ଖୋର୍ଦ୍ଧା: ବେଗୁନିଆ ଏବଂ ବୋଲଗଡରେ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ସଂସ୍ଥା ତିଆରି କରିବ ପ୍ରୋଜେକ୍ଟ । କମ୍ ମୂଲ୍ୟରେ ଘର ପାଇପାରିବେ ସାଧାରଣ ଲୋକେ । ସେଥିପାଇଁ ସଂସ୍ଥାର ଅଧିକାରୀ କ୍ଷେତ୍ର ପରିଦର୍ଶନ କରିସାରିଛନ୍ତି । ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧକ୍ଷ ପ୍ରିୟଦର୍ଶୀ ମିଶ୍ର ।
ଏଥିସହ ବେଗୁନିଆ ବୋଲଗଡ ଅଞ୍ଚଳରେ ଖୁବ ଶୀଘ୍ର ଜାଗା ଚିହ୍ନଟ କରି ଲୋକମାନଙ୍କୁ କମ୍ ଟଙ୍କାରେ ଘର ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସେ । ଆଜିର ପ୍ରତିଷ୍ଠା ଦିବସରେ ପ୍ରିୟଦର୍ଶୀ ମିଶ୍ରଙ୍କ ସହ ସ୍ଥାନୀୟ ବିଧାୟକ ଓ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ