ଭୁବନେଶ୍ବର: ସମ୍ବଲପୁର କେଭି-୨ ଏବଂ ନୟାଗଡ଼ କେଭିରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ବାଲବାଟିକା । ଏନେଇ ଟ୍ବିଟ୍ କରି ଖୁସି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ପ୍ରଦାନରେ ବାଲବାଟିକା ଜାତୀୟ ଶିକ୍ଷା ନୀତିର ଗୁରୁତ୍ବପୂର୍ଣ୍ଣ ପରାମର୍ଶ । ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା ଏହି ଦୁଇ ସ୍କୁଲରେ ବାଲବାଟିକାର କରାଯାଇଛି ଶୁଭାରମ୍ଭ ।
ତେବେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ବୟନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କଳ୍ପନାରେ ଏହା ଏକ ବଡ ପଦକ୍ଷେପ । ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ପ୍ରଦାନ କରିବାରେ ବାଲବାଟିକା ହେଉଛି ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ । ଯାହା ବାଲବାଟିକା, ଏକବିଂଶ ଶତାବ୍ଦୀରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ ।
ଏନେଇ ଗତ ଅକ୍ଟୋବର ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପରୀକ୍ଷାମୂଳକ ଭାବରେ ସମଗ୍ର ଭାରତ ବର୍ଷରେ ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟ(କେଭି)ରେ ବାଲବାଟିକାର ଶୁଭାରମ୍ଭ କରିଥିଲେ । ଆଗାମୀ ଶିକ୍ଷା ବର୍ଷରେ ବାଲବାଟିକା ଦେଶର ସମସ୍ତ ସିବିଏସଇ ସ୍କୁଲରେ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି । ଏନେଇ ରାଜ୍ୟରେ ଥିବା ସ୍କୁଲ ଗୁଡ଼ିକରେ ବାଲବାଟିକାକୁ କାର୍ଯ୍ୟକାରୀ କରିବା ପାଇଁ ବିଚାରବିମର୍ଷ କରାଯିବ । ଆସନ୍ତା କିଛି ବର୍ଷ ମଧ୍ୟରେ ଶତ ପ୍ରତିଶତ ୩ ବର୍ଷ ବୟସରୁ ଶିଶୁଙ୍କୁ ସ୍କୁଲ ଶିକ୍ଷାରେ ଅଣାଯିବା ନେଇ ଭାରତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର