ETV Bharat / state

ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ, ଥାନାରେ ମାମଲା

author img

By

Published : Jul 9, 2020, 10:42 PM IST

Updated : Jul 9, 2020, 11:04 PM IST

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଲ୍ୟ ବିଭାଗରେ ରୋଗୀ ସେବା ସମୟରେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ଉପସ୍ଥିତରେ ଘଟିଥିଲା ।

Attempts to attackAttempts to attack doctors on duty doctors on duty
ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ

ଖୋର୍ଦ୍ଧା: ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଲ୍ୟ ବିଭାଗରେ ରୋଗୀ ସେବା ସମୟରେ ଜଣେ ଯୁବକ ପିଭିସି ପାଇପ ଉଠାଇ ମାରିବାକୁ ଉଦ୍ୟମ ସହ ଡାକ୍ତରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ସବୁଠୁ ବଡ କଥା ହେଲା ଏହି ଘଟଣା କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ଉପସ୍ଥିତରେ ଘଟିଥିଲା ।

ଯାହାକୁ ନେଇ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଶେଖ ଅମିନ ନାମକ ଯୁବକ ନାମରେ ଆଦର୍ଶ ଥାନାରେ ଦୁଇଜଣ ଡାକ୍ତର ଅଭିଯୋଗ କରିଛନ୍ତି । ଡାକ୍ତରମାନେ ହେଲେ ଶ୍ୟାମା ପ୍ରସନ୍ନ ମିତ୍ର ଓ ଶୁଭ୍ରାଂଶୁ କୁମାର ସାହୁ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନହେଲେ କାର୍ଯ୍ୟବନ୍ଦ କରିବେ ବୋଲି ଡାକ୍ତର ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 9, 2020, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.