ETV Bharat / state

ତେଜିଲା ଟ୍ବିଟର ୱାର, ସମୀର ମହାନ୍ତିଙ୍କୁ କଡା ଜବାବ ଦେଲା ବିଜେଡି - ସମୀର ମହାନ୍ତିଙ୍କୁ କଡା ଜବାବ ଦେଲା ବିଜେଡି

ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଟ୍ବିଟର ଜବାବ ଦେଲା ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି । ତେଜିଲା ଟ୍ବିଟର ୱାର । ଅଧିକ ପଢ଼ନ୍ତୁ

ସମୀର ମହାନ୍ତିଙ୍କୁ କଡା ଜବାବ ଦେଲା ବିଜେଡି
ସମୀର ମହାନ୍ତିଙ୍କୁ କଡା ଜବାବ ଦେଲା ବିଜେଡି
author img

By

Published : Jul 23, 2023, 8:55 PM IST

ଭୁବନେଶ୍ବର: ତେଜିଲା ଟ୍ବିଟର ୱାର । ସମୀରଙ୍କୁ ପାଲଟା ଜବାବ ଦେଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି । ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଟ୍ବିଟର ଜବାବରେ ବିଜେଡି କଲା କଟାକ୍ଷ । ରାଜନୀତିରେ ତିଷ୍ଠି ରହିବା ପାଇଁ ସମୀର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି । ସଭାପତି ପଦରୁ ବିଦା ହେବା ପରେ ସ୍ଥିତି ହରାଇଛନ୍ତି । ସମୀର ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପାଇଁ ବୁଦ୍ଧିହୀନ ଟ୍ବିଟ କରୁଛନ୍ତି କହି ବିଜେଡି କଟାକ୍ଷ କରିଛନ୍ତି ।

  • ଓଡ଼ିଶା ଗଣମାଧ୍ୟମରେ ଏକ ରେକର୍ଡ ଭଙ୍ଗ କରିବାର ଖବର ପଢିବାକୁ ପାଇଲି, ଯାହା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁଙ୍କ ଶାସନ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ପାଖାପାଖି ସମାନ ଥିବା ଖବର ଉପରେ ପର୍ଯ୍ୟବେସିତ ।

    — Samir Mohanty (@SamirMohantyBJP) July 23, 2023 " class="align-text-top noRightClick twitterSection" data=" ">

ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ନିଜ ଟ୍ବିଟର୍‌ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି, "ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ । ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍ କରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ପାଇଁ ଉଦ୍ୟମ କରୁଛନ୍ତି । ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ଥିତ୍ବ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଇଛୁ । ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ ।"

  • ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି ପ୍ରତିଶ୍ରୁତି ପାଳନ ନ କରିବା ।

ସୂଚନା ଅନୁଯାୟୀ ଆଜି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ନିଜ ହ୍ୟାଣ୍ଡେଲରେ ପୋଷ୍ଟ କରି ନବୀନଙ୍କ ଶାସନ କାଳର ରେକର୍ଡକୁ ନେଇ ଏକ ଟ୍ବିଟ୍‌ କରିଥିଲେ । ସମୀର ମହାନ୍ତି ଲେଖିଥିଲେ, "ଓଡ଼ିଶା ଗଣମାଧ୍ୟମରେ ଏକ ରେକର୍ଡ ଭଙ୍ଗ କରିବାର ଖବର ପଢିବାକୁ ପାଇଲି । ଯାହା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁଙ୍କ ଶାସନ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ପାଖାପାଖି ସମାନ ଥିବା ଖବର ଉପରେ ପର୍ଯ୍ୟବେସିତ । ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି । କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାରେ ମୁଖ୍ୟମନ୍ତ୍ରୀ ରେକର୍ଡ ସୃଷ୍ଟି କରିଛନ୍ତି ।"

  • ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ। ଶିଶୁ ଓ ଗର୍ଭବତୀ ମହିଳାଙ୍କ କୁପୋଷଣ ଓ ରକ୍ତହୀନତା ସମସ୍ୟାରେ ଆପଣ ରେକର୍ଡ ସୃଷ୍ଟି କରିଛନ୍ତି । ରାଜ୍ୟର ୬ ରୁ ୫୯ ମାସର ଶିଶୁଙ୍କ ଭିତରେ ୪୨.୩ ପ୍ରତିଶତ ରକ୍ତହୀନତା ଦେଖାଦେଇଛି ।

"ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୋଇଛି ତ ତାହା ହେଉଛି ପ୍ରତିଶ୍ରୁତି ଦେଇ ପାଳନ ନକରିବା । ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ନକରିବା । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି । " ବୋଲି ଟାର୍ଗେଟ କରିଥିଲେ ସମୀର । ଯାହାର ଉତ୍ତରରେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ସମୀରଙ୍କୁ ତାତ୍ସଲ୍ୟ କରିଛନ୍ତି ।

  • ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବାପାଇଁ ଆପ୍ରାଣ ଉଦ୍ୟମ ସହିତ ଆଜିକାଲି ସେ ଟୁଇଟ୍‍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ ।

    — Dr Lenin Mohanty (@DrLeninMohanty1) July 23, 2023 " class="align-text-top noRightClick twitterSection" data=" ">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.