ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା । ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, "ବିଜେପି ତା ଧର୍ମ କରୁଛି ଆମେ ଆମ କର୍ମ କରୁଛୁ । ଆମେ କର୍ମରେ ବିଶ୍ୱାସ ରଖୁ । ରାଷ୍ଟ୍ରପତି ଜଣେ ମଣିଷ । ତାଙ୍କଠୁ ତ ଅଧିକ ଗାଁ ଗହଳିରେ କଟୁଛି । ଏ ଯେଉଁ ଲାଇନ କଟୁଛି ବିଗତ ସରକାର ମାନଙ୍କରେ ବି କଟୁଥିଲା ।"
ଅନ୍ୟ ପ୍ରଦେଶରେ ଯେତେ ବେଳେ ଲାଇନ୍ କଟୁଛି, ସେ ହିସାବରେ ଆମ ରାଜ୍ୟରେ ଖୁବ୍ କମ୍ କଟୁଛି । ରାଷ୍ଟ୍ରପତିଙ୍କୁ ଆମେ ସମ୍ମାନ ଦେଉଛୁ । ଆମର ଗର୍ବ, ଆମ ଓଡ଼ିଶାର ମାଆ ଜଣେ ପ୍ରଧାନମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି କଲେ । ସେହିପରି ଯେଉଁ ଅବସ୍ଥା ହେଲାଣି ଲାଇନ୍ ନୁହେଁ ପାଣି ବି ମିଳିବନି । ସେପଟେ ବିଜେପି କହିଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ।
ସେହିପରି ମିଶନ ଶକ୍ତି ସଚିବଙ୍କ ରାଜନୀତି ଆସିବା ଚର୍ଚ୍ଚାକୁ ନେଇ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ ସୁଜାତା ପାଣ୍ଡିଆନଙ୍କ ରାଜନୀତି ଆଗମନକୁ ମୁଁ ସ୍ଵାଗତ ଜଣାଉଛି। ଅମଲା ତନ୍ତ୍ରକୁ ଛାଡି ଶାସନ କରିବା କଷ୍ଟ ସାଧ୍ୟ। ରାଜନୀତିକୁ ଆସିଲେ ଭଲ। ଆମ ସରକାର ମା ଓ ନାରୀକୁ ମର୍ଯ୍ୟାଦା ଦେଇ ଆସୁଛି। ସୁଜାତା କାହିଁ ଆସିବେନି ଯଦି ଅନ୍ୟ ଅମଲା ମାନେ ଆସୁଛନ୍ତି। ପୂର୍ବରୁ ଆସି ଅମଲା ଆମକୁ ଶାସନ କରିଛନ୍ତି। ମହିଳା ମାନଙ୍କୁ ସମ୍ମାନ ନ ଦେବା , ଆମେ ସେମିତି ପଛେଇ ପଛେଇ ଯିବା। ମୁଁ ସାଂସଦ ଥିବାବେଳେ ବାରମ୍ବାର ମହିଳା ମାନଙ୍କ ପାଇଁ ବିଲ ଆସିବା ନେଇ ଦାବି କରି ଆସୁଥିଲି। ମହିଳାଙ୍କ ପ୍ରତି ଅନେକ ଅବହେଳା କରା ହୋଇଛି। ଯଦି ଜଣେ ମହିଳା ଆଗକୁ ଆସି ବାହାରିଛନ୍ତି ତାଙ୍କୁ ଆମେ ସ୍ଵାଗତ କରିବା। ନନ୍ଦିନୀ ଶତପଥୀ ମଧ୍ୟ ଆସି ଭଲ କାର୍ଯ୍ୟ କରୁଥିଲେ । ତେଣୁ ଏବେ ଯିଏ ଆସିବେ ତାଙ୍କଠୁ ଭଲ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ, ଏସପି ଓ କୁଳପତିଙ୍କ ନିଲମ୍ବନ ଦାବି
ପ୍ରକାଶ ଥାଉକି, ରାଷ୍ଟ୍ରପତି ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଆସିଥିବା ବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହି ଅବସରରେ ସେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ବିଦ୍ୟୁତ୍ କଟି ଯାଇଥିଲା । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଲାଇନ କଟିଥିଲା । ବିଜୁଳି କଟିବା ପୂର୍ବରୁ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଭାଷଣ ମାଧ୍ୟମରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଅର୍ପଣ କରୁଥିଲେ । ଠିକ୍ ସେତିକି ବେଳେ ବିଜୁଳି କଟି ଯିବାରୁ ବିଜୁଳି ବିଭାଗ ଇର୍ଷାନ୍ବିତ ହୋଇ ବିଜୁଳି କାଟିଥିବା ହସି ହସି କହିଥିଲେ ଦ୍ରୌପଦୀ ମୁର୍ମୁ ।
ଇଟିଭି ଭାରତ, ଭୁବନେଶ୍ବର