ETV Bharat / state

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ, DCP ଅଫିସ ଘେରାଉ କଲା ବିଜେପି

author img

By

Published : Mar 4, 2023, 10:42 PM IST

ବିଜେପି ନେତ୍ରୀ ସୁନୀତ ମୁଣ୍ଡଙ୍କ ସହ ମୁଖପାତ୍ର ଦିଲ୍ଲିପ ମହାନ୍ତି ଓ ଯୁବ ମୋର୍ଚ୍ଚା ନେତା ଓମ ପ୍ରକାଶ ମିଶ୍ରଙ୍କ ସହ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି ଧାରଣରେ ସାମିଲ ହୋଇ ସରକାର ବିରୋଧୀ ନାରାବାଜି ସହ ପୋଲିସ ବିରୋଧି ସ୍ଲୋଗାନ ଦେଇଥିଲେ । ଅଧିକ ପଢନ୍ତୁ

ଆଇନ ଶଙ୍ଖୃଳ ବିପର୍ଯ୍ୟସ୍ତ ଅଭିଯୋଗ, DCP ଅଫିସ ଘେରାଉ କଲା ବିଜେପି

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ

ଭୁବନେଶ୍ବର: ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କୁ ପୋଲିସ ଅଗଣତାନ୍ତ୍ରୀକ ଭାବେ ଗିରଫଦାରୀ ନେଇ ତେଜୁଛି ପୋଲିସ ବିରୋଧରେ ସ୍ବର । ଶୁକ୍ରବାର ରାଜ୍ୟବ୍ୟାପୀ ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଡିଜିପିଙ୍କ, ଭୁବନେଶ୍ବର ଡିସିପି ଓ ପୋଲିସ କମିଶନରଙ୍କ ବିରୋଧରେ ଏତଲା ପରେ ଆଜି ଆରକ୍ଷୀ ଅଧିକକ୍ଷଙ୍କ କାର୍ଯାଳୟ ଘେରାଉ କରିଥିଲା ବିଜେପି । ଏନେଇ ଡିସିପି ଅଫିସ ସାମ୍ନାରେ ବିଜେପି ଗଣଧାରଣା ଦେଇଛି।

ବିଜେପି ନେତ୍ରୀ ସୁନୀତ ମୁଣ୍ଡଙ୍କ ସହ ମୁଖପାତ୍ର ଦିଲ୍ଲିପ ମହାନ୍ତି ଓ ଯୁବ ମୋର୍ଚ୍ଚା ନେତା ଓମ ପ୍ରକାଶ ମିଶ୍ରଙ୍କ ସହ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି ଧାରଣରେ ସାମିଲ ହୋଇ ସରକାର ବିରୋଧୀ ନାରାବାଜି ସହ ପୋଲିସ ବିରୋଧି ସ୍ଲୋଗାନ ଦେଇଥିଲେ । ଦଳ ଅଭିଯୋଗ କରିଛି ସରକାର ପୋଲିସକୁ ବ୍ୟବହର କରୁଛନ୍ତି । 2024 ନିର୍ବାଚନ ଆସୁଥିବାର ପୋଲିସ ଦଳୀୟ କାମରେ ଲଗାଉଛନ୍ତି ।

ରାଜ୍ୟରେ ନବଦାସ ହତ୍ୟାକାଣ୍ଡକୁ ନେଇ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି । ଏନେଇ ଆଗାମୀ ଦିନରେ ଗାଁ ଗାଁ ବ୍ଲକ ଓ ଥାନା ବୁଲି ଏ ଆନ୍ଦୋଳନ ତିବ୍ରକରି ସରକାରଙ୍କ ଅସଲ ଚେହେରା ଲୋକଙ୍କ ସାମ୍ନାକୁ ଆଣିବୁ ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ । ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ପୋଲିସ ମାଧ୍ୟମ ସରକାର ଏହାର ମାଷ୍ଟରମାଇଣ୍ଡ। ବିଜେପି ନେତ୍ରୀ ସୁନୀତି ମୁଣ୍ଡ କହିଛନ୍ତି କେବଳ ବିଜେପି ନୁହେଁ ପ୍ରତ୍ୟକ ଲୋକ ଏ ଆନ୍ଦଳନରେ ସାମିଲ ହୁଅନ୍ତୁ । କାରଣ ମନ୍ତ୍ରୀ ଯେଉଁଠି ଅସୁରକ୍ଷିତ ସେଠି ସାଧାରଣ ଲୋକଙ୍କ ସୁରକ୍ଷା ସ୍ପଷ୍ଟ ।

ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖରେ ଲୋୟର ପିଏମଜି ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନ ବେଳେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଯେଉଁଠି କିଛି ବିଜେପି କର୍ମୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ଏହାକୁ ବିରୋଧ କରି କିଛି ବିଜେପି କର୍ମୀ ମଧ୍ୟ ପୋଲିସକୁ ଆକ୍ରମଣ କରିଥିଲେ । ଯଦ୍ବାରା ୨୧ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ । କିଛି ବିଜେପି କର୍ମୀ ମଧ୍ୟ ଆହାତ ହୋଇଥିଲେ । ପରେ ପୋଲିସ ଯୁବ ମୋର୍ଚ୍ଚାର ସଭାପତିଙ୍କ ସମେତ ୨୨ ଜଣ ବିଜେପି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସର ଏଭଳି ଆଚରଣକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି । ଡିଜିପି, ଡିସିପିଓ କମିଶନରଙ୍କ ନାରେ ଏତଲା ଦାୟର ସହ ଡିସିପି କାର୍ଯାଳୟ ଘେରାଉ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.