ETV Bharat / state

Bhubaneswar Foundation Day: ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

author img

By

Published : Apr 8, 2023, 10:39 PM IST

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ୩ଦିନ ଧରି ପାଳିତ ହେବ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭୁବନେଶ୍ୱର ପାଳିବ ୭୫ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ବିଏମସି ମେୟର ଓ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ସଭାପତି ସୂଚନା ଦେଇଛନ୍ତି ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ୩ଦିନ ଧରି ପାଳିତ ହେବ ଉତ୍ସବ । କେଶରୀ ଟକିଜ, ଏଜି ଏବଂ ମାଷ୍ଟରକ୍ୟାଣ୍ଟିନ ଛକରେ ଲାଗିବ ସୁଦୃଶ୍ୟ ସ୍ବାଗତ ତୋରଣ । ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଚଳିତ ବର୍ଷ ଭୁବନେଶ୍ୱରର ପ୍ଲାଟିନମ ଜୟନ୍ତୀ ପାଳନ କରାଯାଉଥିବାରୁ ଏହାକୁ ସରସ, ସୁନ୍ଦର ସହିତ ଅଧିକ ଆକର୍ଷଣୀୟ ଭାବେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ପୂର୍ବରୁ ତିନି ଥର ବୈଠକ ସରିଥିବା ବେଳେ ପୁଣି ଆଜି ବିଏମସି କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ପାଇଁ ବିଏମସି ପକ୍ଷରୁ କରାଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ କମିଶନର ବିଜୟ ଅମୃତା କୁଲାଙ୍ଗେ ସବିଶେଷ ତଥ୍ୟ ରଖିଥିଲେ ।

ଏହାର ଆୟୋଜନ ଭୁବନେଶ୍ୱର ମହାନଗର ନିଗମ ପ୍ରଥମ ଥର ପାଇଁ କରୁଛି । ଏଥିପାଇଁ ୩ଟି ପର୍ଯ୍ୟାୟରେ ପ୍ରସ୍ତୁତି ବୈଠକ ସରିଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୂଚନା ଲୋକ ସମ୍ପର୍କ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଏମ୍ସି କମିଶନର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କମିଟି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ୩ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ରାଜଧାନୀ ପ୍ରତିଷ୍ଠା ଦିବସର ପ୍ଳାଟିନମ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।

ଏହି ଅବସରରେ ଦିଆଯିବାକୁ ଥିବା ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ପାଇଁ ବ୍ୟକ୍ତିଙ୍କ ନାମ ଚୟନରେ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି । ଚଳିତ ବର୍ଷ କିଛି ନୂଆ ବିଭାଗ ମଧ୍ୟ ଯୋଡା ଯାଇଛି । ଏଥର ପୁରସ୍କୃତ ହେବେ ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ଥିଏଟର କଳାକାର, ଷ୍ଟାର୍ଟ ଅପ କ୍ଷେତ୍ରରୁ ଜଣେ, କଳା ଓ କ୍ରାଫ୍ଟ ଆଦି ବିଭାଗରୁ ଜଣଙ୍କୁ ସାମିଲ କରାଯାଇଥିବା ମେୟର ସୂଚନା ଦେଇଛନ୍ତି । ୩ ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତ୍ୟେକ ଦିନ ଜଣେ ଲେଖାଏଁ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯିବ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି ।

ଉତ୍ସବର ପ୍ରଥମ ଦିନ ସକାଳେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ । ଏଥିସହ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ପରେଡ ପରିବେଷଣ ଏବଂ କଫି ଟେବୁଲ ପୁସ୍ତକ ପ୍ରକାଶନ କରାଯିବ । ସେହିପରି ୧୩ ରୁ ୧୫ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମାଞ୍ଚଳର ସମସ୍ତ ଓ୍ବାର୍ଡରେ ଉତ୍ସବ ପାଳନ କରାଯିବ । ଓ୍ବାର୍ଡ ସଫେଇ ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଓ୍ବାର୍ଡରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ ।

ଏହାବାଦ ବିଏମ୍‌ସି ପକ୍ଷରୁ ୧୪ ତାରିଖରେ ମାରାଥନ ଏବଂ ୧୫ରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଭୁବନେଶ୍ୱର ମେୟର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.