ETV Bharat / state

କୁଆଡେ ଗଲେ ୧୧୯ ନିଖୋଜ ? ମୁହଁ ଖୋଲୁନାହାନ୍ତି କେନ୍ଦ୍ର ଓ ରାଜ୍ୟ ସରକାର - ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା

ନରସିଂହ କହିଛନ୍ତି ଯେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଇନକ୍ଵାରୀ ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାଁନ୍ତି । ରେଳ ମନ୍ତ୍ରୀ ହରଡଘଣାରେ ପଡିବା ପରେ ସିବିଆଇ ତଦନ୍ତ କଥା ଉଠାଇଛନ୍ତି । ସେ ଜାଣି ନାହାଁନ୍ତି କେତେଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ଆସୁଛି। ବର୍ତ୍ତମାନ ଆହୁରି ଗୋଟେ ବଗି ଥିବା ଅଭିଯୋଗ ଉଠିଛି । ଅଧିକ ପଢନ୍ତୁ ।

କୁଆଡେ ଗଲେ ୧୧୯ ନିଖୋଜ ? ମୁହଁ ଖୋଲୁନାହାନ୍ତି କେନ୍ଦ୍ର ଓ ରାଜ୍ୟ ସରକାର

author img

By

Published : Jun 8, 2023, 9:17 PM IST

କୁଆଡେ ଗଲେ ୧୧୯ ନିଖୋଜ ? ମୁହଁ ଖୋଲୁନାହାନ୍ତି କେନ୍ଦ୍ର ଓ ରାଜ୍ୟ ସରକାର

ଭୁବନେଶ୍ବର: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏନେଇ ବହୁ ଟଣାଓଟରା ପରେ ସ୍ପଷ୍ଟୀକରଣ ଦେଇଥିଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ମୃତକଙ୍କ ମଧ୍ୟରେ ପଶ୍ଚିମବଙ୍ଗର ସର୍ବାଧିକ ଯାତ୍ରୀ ରହିଥିବା ଓଡ଼ିଶା ସରକାର ସ୍ପଷ୍ଟ କରିସାରିଛନ୍ତି । ବହୁ ସଂଖ୍ୟକ ଆହତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୁରୁତର ଥିବା ଆଉ କିଛି ଯାତ୍ରୀଙ୍କର ଭୁବନେଶ୍ବର ସମେତ ଭଦ୍ରକର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

ଦୁର୍ଘଟଣାର ୫ ଦିନ ପରେ ସାମ୍ନାକୁ ଆସିଛନ୍ତି ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାହାନୱାଜ ଆଲାମ । ସେ କହିଛନ୍ତି ଯେ, ଟ୍ରେନ ଦୁର୍ଘଟଣାରେ ବିହାରର ୪୩ ଜଣ ମୃତ୍ୟୁବରଣ କରିଛନ୍ତି । ୪୪ ଜଣ ଆହତ ହୋଇଛନ୍ତି । ଆହୁରି ୮୮ ଜଣ ବିହାର ଯାତ୍ରୀଙ୍କର କୌଣସି ପତ୍ତା ମିଳୁନାହିଁ । ଓଡ଼ିଶା ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ତାଙ୍କ ରାଜ୍ୟର ୩୧ ଜଣଙ୍କର କୌଣସି ଖୋଜଖବର ମିଳୁନାହିଁ । ଦୁଇ ପଡ଼ୋଶୀ ରାଜ୍ୟ ବିହାର ଓ ପଶ୍ଚିମବଙ୍ଗ ଆଭିଯୋଗ ଆଣିବା ପରେ ଏବେ ପ୍ରଶ୍ନ ଉଠିଲାଣି, ୧୧୯ ନିଖୋଜ ବ୍ୟକ୍ତି ଗଲେ କୁଆଡ଼େ ? ଓଡ଼ିଶା ସରକାର ଚୂଡ଼ାନ୍ତ ତଥ୍ୟ ଦେଇ ଚୁପ ବସିପଡ଼ିଛନ୍ତି । ଲଗାତାର ଦୁଇ ଦିନରେ ଦୁଇ ରାଜ୍ୟ ଏଭଳି ଅଭିଯୋଗ ଆଣିଥିଲେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କେହି ମୁହଁ ଖୋଲୁ ନାହାନ୍ତି । ଏନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ।

ନରସିଂହ କହିଛନ୍ତି ଯେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଇନକ୍ଵାରୀ ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାଁନ୍ତି । ରେଳ ମନ୍ତ୍ରୀ ହରଡଘଣାରେ ପଡିବା ପରେ ସିବିଆଇ ତଦନ୍ତ କଥା ଉଠାଇଛନ୍ତି । ସେ ଜାଣି ନାହାଁନ୍ତି କେତେଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ଆସୁଛି। ବର୍ତ୍ତମାନ ଆହୁରି ଗୋଟେ ବଗି ଥିବା ଅଭିଯୋଗ ଉଠିଛି । ସଠିକ ତଥ୍ୟ କାହା ପାଖେ ନାହିଁ । ପଶ୍ଚିମବଙ୍ଗ ସରକାର କହୁଛନ୍ତି ୩୧ ଜଣଙ୍କ ମୃତଦେହ ମିଳୁନି । ବିହାର ୮୮ ଜଣଙ୍କ କଥା କହୁଛି । ଷଡଯନ୍ତ୍ର ହୋଇଛି ବୋଲି ରେଳବାଇ ଦେଇଥିବା FIRରେ ଉଲ୍ଲେଖ ନାହିଁ । କିନ୍ତୁ ଇନଭେଷ୍ଟିଗେଶନ ସମୟରେ ଷଡଯନ୍ତ୍ର କଥା ଆସିଲେ ତଦନ୍ତ ହୋଇପାରିବ । କିନ୍ତୁ ବର୍ତ୍ତମାନ ସମୟରେ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ । ରେଳବାଇ ସଂସ୍ଥା ପ୍ରଥମେ ତଦନ୍ତ କରି ରିପୋର୍ଟ ଦେବା ଆବଶ୍ୟକ । ଯଦି କିଛି ଷଡଯନ୍ତ୍ର ଥିଲେ ସିବିଆଇ ତଦନ୍ତ ହେଉ ।

ସେହିପରି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ତଦନ୍ତ ଆରମ୍ଭ ହୋଇଛି । ସରିଲା ପରେ ଘଟଣା ଉପରୁ ପରଦା ଉଠିବ । ସିବିଆଇ ତଦନ୍ତ କରୁଛି । ପ୍ରଥମେ ସେ ରିପୋର୍ଟ ଦେଉ । ଏବେ କିଛି କହିବା ଠିକ ହେବନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.