖୁଛି, ୪ ମାସ ବଦଳରେ ୭ ମାସ ପର୍ଯ୍ୟନ୍ତ ସମୟ ଦିଆଯାଉ । ଯାହାଦ୍ବାରା ଲୋକେ ଘର କରିପାରିବେ ଆଉ ପ୍ରୋତ୍ସାହନ ରାଶି ବି ପାଇପାରିବେ । ରାଜ୍ୟରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ହାତେଇଛନ୍ତି । ବର୍ତ୍ତମାନ ଯେଉଁ ୯.୬୦ ହଜାର ଘର ଆସିଥିଲା, ସରକାରଙ୍କ ତାଲିକାରୁ ଦେଢ଼ ଲକ୍ଷ ଅଯୋଗ୍ୟ ବାହାରିଛନ୍ତି ।"

ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ସରକାର ଆଗରୁ କେଉଁଠି ଶୋଇଥିଲେ ? ଆଜି ବି ଗ୍ରାମଞ୍ଚଳରେ ଅନେକ ହିତାଧିକାରୀଙ୍କ ନାମ କଟିଛି । କାହିଁକି କଟିଛି, ସେ ଉତ୍ତର ବ୍ଲକ ନା ପାଖରେ ଅଛି ନା ସରକାର ପାଖରେ ଅଛି । ରାଜ୍ୟ ସରକାର ନିଜର ଦଳୀୟ ନେତା, ବିଧାୟକ ଏବଂ ସରପଞ୍ଚଙ୍କ ଚକ୍ରାନ୍ତ କାରଣରୁ ବାସ୍ତବ ଗରିବ ଲୋକଙ୍କୁ ଘର ମିଳି ପାରୁନାହିଁ । ରାଜ୍ୟ ସରକାର ତୁରନ୍ତ ନିଷ୍ପତି ନିଅନ୍ତୁ, ଫମ୍ପା ଡ୍ରାମା ମୋ ଘର ଯୋଜନା ମହାନଦୀରେ ବୁଡ଼ି ସାରିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତାକୁ ରାଜ୍ୟ ସରକାର ଉପଲବ୍ଧି କରନ୍ତୁ । ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ । ତେଣୁ ଦ୍ଵିତୀୟ କିସ୍ତିରେ ଯୋଗ୍ୟ ଲୋକଙ୍କ ନାମକୁ କେମିତି ଅନ୍ତର୍ଭୁକ୍ତ କରାଯିବ, ସେନେଇ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ । ନଚେତ ଫଳାଫଳ ଭୟଙ୍କର ହେବ, ରାଜନୈତିକ ଲଢେଇ ହେବ, କିନ୍ତୁ ଓଡ଼ିଶାର ଲୋକମାନେ ସୁବର୍ଣ୍ଣ ସୁଯୋଗରୁ ବାଦ୍‌ ପଡିଯିବେ ।

ଏହା ମଧ୍ୟ ପଢ଼ନ୍ତୁ...ଜଣେ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରି ଓଡ଼ିଶାକୁ ଆବାସ ଯୋଜନା ବନ୍ଦ କରିଥିଲେ: ବିଜେଡି

ସେ ଆହୁରି କହିଛନ୍ତି, "ରାଜ୍ୟ ସରକାର ୧୮-୧୯ ବର୍ଷରେ ହୋଇଥିବା ଘରର ଶେଷ କିସ୍ତି ଏପର୍ଯ୍ୟନ୍ତ ପାଇ ପାରିନାହାନ୍ତି । ରାଜ୍ୟ ସରକାର ସେ ଟଙ୍କାକୁ ହଡ଼ପ କରିଛନ୍ତି । ଏପର୍ଯ୍ୟନ୍ତ ଯେତେ ଲୋକ ଘର ପାଇଛନ୍ତି, ମାତ୍ର ୧୦ରୁ ୧୫ ପ୍ରତିଶତ ଲୋକ ହିଁ ପ୍ରୋତ୍ସାହନ ରାଶି ପାଇଛନ୍ତି । ପ୍ରଥମ କିସ୍ତିରୁ ଦଳୀୟ ନେତାମାନେ ସିଂହ ଭାଗ ନେଇ ଯାଉଛନ୍ତି । ବର୍ଷା ବା ଅନ୍ୟାନ୍ୟ କାରଣରୁ ପ୍ରୋତ୍ସାହନ ରାଶି ପାଉନାହାନ୍ତି । ଘରର କିସ୍ତି ଦେଉନାହାନ୍ତି, ପ୍ରୋତ୍ସାହନ ରାଶି କାହାକୁ ଦେବେ ? ମିଛ ଡ୍ରାମା କରିବାରେ କୌଣସି ମାନେ ନାହିଁ । ୧୭-୧୮ ମସିହାରୁ ଡ୍ରାମା କରି ଆସିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଜାରି ରହିଛି । ଆଗକୁ ନିର୍ବାଚନ ଆସୁଛି ସେଥିପାଇଁ ଏଭଳି ଡ୍ରାମା କରୁଛନ୍ତି ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.