ETV Bharat / state

ବଦଳିବ କି ଦେଶର ନାଁ ? ସହମତିରେ ପରିବର୍ତ୍ତନକୁ ସମର୍ଥନ କରିବ ବିଜେଡି - ସହମତିରେ ପରିବର୍ତ୍ତନ ହେଲେ ବିଜେଡିର ସମର୍ଥନ

ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ଦେଶର ନାମ ପରିବର୍ତ୍ତନ ପ୍ରସ୍ତାବ ସରକାର ଆଣିପାରନ୍ତି, ଏପରି ଅନୁମାନ କରିବା ପଛରେ ଅନେକ କାରଣ ରହିଛି । ଜି-20 ସମ୍ମିଳନୀ ପୂର୍ବରୁ ଲଞ୍ଚ ହୋଇଛି ପ୍ରେସିଡେନ୍ସି ଜି-20ର ନୂଆ ହାଣ୍ଡେଲ ଜି-20 ଭାରତ । ସେହିପରି ଜି-20ର ଏକ ଅଲଗା ଏକ୍ସ ଆକାଉଣ୍ଟ ହେବ । ଏଥିରେ ଜି-20 ସମ୍ବନ୍ଧିତ ସମସ୍ତ ସୂଚନା ଓ ନିୟମ ବିଷୟରେ ତଥ୍ୟ ନିୟମିତ ପ୍ରଦାନ କରାଯିବ । ଅଧିକ ପଢନ୍ତୁ

ବଦଳିବକି ଦେଶର ନାଁ ? ସହମତିରେ ପରିବର୍ତ୍ତନକୁ ବିଜେଡି କରିବ ସମର୍ଥନ

author img

By ETV Bharat Odisha Team

Published : Sep 6, 2023, 10:57 PM IST

ଭୁବନେଶ୍ବର: ଜି-20 ସମ୍ମିଳନୀ ପରେ ପରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ସ୍ବତନ୍ତ୍ର ଅଧିବେଶନରେ କଣ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା । ସରପ୍ରାଇଜ କାର୍ଡ ଖେଳିବାରେ ମାହିର ମୋଦି ସରକାର ଅଧିବେଶନରେ କଣ ପ୍ରସଙ୍ଗ ଆଣିବେ ତାହାକୁ ନେଇ ସମସ୍ତେ ଅନ୍ଧାରରେ ଅଛନ୍ତି । ତେବେ ଗତ କିଛି ଘଣ୍ଟା ହେଲା ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଅନୁମାନ ଜାତୀୟ ଗଣମାଧ୍ୟମ ଓ ରାଜନୈତିକ ମଧ୍ୟରେ ଚର୍ଚ୍ଚା ଲାଗିରହିଛି । କେନ୍ଦ୍ର ସରକାର ଦେଶର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ରଖିପାରନ୍ତି । ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତ ରଖିବା ପାଇଁ ପ୍ରସ୍ତାବ ଆଣି ପାରନ୍ତି କେନ୍ଦ୍ର ସରକାର ବୋଲି ଚର୍ଚ୍ଚା ହେଉଛି । ତେବେ ନାଁ ପରିବର୍ତ୍ତନକୁ ସମର୍ଥନ କରୁଛି ବିଜେଡି ।

ଏହାବି ପଢନ୍ତୁ- Parliament Special Session: ମହିଳା ସଂରକ୍ଷଣ ବିଲ ନେଇ ବଢିଲା ଆଶା, ଦାବି କରିଥିଲା ବିଜେଡି

ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ଦେଶର ନାମ ପରିବର୍ତ୍ତନ ପ୍ରସ୍ତାବ ସରକାର ଆଣିପାରନ୍ତି, ଏପରି ଅନୁମାନ କରିବା ପଛରେ ଅନେକ କାରଣ ରହିଛି । ଜି-20 ସମ୍ମିଳନୀ ପୂର୍ବରୁ ଲଞ୍ଚ ହୋଇଛି ପ୍ରେସିଡେନ୍ସି ଜି-20ର ନୂଆ ହାଣ୍ଡେଲ ଜି-20 ଭାରତ । ସେହିପରି ଜି-20ର ଏକ ଅଲଗା ଏକ୍ସ ଆକାଉଣ୍ଟ ହେବ । ଏଥିରେ ଜି-20 ସମ୍ବନ୍ଧିତ ସମସ୍ତ ସୂଚନା ଓ ନିୟମ ବିଷୟରେ ତଥ୍ୟ ନିୟମିତ ପ୍ରଦାନ କରାଯିବ । ସେହିପରି ରାଷ୍ଟ୍ରପତିଙ୍କ ପକ୍ଷରୁ ସେପ୍ଟେମ୍ବର 9 ତାରିଖରେ ଜି-20 ଡିନର ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି । ତାହା ମଧ୍ୟ ଭାରତର ରାଷ୍ଟ୍ରପତି ନାମରେ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରେସିଡେଣ୍ଟ ଅଫ ଇଣ୍ଡିଆ କୁହାଯାଉଥିବାବେଳେ ଏଥିରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯିବା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି ।

ଦେଶର ନାମ ପରିବର୍ତ୍ତନ ନେଇ ଲାଗିରହିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଇଣ୍ଡିଆ ନା ଭାରତ ନେଇ ବିଜେଡି ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ । କିନ୍ତୁ ଇଣ୍ଡିଆ, ଭାରତ ସମ୍ବିଧାନର ଯେଉଁ ସମୟରେ ଲେଖା ଯାଇଥିଲା, ସେତେବେଳେ ଭିନ୍ନ ଅବସ୍ଥା ଥିଲା । ବର୍ତ୍ତମାନ ଅବସ୍ଥା ବଦଳିବା ପରେ ଅନେକ କଥା ପରିବର୍ତ୍ତନ ଆସିଛି । ତାକୁ ନେଇ ଯେଉଁମାନେ ରାଜନୈତିକ ପ୍ରସଙ୍ଗ କରୁଛନ୍ତି, ତାହା ଆଦୌ ହେବା ଉଚିତ ନୁହେଁ । ଏନେଇ ଭାରତ ବର୍ଷରେ ଏକ ସହମତି ହେବା ଆବଶ୍ୟକ । ସହମତି ଭିତ୍ତିକ ନାମ ଯେଉଁ ଅଛି, ସମ୍ବିଧାନ ସମ୍ପର୍କିତ ଅନ୍ୟାନ୍ୟ କଥା ଅଛି । ସମସ୍ତଙ୍କର ସହମତି ମିଳିଲେ ଏହା କାର୍ଯ୍ୟକାରୀ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.