ETV Bharat / state

26ରେ ବିଜେଡିର ପ୍ରତିଷ୍ଠା ଦିବସ, ଶ୍ରୀକ୍ଷେତ୍ରରୁ ବିଗୁଲ ବଜେଇବେ ଶଙ୍ଖପତି - ବିଜୁ ଜନତା ଦଳ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁ'ରେ ଏହି ଦଳ ଜନସାଧାରଣଙ୍କ ଆଶୀର୍ବାଦ ପାଇଛି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଆଗେଇଛି । ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ହୋଇଛି ଦଳ । ଦଳର ଅଭିବୃଦ୍ଧିର ଧାରା ଆଗକୁ ଆଗକୁ ଚାଲିଛି କହିଲେ ବିଜେଡି ଉପସଭାପତି ଦେବୀ ମିଶ୍ର । ଅଧିକ ପଢନ୍ତୁ

26 ରେ ବିଜେଡିର ପ୍ରତିଷ୍ଠା ଦିବସ, ଶ୍ରୀକ୍ଷେତ୍ରରୁ ବିଗୁଲ ବଜେଇବେ ଶଙ୍ଖପତି

author img

By

Published : Dec 24, 2022, 9:06 PM IST

26 ରେ ବିଜେଡିର ପ୍ରତିଷ୍ଠା ଦିବସ, ଶ୍ରୀକ୍ଷେତ୍ରରୁ ବିଗୁଲ ବଜେଇବେ ଶଙ୍ଖପତି

ଭୁବନଶ୍ବର: ଆସନ୍ତା 26 ତାରିଖରେ ବିଜେଡି ପାଳିବାକୁ ଯାଉଛି 25ତମ ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କର୍ମକର୍ତ୍ତା । ବୈଠକରେ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 2024 କିମ୍ବା ଅଗୁଆ ନିର୍ବାଚନକୁ ଦୃଷ୍ଟିରେ ଦଳୀୟ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେବେ ନବୀନ । ସଂଗଠନକୁ ସକ୍ରିୟ କରିବା ଲାଗି ବିଗୁଲ ଫୁଙ୍କିବେ ଶଙ୍ଖପତି ନବୀନ ।

ଏହାବି ପଢନ୍ତୁ- Christmas 2022: ନିଆରା ଢଙ୍ଗରେ ଖ୍ରୀଷ୍ଟମାସର ବାର୍ତ୍ତା ଦେଲା ଏମିରେଟ୍ସ, ପସନ୍ଦ କଲେ ୟୁଜର୍ସ

ବିଜୁ ଜନତା ଦଳକୁ 25 ପୁରି 26 ବର୍ଷ ଚଲିବ । ଏନେଇ ପୁରୀ ତାଳବଣିଆରେ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପୁରୀ ତାଳବଣିଆ ପଡ଼ିଆରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ସାଂସଦ, ବିଧାୟକ, ଜିଲ୍ଲା ପରିଷଦ, ପଞ୍ଚାୟତ ଓ ପୌର ନେତା ଓ କର୍ମକର୍ତ୍ତା, ବିଜେଡିର ଛାମୁଆ ସଂଗଠନ, ଯୁବ ଓ ମହିଳା ସଂଗଠନ, କୃଷକ, ସମବାୟ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହିବେ । ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ କରିବା ସହ 2024 ନିର୍ବାଚନ ପାଇଁ କର୍ମୀ ଓ ନେତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ତୃଣମୂଳସ୍ତରରୁ ଆରମ୍ଭ କରି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ ପାଳନ ହେବ । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ଡିସେମ୍ବର 26 ଏକ ମହତ୍ତ୍ୱପୂର୍ଣ୍ଣ ଦିନ । କେବଳ ବିଜୁ ଜନତା ଦଳ ପାଇଁ ନୁହେଁ, ସମଗ୍ର ଓଡିଶା ବାସୀଙ୍କ ଦିନ ।

ଏହାବି ପଢନ୍ତୁ- ପିଲାଙ୍କ ଭବିଷ୍ୟତ ସହ ଖେଳ: ନାହିଁ ଶ୍ରେଣୀଗୃହ, ଗଛମୂଳେ ଚାଲିଛି ପାଠ ପଢା

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁ'ରେ ଏହି ଦଳ ଜନସାଧାରଣଙ୍କ ଆଶୀର୍ବାଦ ପାଇଛି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଆଗେଇଛି । ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ହୋଇଛି ଦଳ । ଦଳର ଅଭିବୃଦ୍ଧିର ଧାରା ଆଗକୁ ଆଗକୁ ଚାଲିଛି । 25 ବର୍ଷ ପୂର୍ତ୍ତିରେ ନୀଳାଚଳ ଧାମ ପୁରୀରେ ବିଜେଡି କାର୍ଯ୍ୟକ୍ରମ ଆୟୋଜନ କରିଛି । ସାରା ରାଜ୍ୟରେ ଥିବା ସାଂଗଠନିକ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସାମିଲ ହେବେ । ରାଜ୍ୟ କର୍ମକର୍ତ୍ତା, ଛାମୁଆ ସଂଗଠନ କର୍ମକର୍ତ୍ତା, ବିଭିନ୍ନ ସେଲ କର୍ମକର୍ତ୍ତା, ଜିଲ୍ଲାରୁ ପଞ୍ଚାୟତ କର୍ମକର୍ତ୍ତା ଯାଏଁ ସମସ୍ତଙ୍କୁ ଆମନ୍ତ୍ରଣ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.