ETV Bharat / state

ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ଡରୁଛି ବିଜେଡି ! ପ୍ରେସ ରିଲିଜ ଜାରି କରି ନବ ହତ୍ୟା ଘଟଣାର ରଖୁଛି ଜବାବ

author img

By

Published : Mar 20, 2023, 10:01 PM IST

ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରେସ ରିଲିଜରେ କହିଛନ୍ତି ଯେ, ସ୍ବର୍ଗତ ନବକିଶୋର ଦାସ ଦୀର୍ଘବର୍ଷ ଧରି ନରସିଂହ ମିଶ୍ରଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ବିନା ତଥ୍ୟ ପ୍ରମାଣରେ ସେ ଯେଭଳି ଭାବେ ନିଜର ଜଣେ ଦିବଂଗତ ସହଯୋଗୀଙ୍କ ଚରିତ୍ର ସଂହାର କଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି । ଅଧିକ ପଢନ୍ତୁ

ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ଡରୁଛି ବିଜେଡି ! ପ୍ରେସ ରିଲିଜ ଜାରି କରି ନବ ହତ୍ୟା ଘଟଣାର ରଖୁଛି ଜବାବ
ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ଡରୁଛି ବିଜେଡି ! ପ୍ରେସ ରିଲିଜ ଜାରି କରି ନବ ହତ୍ୟା ଘଟଣାର ରଖୁଛି ଜବାବ

ଭୁବନେଶ୍ବର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାରେ ଆଜି ପୁନର୍ବାର ସରକାର ଓ ବିଜେଡିକୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନରସିଂହ ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ଓ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ନରସିଂହଙ୍କ ଶାଣିତ ସମାଲୋଚନାର ଜବାବ ରଖିଛି ବିଜୁ ଜନତା ଦଳ । ଗଣମାଧ୍ୟମ ଆଗରେ ନୁହେଁ ପ୍ରେସ ରିଲିଜ ଜାରି କରି ଜବାବ ରଖିଛି ଦଳ ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରେସ ରିଲିଜରେ କହିଛନ୍ତି ଯେ, ସ୍ବର୍ଗତ ନବକିଶୋର ଦାସ ଦୀର୍ଘବର୍ଷ ଧରି ନରସିଂହ ମିଶ୍ରଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ବିନା ତଥ୍ୟ ପ୍ରମାଣରେ ସେ ଯେଭଳି ଭାବେ ନିଜର ଜଣେ ଦିବଂଗତ ସହଯୋଗୀଙ୍କ ଚରିତ୍ର ସଂହାର କଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି । ନିଜକୁ ବିଜେପିର ପ୍ରବକ୍ତା ମନେ କରି ନରସିଂହ ନିୟମିତ ଭାବେ ଯେଉଁସବୁ ନିମ୍ନମାନର ମନ୍ତବ୍ୟ ଦେଇ ଆସୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ଏହି ସ୍ପର୍ଶକାତର ପ୍ରସଙ୍ଗରେ ଆଜି ନରସିଂହ ବିଭ୍ରାନ୍ତିକର ବୟାନ ଦେଇଛନ୍ତି ବୋଲି ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ।

ଲେନିନ ଆହୁରି ମଧ୍ୟ କହିଛନ୍ତି ଯେ, ନରସିଂହ ବାବୁ ରାଜ୍ୟର କେବଳ ଜଣେ ଆଗଧାଡ଼ିର ଅଭିଜ୍ଞ ରାଜନେତା ନୁହନ୍ତି, ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ । ଲେନିନ, ନରସିଂହଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ଯେ, ତାଙ୍କୁ କିଏ କହିଥିଲା ଯେ ନବକିଶୋର ଦାସଙ୍କ ହତ୍ୟାକାରୀ ଗୋପାଳ ଜଣେ ପାଗଳ ବୋଲି ? ତଦନ୍ତକାରୀ ସଂସ୍ଥା କହିଥିଲା କି ? ସରକାର କହିଥିଲେ କି ? ବିଜୁ ଜନତା ଦଳ କହିଥିଲା କି ? ଗୋପାଳ ପାଗଳ ବୋଲି ପ୍ରଥମେ ତାଙ୍କ ପରିବାର ଲୋକ କହିଥିଲେ । ଆଉ ପରେ ପରେ ନିଜେ ନରସିଂହ ବାବୁ ଏବଂ କଂଗ୍ରେସ ତଥା ଭାରତୀୟ ଜନତା ପାର୍ଟିର ନେତାମାନେ ଗୋପାଳ ପାଗଳ ବୋଲି କହି ବୁଲିଲେ । ଏବେ ସେଇ ନରସିଂହ ବାବୁ ଗୋପାଳ ପାଗଳ ନୁହେଁ ବୋଲି କହୁଛନ୍ତି । ଦୁର୍ଭାଗ୍ୟର ବିଷୟ ହେଲା, ନରସିଂହ ବାବୁଙ୍କ ଭଳି ଜଣେ ବରିଷ୍ଠ ଆଇନଜୀବୀ ଏହି ସ୍ପର୍ଶକାତର ମାମଲାରେ ବିଜେପିର ପ୍ରବକ୍ତା ଭଳି ଆଜି ଗୋଟିଏ କଥା, କାଲି ଗୋଟିଏ କଥା କହି ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ସେ ମନେ ରଖିବା ଉଚିତ ଯେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ମାମଲାର ତଦନ୍ତକୁ ତଦାରଖ କରୁଛନ୍ତି । ତେଣୁ ଘଟଣା ପଛର ସତ କ’ଣ, ତାହା ଖୁବଶୀଘ୍ର ପଦାକୁ ଆସିବ ।

ଲେନିନ ମହାନ୍ତି ଆହୁରି କହିଛନ୍ତି ଯେ, ଏହି ମାମଲାରେ FBI ଏବଂ NIMHANSର ସାହାଯ୍ୟ କାହିଁକି ଲୋଡ଼ା ହେଲା, ତାହା ଆଗରୁ ସ୍ପଷ୍ଟ କରାଯାଇଛି । ତଥାପି ବିରୋଧୀଦଳର ନେତାମାନେ ଏହି ମାମଲାରୁ ରାଜନୈତିକ ଫାଇଦା ହାସଲ ପାଇଁ ଜାଣିଶୁଣି ନ୍ୟାରେଟିଭ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ତେବେ ନରସିଂହ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ଆଇନଜୀବୀଙ୍କଠାରୁ ଏଭଳି ବିଭ୍ରାନ୍ତକାରୀ ମନ୍ତବ୍ୟ ଆଶା କରାଯାଏ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ତଦନ୍ତରେ FBI ସହଯୋଗ କରୁଛି କି ନା ନାହିଁ, ଏ ବାବଦରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଜାରୀ କରିଥିବା ରିଲିଜରେ କୌଣସି ସୂଚନା ଦେଇନାହାଁନ୍ତି । ନବ ହତ୍ୟା ଘଟଣାରେ ବିରୋଧୀଙ୍କ ପ୍ରଶ୍ନର ସିଧାସଳଖ ଜବାବ ରଖିବା ବଦଳରେ ଶାସକ ଦଳ ଗୋଳିଆ ମାଳିଆ ଜବାବ ରଖୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ପ୍ରଶ୍ନ ଉଠୁଛି ବିରୋଧୀଙ୍କ ବିଭିନ୍ନ ପ୍ରଶ୍ନର ଜବାବ ଗଣମାଧ୍ୟମରେ ସିଧାସଳଖ ରଖିବାରେ ଡରୁଛି କି ବିଜେଡି ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.