ETV Bharat / state

ବିରୋଧୀ ଦଳ କଣ ବିଚାରକ ନା ବିଚାରପତି: ମହେଶ ସାହୁ - ବିଜେଡି ସାଂସଦ ମହେଶ ସାହୁଙ୍କ ଜବାବ

ମହେଶ କହିଛନ୍ତି ଯେ, ଦଳର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଅନ୍ତି । ଯାହା ନିଷ୍ପତ୍ତି ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି । ପର୍ଯ୍ୟବେକ୍ଷକ ଭାବେ ସଂଗଠନ ସମ୍ପାଦକଙ୍କୁ ଢେଙ୍କାନାଳ, ସମ୍ବଲପୁର, ଅନୁଗୋଳ ଦାୟିତ୍ୱ ଦିଆଯାଇଛି । ଅଧିକ ପଢନ୍ତୁ

ବିରୋଧୀ ଦଳ କଣ ବିଚାରକ ନା ଜର୍ଜ ?: ମହେଶ ସାହୁ

author img

By

Published : Apr 8, 2023, 8:48 PM IST

ବିରୋଧୀ ଦଳ କଣ ବିଚାରକ ନା ଜର୍ଜ ?: ମହେଶ ସାହୁ

ଭୁବନେଶ୍ବର: ଝାରସୁଗୁଡ଼ା ବ୍ୟାଟେଲ ଜିତିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ସାଧାରଣ ନିର୍ବାଚନ ପୂର୍ବରୁ ସମ୍ଭବତଃ ଶେଷ ଉପନିର୍ବାଚନରେ ବାଜିମାତ କରିବା ଲାଗି ରଣନୀତି ଜୋରଦାର କରିଛି ଦଳ । ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିବା ସହ ନିର୍ବାଚନ ପରିଚାଳନା ଲାଗି ଦାୟିତ୍ୱ ବାଣ୍ଟୁଛି ଦଳ । ଘୋଷିତ ହୋଇଥିବା ପର୍ଯ୍ୟବେକ୍ଷକ ତାଲିକାରୁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କୁ ବାଦ ଦିଆଯାଇଛି । ଯାହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନବ ଦାସ ହତ୍ୟା ଘଟଣାରେ ସାମିଲ ଥିବାରୁ ସୁଶାନ୍ତଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଯାହାର କଡା ଜବାବ ରଖିଛନ୍ତି ବିଜେଡି ସାଂସଦ ମହେଶ ସାହୁ ।

ମହେଶ କହିଛନ୍ତି ଯେ, ଦଳର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଅନ୍ତି । ଯାହା ନିଷ୍ପତ୍ତି ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି । ପର୍ଯ୍ୟବେକ୍ଷକ ଭାବେ ସଂଗଠନ ସମ୍ପାଦକଙ୍କୁ ଢେଙ୍କାନାଳ, ସମ୍ବଲପୁର, ଅନୁଗୋଳ ଦାୟିତ୍ୱ ଦିଆଯାଇଛି । ଉପନିର୍ବାଚନ ଲାଗି ମଧ୍ୟ ସେହିପରି ନିଷ୍ପତ୍ତି ନିଆଯାଇଛି । କେଉଁ କାରଣରୁ ଉପନିର୍ବାଚନ ପ୍ରକ୍ରିୟାରୁ ସୁଶାନ୍ତଙ୍କୁ ବାଦ ଦେବାପାଇଁ ନିଆଗଲା, ତାହାର କାରଣ ମୁଖ୍ୟମନ୍ତ୍ରୀ କହିପାରିବେ । ବିଜୁ ଜନତା ଦଳରେ ସମସ୍ତେ ଦକ୍ଷ ନେତା । କିଏ କଣ କହିବ, ତାହା ଉପରେ କଣ କହିବା । ହତ୍ୟାକାଣ୍ଡର ତଦନ୍ତ ଚାଲିଛି । ବିରୋଧୀ ଦଳ କଣ ନକୁହନ୍ତି କି ? ବିରୋଧୀ ଦଳ ବହୁତ କଥା କହୁଛନ୍ତି ।

ଏହାବି ପଢନ୍ତୁ- ପାରାଦ୍ବୀପରେ ନେହେରୁ ଓ ବିଜୁଙ୍କୁ ଅସମ୍ମାନ: ପ୍ରତିମୂର୍ତ୍ତି ଭାଙ୍ଗିଲେ, ଅଳିଆ ଗଦାକୁ ଫିଙ୍ଗିଲେ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁ ଆକ୍ଟିଭ ଲୋକଙ୍କୁ ସବୁ ଜାଗାକୁ ଦାୟିତ୍ୱ ଦେଇ ପଠା ହେବ କି ? ସେ ଅଞ୍ଚଳରେ ଆମର ଆହୁ ଆକ୍ଟିଭ ଲୋକ ଅଛନ୍ତି । ଦଳର ନିଷ୍ପତ୍ତି ଯାହା ଦଳର ଜଣେ ସାଧାରଣ କର୍ମକର୍ତ୍ତା ଗ୍ରହଣ କରେ । ଏ ନେଇ ସୁଶାନ୍ତ ସିଂଙ୍କର ପ୍ରତିକ୍ରିୟା ନାହିଁ । ବିରୋଧୀ ଦଳ କଣ ପ୍ରତିକ୍ରିୟା କରିବେ, ତାଙ୍କ କଥାରେ କଣ ଆମର ନାଚିବାର ଅଛି କଣ ? ବିରୋଧୀ ଦଳ କଣ ବିଚାରକ ନା ବିଚାରପତି । ବିରୋଧୀ ଦଳଙ୍କୁ ସୁପ୍ରିମକୋର୍ଟ କଣ ଅର୍ଡର ଦେଇଥିଲେ ଜାଣିନାହାନ୍ତି କି ? ବିଜୁ ଜନତା ଦଳ ପ୍ରତି ଜନସାଧାରଣଙ୍କର ଶ୍ରଦ୍ଧା ଅଛି । ବିଜୁ ଜନତା ଦଳର ବିଜୟର ବାନା ଝାରସୁଗୁଡାରେ ମଧ୍ୟ ଉଡିବ ।

ନବ ଦାସଙ୍କ ହତ୍ୟା ଘଟଣାକୁ ଦୁଇ ମାସ ବିତିଯାଇଛି । ନବଙ୍କ ହତ୍ୟାକାଣ୍ଡରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଆସୁଛି । ସୁଶାନ୍ତ ସିଂ, ପ୍ରଣବ ପ୍ରକାଶ ଦାସ ଓ 5ଟି ସଚିବଙ୍କ ନାଁ ନେଇ ବିରୋଧୀ ବିଧାନସଭାରେ ତୁମ୍ବିତୋଫାନ କରିଥିଲେ । ଏବେ ଝାରସୁଗୁଡା ନିର୍ବାଚନ ପ୍ରକ୍ରିୟାରୁ ସୁଶାନ୍ତଙ୍କୁ ବାଦ ଦିଆଯାଇଛି । ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ସୁଶାନ୍ତ ସିଂଙ୍କୁ ବାଦ ଦିଆଯାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ନବୀନ ପଟ୍ଟନାୟକ କାହାର ନୁହଁନ୍ତି, ସେ ସୁଶାନ୍ତଙ୍କୁ କେମିତି ଛାଡିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ନଳୀନି ମହାନ୍ତି ଭଳି ଲୋକଙ୍କୁ ନବୀନ ଦଳରୁ କାଢିଛନ୍ତି । ତେଣୁ ନବଦାସ ହତ୍ୟାକାଣ୍ଡରେ ତାଙ୍କର ସମୃକ୍ତି ଅଛି ବୋଲି ସୁଶାନ୍ତ ସିଂଙ୍କୁ ବାଦ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.