ETV Bharat / state

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା; 'ବିଧାୟକ ସୁଶାନ୍ତ ସିଂଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ?'

ବରଗଡ଼ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲା ବିଜେପି । ବିଧାୟକ ସୁଶାନ୍ତ ସିଂଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନ । କହିଲେ ମୋ ପୋଲିସ ଏବେ ବିଜେଡି ପୋଲିସରେ ପରିଣତ ହୋଇଛି । ଅଧିକ ପଢ଼ନ୍ତୁ

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବିଜେପିର ପ୍ରେସ୍‌ମିଟ୍‌

author img

By ETV Bharat Odisha Team

Published : Dec 5, 2023, 9:53 PM IST

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବିଜେପିର ପ୍ରେସ୍‌ମିଟ୍‌

ଭୁବନେଶ୍ବର: ବରଗଡ଼ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ପୋଲିସ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ଦଳ । ଭଟଲି ବିଧାନସଭା କ୍ଷେତ୍ରରେ ମାସେ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଅମ୍ବାଭୋନା ଥାନା ଉପରେ ଆକ୍ରମଣ ହୋଇଥିଲା । ଥାନା ଭଙ୍ଗାରେ ସଂପୃକ୍ତ ୧୦୨ ଜଣଙ୍କ ନାଁରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲା । ହେଲେ ୨୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେଥିରୁ ୯ ଜଣ ଏବେ ଜେଲରେ ଅଛନ୍ତି । ଅନ୍ୟ ୧୩ ଜଣଙ୍କୁ ଜାମିନ ମିଳିଯାଇଛି । ଅପରାଧୀଙ୍କୁ ଜାମିନ ଦେବା ପାଇଁ ପୋଲିସ ସହାୟତା ଦେଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ ।

ଇରାଶିଷ କହିଛନ୍ତି, "ଏହି ମାମଲାରେ ପୋଲିସ ନିଜେ ଇନଫର୍ମାଣ୍ଟ । ପୋଲିସ ନିଜେ ଆହତ ଏବଂ ପୋଲିସ ହିଁ ନିଜେ ସାକ୍ଷୀ । କିନ୍ତୁ ନୋଟିସ ହେବା ପରେ ମଧ୍ୟ ପୋଲିସ କୋର୍ଟରେ ହାଜର ହୋଇନାହିଁ । ତେଣୁ ବିଜେଡି ଦଳର ଗୁଣ୍ଡାମାନଙ୍କ ସହ ପୋଲିସର ମଧୁଚନ୍ଦ୍ରିକା ରହିଛି । କାହା ଚାପରେ ନୋଟିସ ପରେ ମଧ୍ୟ କୋର୍ଟକୁ ଗଲା ନାହିଁ ପୋଲିସ ? ଥାନା ଭଙ୍ଗା କେସରେ ଏସ୍‌ସି ଏସ୍‌ଟି ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଥିବା ସତ୍ତ୍ବେ ପୋଲିସ କୋର୍ଟକୁ ଯାଉନାହିଁ । ୫ ନଭେମ୍ବର ୨୦୨୩ରେ ଥାନା ଭଙ୍ଗାରୁଜା ଘଟଣା ଘଟିଥିଲା । ହେଲେ ଆଜିକୁ ଠିକ୍ ମାସେ ପରେ ବି ସମସ୍ତ ଅପରାଧୀଙ୍କୁ ଗିରଫ କରି ପାରିନି ପୋଲିସ ।" ମୋ ପୋଲିସ କଣ ବିଜେଡି ପୋଲିସ କି ବୋଲି ପ୍ରଶ୍ନ କରିଛନ୍ତି ଇରାଶିଷ ।

ଏହା ମଧ୍ୟ ପଢ଼ନ୍ତୁ...ପିକ୍‌ନିକ୍‌ ପାଇଁ ଯାଇଥିବା ପର୍ଯ୍ୟଟକଙ୍କୁ ପୋଲିସର ନାଲି ଆଖି, ଥାନା ଭିତରେ ପଶି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

ସେ ଆହୁରି କହିଛନ୍ତି, "ଶାନ୍ତି ପ୍ରିୟ ଓଡ଼ିଶାରେ ଦିନକୁ ଦିନ ଅପରାଧ ବଢୁଛି ଏବଂ ଅପରାଧିକ ଭିତ୍ତିଭୂମି ବୃଦ୍ଧି ପାଇଛି । ଏହା ଚିନ୍ତାର ବିଷୟ । ପୋଲିସ ଯଦି ଅକ୍ଷମ, ତେବେ ସିବିଆଇକୁ କେସ ହସ୍ତାନ୍ତର କରୁ । ଯେଉଁଠି ପୋଲିସ୍ ନିଜେ ଭୟଭୀତ, ସେଠାରେ ସାଧାରଣ ଜନତା କେତେ ଭୟଭୀତ ହୋଇନଥିବେ ? ସବୁଠୁ ବଡ଼ ପ୍ରଶ୍ନ ହେଉଛି, ପୋଲିସ୍ ଏତେ ଭୟଭୀତ କାହିଁକି ଏବଂ କାହା ଚାପରେ ? ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂହଙ୍କୁ କାହିଁକି ଏପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ମୁଖ୍ୟମନ୍ତ୍ରୀ କହିବେ କି ?"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.