ETV Bharat / state

ହତ୍ୟା ଅଭିଯୁକ୍ତ ବିଜେପି ମୁଖପାତ୍ରଙ୍କ ପ୍ରକୃତ ଚରିତ୍ର ଅଛପା ନାହିଁ: ବିଜେଡି

author img

By

Published : Jun 25, 2023, 12:59 PM IST

ବିଜେଡି ବିଜେପି ମୁହାମୁହିଁ । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ବିଜେଡି ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ମୁଦା ବସା ମାଙ୍କଡ଼ କହିବା ପରେ ଗୋଲକଙ୍କୁ ଆକ୍ଷେପ କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଅଧିକ ପଢନ୍ତୁ

bjd targets bjp
ଗୋଲକ ମହାପାତ୍ରଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହାକୁ ନେଇ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଏହି ବାକ୍‌ଯୁଦ୍ଧ ଏବେ ବ୍ୟକ୍ତିଗତ ସ୍ତରରେ ପହଞ୍ଚିଛି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ବିଜେଡି ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ମୁଦା ବସା ମାଙ୍କଡ଼ କହିବା ପରେ ଗୋଲକଙ୍କୁ ଆକ୍ଷେପ କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ନାଁ ନନେଇ ଗୋଲକଙ୍କୁ ଇଙ୍ଗିତ କରି ଏଭଳି କଳଙ୍କିତ ମୁଖପାତ୍ରଙ୍କୁ ବିଜେପି ରାଜ୍ୟ ସଭାପତି କିପରି ସହ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ବିଜେଡି ମୁଖପାତ୍ର କହିଛନ୍ତି ଯେ, ଦିଲ୍ଲୀରେ ଥିବା ତାଙ୍କ ମାଲିକଙ୍କ ନିର୍ଦ୍ଦେଶରେ ସେ ପୋଷା କୁକୁର ଭଳି ଯେପରି ଭୁକିଛନ୍ତି ତାହା ଦେଖି ତାଙ୍କ ଦଳର ନେତା ଲଜ୍ଜିତ ଓ ବିସ୍ମିତ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ଏଭଳି କଳଙ୍କିତ ଚରିତ୍ରକୁ କିପରି ଜଣେ ମୁଖପାତ୍ର ଭାବେ ଏ ଯାଏଁ ସହ୍ୟ କରୁଛନ୍ତି ବୋଲି ବିଜେଡିର ଗଣମାଧ୍ୟମ ପ୍ରବକ୍ତା ଇପ୍ସିତା ସାହୁ ପ୍ରଶ୍ନ କରିଛନ୍ତି ।

ଏକ ପ୍ରେସ ବିବୃତ୍ତିରେ ଇପ୍ସିତା କହିଛନ୍ତି ଯେ, ରାଜ୍ୟ ବିଜେପିର ବରିଷ୍ଠ ନେତା ବୋଲାଉଥିବା ଏହି ବ୍ୟକ୍ତିଙ୍କ ପ୍ରକୃତ ଚରିତ୍ର କ'ଣ ତାହା କାହାକୁ ଅଛପା ନାହିଁ । ଛତ୍ରପୁର ହତ୍ୟା ଘଟଣାରେ ସଂପୃକ୍ତି ବିଷୟ ପଦାକୁ ଆସିଲା ପରେ ସେ ଦିଲ୍ଲୀରେ ବସିଥିବା ତାଙ୍କ ନେତାଙ୍କ ସୁରକ୍ଷାରେ ଏଠାରୁ ଖସି ପଳାଇଥିଲେ । ଆଉ ଗିରଫ ଭୟରେ ମୂଷା ଭଳି ଯାଇ ରାଜ୍ୟ ବାହାରେ ଲୁଚିଥିଲେ । ଖାଲି ହତ୍ୟା ଘଟଣା ନୁହେଁ, ମହିଳାଙ୍କୁ ଅସଦାଚରଣ ଆଦି କୁକର୍ମରେ ଲିପ୍ତ ବିଜେପିର ଏହି ମୁଖପାତ୍ରଙ୍କ କଳଙ୍କିତ ଚରିତ୍ର ବିଷୟରେ ସମସ୍ତେ ଅବଗତ ଅଛନ୍ତି ।

ସେ ଆହୁରି କହିଛନ୍ତି, '' ମଜା କଥା ହେଲା ଯେତେବେଳେ ଛତ୍ରପୁର ହତ୍ୟା ଘଟଣାରେ ଏହି ବିଜେପି ନେତାଙ୍କୁ ପୋଲିସ ଜେରା ପାଇଁ ଡାକିଥିଲା, ସେ ସଂପୃକ୍ତ ପୋଲିସ ଅଫିସରଙ୍କ ଆଗରେ ଭୋଭୋ ହୋଇ କାନ୍ଦିଥିଲେ । ତାଙ୍କୁ ଛାଡ଼ି ଦେବାକୁ ପୋଲିସ ଅଫିସରଙ୍କ ଗୋଡ଼ ବି ଧରିଥିଲେ । କାଳେ ପୋଲିସ ତାଙ୍କୁ ଗିରଫ କରିବ, ସେଥିପାଇଁ ସେ ଟଏଲେଟ ଭିତରେ ପଶିଯାଇ ଘଣ୍ଟାଏ କାଳ କବାଟ ବନ୍ଦ କରି ରହିଥିଲେ । ପୋଲିସ ତାଙ୍କୁ ଛାଡ଼ିଦେବ ବୋଲି ଯେ ପର୍ଯ୍ୟନ୍ତ ପ୍ରତିଶ୍ରୁତି ନ ଦେଉଛି, ସେତେବେଳ ଯାଏ ସେ କବାଟ ଖୋଲିବେ ନାହିଁ ବୋଲି କାକୁତି ମିନତି ହୋଇଥିଲେ ।''

ଯାବତୀୟ କୁକର୍ମରେ ସଂପୃକ୍ତ ଏଭଳି ଜଣେ କଳଙ୍କିତ ଚରିତ୍ରକୁ ଦିଲ୍ଲୀରେ ବସିଥିବା ବିଜେପିର ବଡ଼ ନେତା ରାଜ୍ୟ ବିଜେପିର ମୁଖପାତ୍ର ରଖିବା ପଛରେ କି ରହସ୍ୟ ରହିଛି ? ମନମୋହନ ବାବୁଙ୍କ ଭଳି ଜଣେ ଭଦ୍ର ବ୍ୟକ୍ତି ଏତେ ଦିନ ହେଲା ଏଭଳି ଜଣେ ମୁଖପାତ୍ରଙ୍କୁ କିପରି ସହ୍ୟ କରୁଛନ୍ତି, ତାହା ଆମକୁ ବିସ୍ମିତ କରିଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.