ETV Bharat / state

ଓଡ଼ିଶାରେ ଅବହେଳିତ ଅବସ୍ଥାରେ ଆଦିବାସୀ ! ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

author img

By

Published : Aug 2, 2023, 10:42 PM IST

ଓଡ଼ିଶାରେ ଆଦିବାସୀ ଅବହେଳିତ ବୋଲି ଅଭିଯୋଗ ଆଣିଲା ବିଜେପି । ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ଅନୁସୂଚିତ ଜାତି ଏବଂ ଜନଜାତି ମୋର୍ଚ୍ଚାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ଅବହେଳିତ ଅବସ୍ଥାରେ ଆଦିବାସୀ !
ଓଡ଼ିଶାରେ ଅବହେଳିତ ଅବସ୍ଥାରେ ଆଦିବାସୀ !
ଓଡ଼ିଶାରେ ଅବହେଳିତ ଅବସ୍ଥାରେ ଆଦିବାସୀ !

ଭୁବନେଶ୍ବର: ଓଡ଼ିଶାରେ ଏବେ ମଧ୍ୟ ଆଦିବାସୀ ଅବହେଳିତ ଅବସ୍ଥାରେ ଥିବା ଅଭିଯୋଗ ଆଣିଲା ବିଜେପି । ଆଦିବାସୀଙ୍କ ଅଧିକାର ପାଇଁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ । ବିଜେପି ଅନୁସୂଚିତ ଜାତି ଏବଂ ଜନଜାତି ମୋର୍ଚ୍ଚାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ରହିଥିବା ଆଦିବାସୀଙ୍କ ସମସ୍ୟା ଉପରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ବିଜେପି ଦାବି କରିଛି ।

ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ କହିଛନ୍ତି, "କେନ୍ଦ୍ର ସରକାର ୧୯୯୬ରୁ ପେସା ଆଇନ ଲାଗୁ କରିଛନ୍ତି । କିନ୍ତୁ ଓଡ଼ିଶାରେ ବିଜେଡି ସରକାର ରାଜ୍ୟସ୍ତରୀୟ ନିୟମ ତିଆରି କରୁନାହାନ୍ତି । ଯାହାଦ୍ଵାରା ଯେଉଁ ଉଦ୍ଦେଶ୍ୟରେ ପେସା ଆଇନ କେନ୍ଦ୍ର ସରକାର ଲାଗୁ କରିଥିଲେ, ତାହାର ଲାଭ ଓଡ଼ିଶାର ଆଦିବାସୀ ପାଇ ପାରୁନାହାନ୍ତି । ତଳିତଳାନ୍ତ ହେଉଛନ୍ତି ରାଜ୍ୟର ଆଦିବାସୀ ସମୁଦାୟ । ଜଙ୍ଗଲ ଅଧିକାର ଆଇନ (FRA) ଆଧାରରେ ଆଦିବାସୀଙ୍କୁ ପଟ୍ଟା ଦେଇଛନ୍ତି ବୋଲି ରାଜ୍ୟ ସରକାର ବାଃ ବାଃ ନେଉଛନ୍ତି । କିନ୍ତୁ ପ୍ରକୃତରେ ପଟ୍ଟା ଥିଲେ ମଧ୍ୟ ନିଜ ଜମିରେ ଚାଷ କରିପାରିନାହାନ୍ତି ଆଦିବାସୀ । ଯଦି ବି ଚାଷ କରିବେ, ତେବେ ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରି ପାରୁନାହାନ୍ତି । କିମ୍ବା ନିଜ ଜମିକୁ ବନ୍ଧକ ରଖି ବ୍ୟାଙ୍କରୁ ଲୋନ ନେଇ ପାରିବେ ନାହିଁ ।" ତେଣୁ FRA ଆଧାରରେ ଏତେ ପଟ୍ଟା ଦେଇଛୁ ବୋଲି ରାଜ୍ୟ ସରକାର କହିବାର ମାନେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି, "ସମସ୍ତ ଅନୁସୂଚିତ ଜିଲ୍ଲା ଗୁଡ଼ିକରେ ଚତୁର୍ଥ ଏବଂ ତୃତୀୟ ଶ୍ରେଣୀ ପଦରେ ଆଦିବାସୀମାନଙ୍କୁ ନିଯୁକ୍ତି ଦେବାର ନିୟମ ଅଛି । କିନ୍ତୁ ଏହି ନିୟମକୁ ଓଡ଼ିଶା ସରକାର ଆଦୌ ପାଳନ କରୁନାହାନ୍ତି । ଅନ୍ୟ ରାଜ୍ୟ ଗୁଡ଼ିକରେ ଏହି ନିୟମ ଲାଗୁ ହୋଇଛି । ସେହିଭଳି ଓଡ଼ିଶାରେ ୨୩ ପ୍ରତିଶତ ଆଦିବାସୀ ଥିବା ସତ୍ତ୍ବେ ମେଡିକାଲ ଏବଂ ଇଞ୍ଜିନିୟରିଂ ଭଳି ଉଚ୍ଚ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ମାତ୍ର ୧୨ ପ୍ରତିଶତ ସଂରକ୍ଷଣ ରଖିଛନ୍ତି । ଯାହାଦ୍ଵାରା ଉପାନ୍ତ ତଥା ଆଦିବାସୀ ଅଞ୍ଚଳରେ ଡାକ୍ତର ଅଭାବ ହେଉଛି ।"

କେନ୍ଦ୍ରରେ ମୋଦି ସରକାର ଆଞ୍ଚଳିକ ଭାଷାରେ ପାଠପଢାକୁ ପ୍ରାଥମିକତା ଦେଉଛନ୍ତି । ସବୁ ଆଦିବାସୀ ବର୍ଗଙ୍କର ନିଜ ନିଜର ସ୍ଵତନ୍ତ୍ର ଭାଷା ଅଛି । କିନ୍ତୁ ରାଜ୍ୟରେ ନାମକୁ ମାତ୍ର କିଛି ଭାଷା ଶିକ୍ଷକ ନିଯୁକ୍ତି କରିଦେଉଛନ୍ତି । ତେଣୁ ଯେତେ ପ୍ରକାର ଆଦିବାସୀ ଅଛନ୍ତି, ସେମାନଙ୍କ ଭାଷାର ସଂରକ୍ଷଣ କରାଯାଉ ବୋଲି ବିଜେପି ଦାବି କରିଛି । ପୂର୍ବରୁ ବିଭିନ୍ନ ଟେକ୍ନିକାଲ ଶିକ୍ଷା ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ୍‌ର ବ୍ୟବସ୍ଥା ଥିଲା । କିନ୍ତୁ ରାଜ୍ୟ ସରକାର ତାହାକୁ କମାଇ ୨୪ ହଜାର ଟଙ୍କା କରିଥିବା ସେ କହିଛନ୍ତି । ସୁନ୍ଦରଗଡ଼, କେନ୍ଦୁଝର ଭଳି ଖଣିଖାଦାନ ଭରା ଜିଲ୍ଲା ଗୁଡ଼ିକରେ ହଜାର ହଜାର କୋଟିର ଡିଏମ୍‌ଏଫ୍‌ ଏବଂ ଓମ୍‌ବାଡ୍‌ସି ଫଣ୍ଡ ଆସୁଛି । କିନ୍ତୁ ସେଠାରେ ଆଦିବାସୀଙ୍କ ଅବସ୍ଥା ଖରାପ । ପେସା ଓ FRA ଆଇନ ଲାଗୁ ନହେବା କାରଣରୁ ଏହି ସବୁ ଜିଲ୍ଲା ମାନଙ୍କରେ ଆଦିବାସୀ ମାନେ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...BJD to Support NDA: ଦିଲ୍ଲୀରେ ସମର୍ଥନ, ପଲ୍ଲୀରେ ମନ୍ଥନ

ସେହିଭଳି ଦକ୍ଷିଣରେ ମାଲକାନଗିରି ପୋଲାଭରମରେ ବୁଡ଼ିବାକୁ ଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରାମସଭା ହୋଇନାହିଁ ବୋଲି ବିଜେପି କହିଛି । ଓଡ଼ିଶାର ଆଦିବାସୀ ଅଞ୍ଚଳ ଗୁଡ଼ିକରୁ ବାହାର ରାଜ୍ୟକୁ ବାଲି ଚୋରାଚାଲାଣ ହେଉଛି । କିନ୍ତୁ ସ୍ଥାନୀୟ ଲୋକ ଚଢ଼ା ଦରରେ ବାଲି କିଣୁଛନ୍ତି ବୋଲି କହିଛନ୍ତି ବଳଭଦ୍ର । ରାଜ୍ୟ ସରକାର ଏହା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.