ETV Bharat / state

ପ୍ରବଳ ବର୍ଷାରେ ବେହାଲ ଭୁବନେଶ୍ବର, BMCର ଅପାରଗତାକୁ ଦାୟୀ କଲେ ଲୋକେ

author img

By

Published : Aug 1, 2023, 7:50 PM IST

Updated : Aug 1, 2023, 8:41 PM IST

ଗତକାଲିଠୁ ପ୍ରବଳ ବର୍ଷା ଫଳରେ ବେହାଲ ରାଜଧାନୀ । ବିଏମସିର ପୁଳା ପୁଳା ପ୍ରତିଶ୍ରୁତିକୁ ନିନ୍ଦା କଲେ ରାଜଧାନୀ ବାସିନ୍ଦା । ଅଧିକ ପଢନ୍ତୁ

Etv Bharat
Etv Bharat

ପ୍ରବଳ ବର୍ଷାରେ ବେହାଲ ଭୁବନେଶ୍ବର, BMCର ଅପାରଗତାକୁ ଦାୟୀ କଲେ ଲୋକେ

ଭୁବନେଶ୍ବର: ପ୍ରବଳ ବର୍ଷାକୁ ନେଇ ଭୁବନେଶ୍ବରରେ ସ୍ଥିତି ବେହାଲ । ଗତକାଲିର ୫ ଘଣ୍ଟିଆ ଲଗାଣ ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ବରରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । ଏହି ବର୍ଷରେ ପୁରା ଭୁବନେଶ୍ବର ଭାସିଥିବା ବେଳେ ଏବେ ବି କିଛି ତଳିଆ ଅଞ୍ଚଳଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀରେ ରହିଛନ୍ତି । ରାଜଧାନୀର ଏଭଳି ଦୁର୍ଦ୍ଦଶା ପାଇଁ ଲୋକେ ବିଏମସିକୁ ଦାୟୀ କରିବା ସହ ପ୍ରଶାସନର ପ୍ରତିଶ୍ରୁତିକୁ ନିନ୍ଦା କରିଛନ୍ତି ।

ପ୍ରବଳ ବର୍ଷା ଫଳରେ ଲୋକମାନଙ୍କ ଘରେ ପାଣି ପଶି ଯାଇଥିବା ବେଳେ କିଏ ଖଟ ଉପରେ ତ ଆଉ କିଏ ବାରଣ୍ଡାରେ ବସି ରହିଛନ୍ତି । ଏବେ ବି ଲୋକମାନେ ନିଜ ନିଜର ଆସବା ପତ୍ରକୁ ସଜାଡ଼ିବା ସହ ପାଣି ପଶିଥିବା ଗାଡିକୁ ଠିକ କରିବାରେ ଲାଗିଛନ୍ତି । ରାସ୍ତା ହେଉ ଅବା ମନ୍ଦିର ଏବଂ ଲୋକଙ୍କ ଘରଠୁ ଆରମ୍ଭ କରି ବାରିଆଡ଼ ସବୁଠି ଖାଲି ପାଣି ଆଉ ପାଣି । ଗୋଟିଏ ଦିନର କିଛି ଘଣ୍ଟାର ଲଗାଣ ବର୍ଷା ଯୋଗୁ ରାଜଧାନୀର ସ୍ଥିତି ଏଭଳି ବେହାଲ ହୋଇପଡିଛି । ବିଶେଷ କରି ଖଣ୍ଡଗିରି, ଆଇଗିଣିଆ, ଲକ୍ଷ୍ମୀସାଗର, ନୟାପଲ୍ଲୀ, ଜାଗମରା, ସୌଭାଗ୍ୟ ନଗର, ପୁରୁଣା ଭୁବନେଶ୍ବରର ରଥ ରୋଡ, ବ୍ୟାଙ୍କ କଲୋନୀ ପରି ସ୍ଥାନରେ ଘର ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ମାରୁଛି ।

ଏହା ବି ପଢନ୍ତୁ- ଅସରାଏ ବର୍ଷାରେ ବେହାଲ ଭୁବନେଶ୍ୱର; ରାସ୍ତାରେ ଆଣ୍ଠୁଏ ପାଣି, ବୁଡ଼ିଲା ଗାଡ଼ି

ରାତି ତମାମ ଲୋକେ ଅନିଦ୍ରା ରହିବା ସହ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ରାଜଧାନୀର ଏଭଳି ଦୁର୍ଦ୍ଦଶା ପାଇଁ ଲୋକେ ବିଏମସିକୁ ଦାୟୀ କରିବା ସହ ପ୍ରଶାସନର ପ୍ରତିଶ୍ରୁତିକୁ ନିନ୍ଦା କରିଛନ୍ତି । ବିଏମସିର ପୂର୍ବ ପ୍ରସ୍ତୁତି ଓ ଘନ ଘନ ବୈଠକ ଏଠାରେ ପାଣି ଫୋଟକା ହୋଇଯାଇଛି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । ଘର ସମ୍ମୁଖରେ 4 ଫୁଟ ଓସାରର ଡ୍ରେନ ଥାଇ ମଧ୍ୟ ଏହା ସଠିକ ସମୟରେ ସଫା ନ ହେବାରୁ ଅକାମୀ ହୋଇ ପଡ଼ିରହିଛି । ଯାହା ଫଳରେ ରାସ୍ତା ପାଣି ଘରେ ପଶୁଛି । ଏଥିସହ ପ୍ରମୁଖ ସ୍ଥାନଗୁଡିକରେ ରାସ୍ତା ଓ ଡ୍ରେନ କାମ ବର୍ଷା ଦିନେ ଆରମ୍ଭରୁ କରିଥିବାରୁ ଏହା ଶେଷ ହୋଇପାରୁନଥିବା ଲୋକେ ଅଭିଯୋଗ କରୁଛନ୍ତି ।

ସେପଟେ ଗତକାଲି ରାତିଠୁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖିବକୁ ମିଳିଛି । ସ୍ଥାନେ ସ୍ଥାନେ ଗାଡ଼ିଗୁଡିକ ମଧ୍ୟ ଅଟକି ରହିଛି। ସ୍କୁଲ ଛୁଟି ହେବ ସମୟରେ ବର୍ଷା ହେଉଥିବା ବେଳେ ସ୍କୁଲ ବାସ ମଧ୍ୟ ଅନେକ ସ୍ଥାନରେ ଫସି ରହିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଦୁର୍ଦ୍ଦଶାକୁ ବାସ୍ତବିକ ଭାବେ ଅନୁଭବ କରି ଯଦି ବିଏମସି ବର୍ଷା ପୂର୍ବରୁ ତାର କର୍ତ୍ତବ୍ୟ ସମ୍ପାଦନ କରନ୍ତା ତେବେ ଏଭଳି ସମସ୍ୟା ଦେଖିବାକୁ ମିଳନ୍ତା ନାହିଁ ବୋଲି ରାଜଧାନୀ ବାସିନ୍ଦା କହିଛନ୍ତି ।

ସେପଟେ ଯେଉଁ ତଳିଆ ଅଞ୍ଚଳରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଥିଲା ସେହି ସ୍ଥାନଗୁଡିକୁ ମେୟର ଓ କମିଶନର ଯାଇ ପରିଦର୍ଶନ କରିଥିଲେ । ଲୋକମାଙ୍କର ସ୍ଥିତି ବୁଝିବା ସହ ଆଗକୁ କିଭଳି ଏହି ସମସ୍ୟା ନ ହେବ ତାର ସମଧାନ ଦିଗରେ ବିଏମସି କାର୍ଯ୍ୟ କରିବ ସେଥିପାଇଁ ବିଏମସି ପ୍ରସ୍ତୁତି ଅଛି ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ସେ କହିଛନ୍ତି, "ହଠାତ ଏତେ ବଡ ବର୍ଷା ର ଆଶା ନଥିଲା। ଭାରି ବର୍ଷା ଯୋଗୁଁ ୧୦ଟି ଡ୍ରେନର ପାଣି ରାସ୍ତା ଉପରକୁ ଆସିଥିଲା। ଏହି ଡ୍ରେନଗୁଡିକୁ ବର୍ଷା ପୂର୍ବରୁ ୨ଥର ସଫା କରାଯାଇଥିଲା । ମୋଟର ପମ୍ପର ବ୍ୟବସ୍ଥା କରିଥିଲୁ। କିନ୍ତୁ କାମ ସମୟରେ ଅଧିକା ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 1, 2023, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.