ETV Bharat / state

ଦଳର ସଭାପତିଙ୍କ ଆସ୍ଥା ହରେଇଲେଣି ସୌମ୍ୟ, ତୁରନ୍ତ ଦିଅନ୍ତୁ ବିଧାୟକ ପଦରୁ ଇସ୍ତଫା: BJD

author img

By ETV Bharat Odisha Team

Published : Sep 12, 2023, 10:20 PM IST

Updated : Sep 12, 2023, 10:32 PM IST

ବିଜେଡି ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ହଟିବା ପରେ ପ୍ରତିକ୍ରିୟା ରଖିଲେ ଦଳୀୟ ନେତା । ବିଧାୟକ ପଦରୁ ତୁରନ୍ତ ଇସ୍ତଫା ପତ୍ର ଦେବା ପାଇଁ କଲେ ଦାବି । ଅଧିକ ପଢନ୍ତୁ

BJD leaders reacts on action against Soumya
BJD leaders reacts on action against Soumya
ଦଳର ସଭାପତିଙ୍କ ଆସ୍ଥା ହରେଇଲେଣି ସୌମ୍ୟ, ତୁରନ୍ତ ଦିଅନ୍ତୁ ବିଧାୟକ ପଦରୁ ଇସ୍ତଫା: BJD

ଭୁବନେଶ୍ବର: କିଛିଦିନ ଧରି ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସଂପାଦକୀୟ ଆଳରେ ମିଛ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ ସୌମ୍ୟ । ମନ୍ତ୍ରୀ ପଦ ଲୋଭରେ ଦଳକୁ ସୌମ୍ୟ ରଞ୍ଜନ ବ୍ଲାକମେଲ କରୁଥିଲେ । ନିଜର ରାଜନୈତିକ ଅଭିସନ୍ଧିକୁ ପୂରଣ କରିବାକୁ ସେ ଦଳକୁ କରୁଥିଲେ ବ୍ଲାକମେଲ । ଯେଉଁଥି ପାଇଁ ତାଙ୍କ ବିରୋଧରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସୌମ୍ୟ ଉପସଭାପତି ପଦରୁ ବିତାଡିତ ହେବା ପରେ ଏହା କହିଛନ୍ତି ବିଜେଡିର 3 ମୁଖପାତ୍ର ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଲେନିନ ମହାନ୍ତି ।

ବିଜେଡି ଉପସଭାପତି ପଦରୁ ବିଦା ହୋଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଦରୁ ହଟାଇଛନ୍ତି । ଏନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, "ଦଳ ଭିତରେ ରହି ପାର୍ଟିକୁ ବଦନାମ କରିବା କେବେ ହେଲେ ଗ୍ରହଣୀୟ ନୁହେଁ । ଏହାକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ । ଆଜି ଦଳର ସଭାପତି ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନିଜର ଅଭିଳାଷ ଚରିତାର୍ଥ ହୋଇନପାରିବା ଯୋଗୁଁ ଜଣେ ଲୋକ ଦଳକୁ ବ୍ଲାକମେଲ କରିବାକୁ ସଭାପତି ଗ୍ରହଣ କରିନାହାନ୍ତି । ତେଣୁ ତା ଉପରେ ଆକ୍ସନ ନେଇଛନ୍ତି । ମୋ ମତରେ ସୌମ୍ୟବାବୁ ବିଧାୟକ ପଦରୁ ଇସ୍ତଫା ଦେବା ଦରକାର । କାରଣ ସେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇ ସାରିଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ କିଛି ଅସୁବିଧା ହେଉନାହିଁ ।"

ଏହା ବି ପଢନ୍ତୁ- BJD Removed Soumya from VP post: ବିଜେଡିରେ ଯାହା ଚାଲୁଛି ତାହା ଠିକଠାକ ଚାଲୁନାହିଁ କହିଲେ ବିରୋଧୀ

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ କହିଛନ୍ତି, "ଆଜି ବୋଲି ନୁହେଁ ଦୀର୍ଘ ଦିନ ହେବ ସୌମ୍ୟ ରଞ୍ଜନ ଦଳ ବିରୋଧୀ ମତ ଦେଇ ଆସୁଛନ୍ତି । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେବା ପଛରେ ତାଙ୍କର ରହିଛି କେବଳ ଗୋଟେ ଅଭିସନ୍ଧି । ଦଳ ବିରୋଧୀ ମନ୍ତବ୍ୟ ଦେଇ ମନ୍ତ୍ରୀ ହେବାକୁ ସୌମ୍ୟ ଅଭିଳାଷ ରଖିଛନ୍ତି । ସେଥିପାଇଁ ଦଳ ସଭାପତି ତାଙ୍କୁ ଉପ ସଭାପତି ପଦରୁ ବାଦ ଦେଇଛନ୍ତି । ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ, ସୌମ୍ୟବାବୁ ଆଉ ଆମ ଦଳର ସଭାପତିଙ୍କ ଆସ୍ଥା ଭାଜନ ନାହାନ୍ତି । ସେ ତୁରନ୍ତ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ । ଯଦି ଆଗାମୀ ଦିନରେ ସେ ଏଭଳି କାର୍ଯ୍ୟ ଜାରି ରଖିବେ, ତେବେ ତାଙ୍କ ବିରୋଧରେ ଏହାଠାରୁ ଆହୁରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଏହା ବି ପଢନ୍ତୁ- ସୌମ୍ୟଙ୍କ ବିରୋଧରେ ବଡ଼ ଆକ୍ସନ ନେବାକୁ ବଳ ଗୋଟାଇପାରୁନି ବିଜେଡି ?

ସେହିପରି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, " ସୌମ୍ୟବାବୁ ଜଣେ ବ୍ୟକ୍ତି ବିଶେଷ ଯାହାଙ୍କୁ ଆଣି ରାଜ୍ୟସଭା ପଠାଗଲା । ବିଧାୟକ କରାଗଲା । ଯାହା କେବେ ହେଲେ ହୋଇ ପାରିନଥାନ୍ତା । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ସେ ସେହି ସୁଯୋଗ ପାଇଲେ । ସୁଯୋଗ ପାଇ ମନ୍ତ୍ରୀ ହେବା ପାଇଁ ବ୍ଲାକମେଲ କଲେ । ରାଜନୈତିକ ଚରିତାର୍ଥ ପାଇଁ ବ୍ଲାକମେଲ କଲେ ଦଳ ଗ୍ରହଣ କରିପାରିବ ନାହିଁ । ଉପସଭାପତି ପଦରୁ ବରଖାସ୍ତ କରାଯାଇଛି । ମୋତେ ଲାଗୁଛି ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସେ ନିଜକୁ ସୁଧାରି ଦିଅନ୍ତୁ । ନହେଲେ ଯାହା ହେବା କଥା ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2023, 10:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.