ETV Bharat / state

‘ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପଦ୍ମକେଶରପୁରରେ ଚାଲିଛି ମହାଜନୀ କାରବାର’ - ପଦ୍ମକେଶରୀପୁର ଗାଁ ଲୋକଙ୍କୁ ଗରିଫଦାରୀ

Padmakesharpur group clash: ଭୁବନେଶ୍ବର ପଦ୍ମକେଶରୀପୁର ଗାଁରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ମହାଜନୀ କାରବାର । ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ

Bhubaneswar MP Aparajita sarangi
Bhubaneswar MP Aparajita sarangi
author img

By ETV Bharat Odisha Team

Published : Nov 20, 2023, 9:34 PM IST

ମହାଜନୀ କାରବାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ନିକଟ ପଦ୍ମକେଶରୀପୁର ଗାଁ ଲୋକଙ୍କୁ ଗିରଫଦାରୀ ପ୍ରସଙ୍ଗରେ ସଙ୍ଗୀନ ଅଭିଯୋଗ ଆଣିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଲେ ସାଂସଦ । ବିଜେଡି ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବେଆଇନ ଭାବରେ ମହାଜନୀ କାରବାର ଚାଲିଥିବା ନେଇ ସେ ଅଭିଯୋଗ କରିଛନ୍ତି । ପଦ୍ମକେଶରୀପୁରରେ ବର୍ଷ ବର୍ଷ ଧରି ଏମିତି ସୁଧ କାରବାର ଚାଲିଛି ବୋଲି ସେ କହିଛନ୍ତି ।

ଉତ୍ତର ଭୁବନେଶ୍ଵର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଇଞ୍ଜଣା ପଞ୍ଚାୟତ ପଦ୍ମକେଶରୀପୁର ଗାଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମାତ୍ର ୧୬ କିମି ଦୂରରେ ଏଭଳି ଚାଲିଥିଲା । ପଦ୍ମକେଶରୀପୁର ଗାଁରେ ବାର୍ଷିକ ୨୪୦ ପ୍ରତିଶତ ଏବଂ ମାସିକ ୨୦ ପ୍ରତିଶତ ସୁଧ ହାରରେ ମହାଜନୀ କାରବାର ଚାଲିଛି । ଯାହାକୁ ବିରୋଧ କରିବାରୁ ଅଶାନ୍ତି ଏବଂ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଲା । ଯାହାଫଳରେ ୩ ମାସ ଭିତରେ ୧୫୫ ଜଣ ପୁରୁଷ ଏବଂ ମହିଳାଙ୍କୁ ରାଜ୍ୟ ସରକାର ଗିରଫ କରି ଜେଲରେ ରଖିଛନ୍ତି । ୩ ମାସ ହେଲାଣି ରାଜ୍ୟ ସରକାରଙ୍କ ପୋଲିସ ଚାର୍ଜସିଟ୍ ଦେଇନାହାନ୍ତି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ଇଞ୍ଜଣା ପଦ୍ମକେଶରପୁର ଦଙ୍ଗା ଘଟଣା: ପୁଣି ୭୭ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ୧୨ ଜଣ

ସେ ଆହୁରି କହିଛନ୍ତି, "କମ୍ବିଂ ଅପରେସନ ଭଳି ଲୋକଙ୍କୁ ଉଠାଇ ନିଆଯାଇଛି । ଜେଲରୁ ଆଣିବା ପାଇଁ କିଛି ପଦକ୍ଷେପ ନିଆଯାଇନାହିଁ । ଶାନ୍ତି ଆଣିବା ପାଇଁ କିଛି ପଦକ୍ଷେପ ନିଆଯାଇନାହିଁ । କିନ୍ତୁ ବେଆଇନ ଭାବେ ମହାଜନୀ କାରବାର କରୁଥିବା ଲୋକଙ୍କୁ ରାଜ୍ୟ ସରକାର ଗିରଫ କରିଛନ୍ତି କି ? ଓଡ଼ିଶା ମନି ଲେଣ୍ଡର ଆକ୍ଟ 1939ର ଉଲ୍ଲଙ୍ଘନ କରି ସୁଧ କାରବାର ଚାଲିଥିଲା । ଓଡ଼ିଶାର ଅଧିକାଂଶ ଗାଁ ବିଜେଡିର ପ୍ରୋତ୍ସାହନରେ ମହାଜନୀ କାରବାର ଚାଲିଛି । ଗରିବ ଲୋକଙ୍କ ଶୋଷଣ ଚାଲିଛି । ସବୁ ଜିଲ୍ଲା ଓ ଗାଁରେ ଏଭଳି ଚାଲିଛି । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ପଦ୍ମକେଶରୀପୁର ଗାଁ । ଏଠାରେ ବର୍ଷ ବର୍ଷ ଧରି ଏମିତି ସୁଧ କାରବାର ଚାଲିଛି ।"

ଏହା ବି ପଢନ୍ତୁ- ଉଗ୍ରରୂପ ନେଉଛି ପଦ୍ମକେଶରପୁର ଗଣ୍ଡଗୋଳ, ରାତି ୩ଟାରେ ପୋଲିସ ଉପରକୁ ପଥରମାଡ

ମୁଖ୍ୟମନ୍ତ୍ରୀଙ୍କୁ ଏନେଇ କିଛି ଦିନ ତଳେ ଚିଠି ଲେଖିଥିଲେ ଅପରାଜିତା । ମୁଖ୍ୟମନ୍ତ୍ରୀ ଜାଣିପାରୁଛନ୍ତି କି ନାହିଁ ଅଲଗା କଥା । ରାଜ୍ୟରେ କେମିତି ଶାସନ ଚାଲିଛି ସମସ୍ତେ ଜାଣିଛନ୍ତି । ରାଜ୍ୟ ସରକାର ନିଦାବିଷ୍ଣୁ ଭଳି ମହାଜନୀ କାରବାରକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ୧୫୫ଜଣଙ୍କୁ ଆଜି କିମ୍ବା କାଲି ଭିତରେ ମୁକ୍ତ କରାଯାଉ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ଭୁବନେଶ୍ଵର ସାଂସଦ । ଏହାସହ ଦଳ ମତ ନିର୍ବିଶେଷରେ ଗାଁର ମୁରବୀମାନଙ୍କୁ ନେଇ ପଦ୍ମକେଶରୀପୁର ଗାଁରେ ଶାନ୍ତି କମିଟି ଗଠନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ସାଂସଦ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.