ETV Bharat / state

ଆସନ୍ତା ସୋମବାରରୁ ଜୟପୁରକୁ ଉଡ଼ିବ ବିମାନ, ଉତ୍ସାହିତ ଯାତ୍ରୀ - ଇଣ୍ଡିଆ ୱାନ ଏୟାର

ଅକ୍ଟୋବର 31ରୁ ଭୁବନେଶ୍ୱରରୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ରାଜ୍ୟର ପ୍ରଥମ ବିମାନବନ୍ଦର ଜୟପୁରକୁ ଉଡ଼ିବ ବିମାନ । 31ତାରିଖ ପୂର୍ବାହ୍ନ 10 ଟା 30ରେ ଏହି ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆସନ୍ତା ସୋମବାରରୁ ଜୟପୁରକୁ ଉଡ଼ିବ ବିମାନ
ଆସନ୍ତା ସୋମବାରରୁ ଜୟପୁରକୁ ଉଡ଼ିବ ବିମାନ
author img

By

Published : Oct 29, 2022, 4:59 PM IST

ଭୁବନେଶ୍ବର: ପୂରଣ ହେବ ଜୟପୁରବାସୀଙ୍କ ସ୍ବପ୍ନ । ଅକ୍ଟୋବର 31ରୁ ଭୁବନେଶ୍ୱରରୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ରାଜ୍ୟର ପ୍ରଥମ ବିମାନବନ୍ଦର ଜୟପୁରକୁ ଉଡ଼ିବ ବିମାନ । 'ଇଣ୍ଡିଆ ୱାନ ଏୟାର'(IndiaOne Air) ଚଳାଇବ 9 ସିଟର ବିମାନ । ଅକ୍ଟୋବର 31ତାରିଖ ପୂର୍ବାହ୍ନ 10 ଟା 30ରେ ଏହି ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ସୋମବାରରୁ ଜୟପୁରକୁ ଉଡ଼ିବ ବିମାନ

ଆସନ୍ତା 31 ତାରିଖରୁ ଏହି ବିମାନସେବା ଆରମ୍ଭ ହେବ । ଏଥିପାଇଁ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁରକୁ ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍‌ରୁ ଅନ୍‌ଲାଇନ୍ ଟିକେଟ କରିଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ଜୟପୁର ବିମାନ ଟିକେଟର ମୂଲ୍ୟ 2 ହଜାର 500 ଟଙ୍କା ରହିଛି । ତେବେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ଅଫର ପ୍ରାଇସ ଭାବେ ବିମାନରେ ଭୁବନେଶ୍ବରରୁ ଜୟପୁରକୁ ଯିବାପାଇଁ ଟିକେଟ ମୂଲ୍ୟ 999 ଟଙ୍କା ରଖାଯାଇଛି । ଟିକେଟ ବୁକିଂ ଲାଗି ସ୍ବତନ୍ତ୍ର ୱେବସାଇଟ indiaoneair.comର ବ୍ୟବସ୍ଥା ରହିଛି । ତେବେ ଏହି ଅଫର ସୀମିତ ସମୟ ପାଇଁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Tallest Shiva Statue: ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ମୂର୍ତ୍ତି

ଇଣ୍ଡିଆ ୱାନ ଏୟାର ପ୍ରତିଦିନ ପୂର୍ବାହ୍ନ 11 ଟା 35ରେ ଭୁବନେଶ୍ୱର ବିମାନବନ୍ଦରରୁ ଜୟପୁର ଅଭିମୁଖେ ଉଡାଣ ଭରିବ । ଏହା ଅପରାହ୍ଣ 1 ଟା 20ରେ ଜୟପୁରରେ ପହଞ୍ଚିବ । ଜୟପୁରରୁ ଏହା 1ଟା 40ରେ ଛାଡିବ ଓ 2ଟା 30ରେ ବିଶାଖାପାଟନମରେ ପହଞ୍ଚିବ । ଏହା ଅପରାହ୍ନ 3ଟାରେ ବିଶାଖାପାଟନାମରୁ ବାହାରି 3ଟା 50ରେ ଜୟପୁରରେ ପହଞ୍ଚିବ । 4ଟା 5ରେ ଜୟପୁରରୁ ବାହାରି 5ଟା 50ରେ ଭୁବନେଶ୍ୱରରେ ପହଞ୍ଚିବ ।

ପ୍ରକାଶଯୋଗ୍ୟ ଯେ, ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା । ତେବେ ଅନ୍ୟପଟେ ଆଗାମୀ ଦିନରେ ଉଡାଣ ସ୍କିମ ଅଧିନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ ମିଳିଛି । ଏଥିଲାଗି DGCA ଅନୁମୋଦନକୁ ଅପେକ୍ଷା କରାଯାଇଛି । ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ । ସେହିପରି ରାଉରକେଲା ବିମାନବନ୍ଦର କାମ ଚାଲିଛି । ପୂର୍ବରୁ 2-B ଲାଇସେନ୍ସ ଥିଲା, ଏବେ 2-ସି ଲାଇସେନ୍ସ ଲାଗି ଆବେଦନ କରାଯାଇଛି ।

ଲାଇସେନ୍ସ ମିଳିବା ପରେ ହକି ୱାରଲଡ଼ କପ ପୂର୍ବରୁ ରାଉରକେଲାକୁ ବିମାନ ଚାଲିବ । ଉଡାଣ ସ୍କିମରେ ଚାଲିବାକୁ ଥିବା ବିମାନ ବ୍ୟତୀତ ATR- 72 ଚାର୍ଟର୍ଡ ବିମାନ ଚଳାଇବାକୁ ଯୋଜନା କରାଯାଇଛି । ଏଥିଲାଗି ରନ ୱେ ସୁଦୃଢ଼ୀକରଣ ଓ ରିକାରପେଣ୍ଟିଂ କାମ ଚାଲିଛି । ଏହା ଖୁବଶୀଘ୍ର ଶେଷ ହେବ । ଏହି ରୁଟରେ ଭୁବନେଶ୍ୱରରୁ ରାଉରକେଲା, ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ତେବେ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି ।

ଅନ୍ୟପଟେ ଯାତ୍ରୀ ଜୟଶ୍ରୀ ବରାଳ କହିଛନ୍ତି, "ଭୁବନେଶ୍ବରରୁ ଜଯପୁରକୁ ବିମାନ ସେବା ଏକ ଭଲ ପଦକ୍ଷେପ ଅଟେ । ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ସୁବିଧା ହୋଇଛି । ଭୁବନେଶ୍ବରରୁ ଜଯପୁରକୁ ଟ୍ରେନ କିମ୍ବା ବସ୍‌ରେ ଗଲେ ଗୋଟେ ରାତି ଲାଗୁଥିଲା । କିନ୍ତୁ ଏବେ କିଛି ଘଣ୍ଟା ମଧ୍ୟରେ ପହଞ୍ଚି ପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.