ଭୁବନେଶ୍ବର: ହକି ବିଶ୍ବକପକୁ ଦିନ ନିକଟତର ହେଉଛି । ଦିନ ଯେତିକି ପାଖଉଛ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । FIH ପୁରୁଷ ହକି ବିଶ୍ବକପକୁ ଆଉ 17 ଦିନ ବାକି ରହିଛି । ମୈଦାନ ପ୍ରସ୍ତୁତ ଖେଳାଳି ବି ପ୍ରସ୍ତୁତ । ଏହାରି ଭିତରେ ହକି ବିଶ୍ବକପକୁ ସମର୍ଥନ କରି ଭୁବନେଶ୍ବର ଅଟୋ ମହାସଂଘ ଏକ ବିରାଟ ଶୋଭାଯାତ୍ରା କରିଛି । ସିଏମସି ଓ ବିଏମସି ମେୟର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଆଚାର୍ଯ୍ୟ ବିହାରଠାରୁ ବାଣୀବିହାର, ରେଲୱେ ଷ୍ଟେସନ ଦେଇ ରାଜମହଲ ,ରାମମନ୍ଦିର, କଳିଙ୍ଗ ଷ୍ଟାଡିୟମରୁ ଜୟଦେବବିହାର ଯାଏ ରାଲି କରିଛି ସଂଘ । ଖେଳ ଦେଖିବାକୁ ବାହାରୁ ଆସିବାକୁ ଆସିଥିବା ପର୍ଯ୍ୟଟକ ଓ ଗ୍ରାହକମାନଙ୍କ ସହ ଭଲ ବ୍ୟବହାର ଦେଖାଇବେ ଏବଂ ସେମାନଙ୍କୁ ଠକି ଅଧିକ ପଇସା ନେବେ ନାହିଁ ଓ ଅଟୋ ଷ୍ଟାଣ୍ଡକୁ କିପରି ସୁନ୍ଦର ରଖାଯାଇ ପାରିବ ସେଥିପ୍ରତି ସତର୍କ ରହିବାକୁ ନିଷ୍ପତ୍ତି ନେଇଛି ଅଟୋ ମହାସଂଘ । ଭୁବନେଶ୍ଵରରେ ହକି ବିଶ୍ବକପ କିପରି ସଫଳ ହେବ ଏଥିପାଇଁ ଅଟୋ ମହାସଂଘ ତରଫରୁ ଏହି ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଅଟୋ ରାଲିକୁ ଭୁବନେଶ୍ଵର ମେୟର ସୁବାସ ସିଂ ଏବଂ କଟକ ମେୟର ସୁଲଚନା ଦାସ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହା ବି ପଢନ୍ତୁ...ସାଧାରଣତନ୍ତ୍ର ଦିବସ-୨୦୨୩; ସଜେଇ ହେବ ରାଜଧାନୀ
ପ୍ରକଶା ଥାଉ କି ଜାନୁଆରୀ 13ରୁ 29 ତାରିଖ ପର୍ଯ୍ୟନ୍ତ ହକି ବିଶ୍ବକପ ଚାଲିବ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ । ବିଶ୍ବକପ୍ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍ D'ରେ ସ୍ଥାନ ପାଇଛି । ପୁଲ୍ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ରହିଛନ୍ତି । ସ୍ପେନ୍ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଆଜି ଭାରତୀୟ ହକି ଟିମ ଭୁବନେଶ୍ବରରେ ପହଞ୍ଚିଛି ।
ଇଟିଭି ଭାରତ, ଭୁବନେଶ୍ବର