ETV Bharat / state

ଗାନ୍ଧୀମାର୍ଗରେ ମୀନାବଜାର ! ଏପଟେ ଧାରଣା ସେପଟେ କିଣାବିକା - ଗାନ୍ଧୀମାର୍ଗ ପାଲଟିଛି ମୀନାବଜାର

ଭୁବନେଶ୍ବର ଗାନ୍ଧୀମାର୍ଗରେ ଅନେକ ସଂଗଠନ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି । ଫଳରେ ଏହା ମୀନାବଜାରର ଭ୍ରମ ସୃଷ୍ଟି କରୁଛି । ଏପଟେ ଧାରଣା ଚାଲିଥିବା ବେଳେ ସେପଟେ ଜମୁଛି ଛୋଟ ବ୍ୟବସାୟୀଙ୍କ ବେପାର । ଦେଖନ୍ତୁ ଏହି ରିପୋର୍ଟ

ଧାରଣାସ୍ଥଳ ପାଲଟିଲା ମୀନାବଜାର, ଗାନ୍ଧୀମାର୍ଗରେ ଜମୁଛି ଛୋଟ ବ୍ୟବସାୟୀଙ୍କ ବେପାର

author img

By

Published : Nov 28, 2022, 9:31 PM IST

Updated : Nov 28, 2022, 9:39 PM IST

ଭୁବନେଶ୍ବର: ଗାନ୍ଧୀମାର୍ଗ ପାଲଟିଛି ମୀନାବଜାର (Bhubaneswar Gandhi Marg turns into Mina Bazar) । ଏପଟେ ଧାରଣା ଆଉ ସେପଟେ ଚାଲିଛି କିଣାବିକା । ଆଉ କିଛି ଲୋକ ଉକ୍ତ ସ୍ଥାନରେ ବୁଲାବୁଲି କରି ଦେଖୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ସଂଗଠନ ଆସି ଭୁବନେଶ୍ଵର ଗାନ୍ଧୀମାର୍ଗ ଠାରେ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । ହେଲେ ଗାନ୍ଧୀମାର୍ଗରେ ଏତେ ସଂଖ୍ୟାରେ ଆନ୍ଦୋଳନକାରୀ ମାନେ ଏକତ୍ରିତ ହେଉଛନ୍ତି ଯେ କିଛି ଛୋଟ ଛୋଟ ବ୍ୟବସ୍ଥାୟୀ ମାନେ ଆସି ଧାରଣ ସ୍ଥଳ ନିକଟରେ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଫଳରେ ଗାନ୍ଧୀମାର୍ଗ ମୀନାବଜାରର ଭ୍ରମ ସୃଷ୍ଟି କରିଛି ।

ଗାନ୍ଧୀମାର୍ଗରେ ମୀନାବଜାର ! ଏପଟେ ଧାରଣା ସେପଟେ କିଣାବିକା

ଉଭୟ ମହିଳା ଓ ପୁରୁଷ ଆନ୍ଦୋଳନକାରୀମାନେ ଗାନ୍ଧୀ ମାର୍ଗରେ ବୁଲାବୁଲି କରିବା ସହ କିଛି ଘର କରଣା ଜିନିଷ ମଧ୍ୟ କିଣୁଛନ୍ତି । ଖେଳଣା ଠାରୁ ଆରମ୍ଭ କରି ଗହଣା ପୋଷାକ ଶାଢୀ ଫଳ ଏବଂ ଖାଇବା ଜିନିଷ ମଧ୍ୟ ଖୋଲିଛି । ତେବେ ଯେଉଁଠାରେ କି ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀଙ୍କ ଗହଳି ଦେଖିବାକୁ ମିଳିଛି । ଏହା ସାଙ୍ଗକୁ ବିଭିନ୍ନ ଖାଦ୍ୟ ପସରା ପଡିଛି । ନିକଟରେ ବିରିୟାନୀ, ଚାଟ୍‌, ଦହିବରା ଆଦି ଖାଇବା ଲାଗି ରହିଛି ସୁବିଧା । ଅନେକ ଲୋକମାନେ ମଧ୍ୟ ବୁଲାବୁଲି କରିବା ଶହ ମୀନାବଜାରର ମଜା ନେଉଛନ୍ତି ଆନ୍ଦୋଳନକାରୀ ।

ଏହା ବି ପଢନ୍ତୁ- Archana Nag Case: EDରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ୨ୟ ଥର‌ ପାଇଁ ହେଲେ ହାଜର

ଏ ନେଇ ଜଣେ ଆନ୍ଦୋଳନକାରୀ କହିଛନ୍ତି, " ଆମେ ଏଠାରେ ଧାରଣାରେ ବସିଥିଲୁ । ବର୍ତ୍ତମାନ ଆମ ଦାବିର କୌଣସି ନିର୍ଦ୍ଦିଷ୍ଟ ସମାଧାନ କରାଯାଇନାହିଁ । ଏଠାରେ ପଡ଼ିଥିବା ଦୋକାନରୁ ଆମେ କିଛି ଜିନିଷ କିଣି ଏବେ ଘରକୁ ଯାଉଛୁ । ଏଠାରୁ ଜ୍ୟାକେଟ, କମ୍ବଳ ଭଳି ଶୀତବସ୍ତ୍ର କିଣିଛୁ ।" ସେହିପରି ଆଉ ଜଣେ ଆନ୍ଦୋଳନକାରୀ କହିଛନ୍ତି, "ଏଠାକୁ ଆମେ ଦାବି ଉପସ୍ଥାପନ କରିବାକୁ ଆସିଛୁ । ହେଲେ ଏହି ଆଖପାଖରେ ପଡ଼ିଥିବା ଦୋକାନରେ ଆମର ଖାଇବା ଜିନିଷ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଦି ମିଳୁଛି ।"

ସେହିପରି ଆଉ ଜଣେ ଆନ୍ଦୋଳନକାରୀ କହିଛନ୍ତି, "ଗାନ୍ଧୀମାର୍ଗରେ ପଡ଼ିଥିବା ଏହି ମୀନାବଜାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁଛି । ଧାରଣା ଦେବା ସହିତ ଏଠାରେ ଆମେ ଆବଶ୍ୟକୀୟ ଜିନିଷ ପଦାର୍ଥ ମଧ୍ୟ କିଣୁଛୁ ।" ଗାନ୍ଧୀମାର୍ଗରେ ପଡ଼ିଥିବା ଦୋକାନଗୁଡ଼ିକରେ ପ୍ରବଳ ଭିଡ ଜମୁଛି । ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟ ଭଲ ବିକ୍ରି ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 28, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.